ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି। ଆନନ୍ଦଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ମୃତକଙ୍କ ମା’ ବାପା ରବିବାର ରାଉରକେଲାର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ମୃତ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କ ଅଭିଯୋଗ ଅନୁସାରେ, ରାଉରକେଲା ସେକ୍ଟର-୧୮ ସ୍ଥିତ କ୍ୱାର୍ଟର୍ସ ନଂ. ଏ-୫୫ରେ ବନ୍ଦନା ସପରିବାର ରୁହନ୍ତି। ବିରେନ୍ଦ୍ର ଲାକ୍ରାଙ୍କ ସହ ତାଙ୍କର ପିଲାଦିନରୁ ପାରିବାରିକ ସମ୍ପର୍କ ରହିଛି। ଆନନ୍ଦ ଓ ବିରେନ୍ଦ୍ର ପିଲାଦିନର ସାଙ୍ଗ। ଗତ କିଛି ବର୍ଷ ତଳେ ଆନନ୍ଦ ଭୁବନେଶ୍ୱରରେ ରହି ବିଟେକ୍‌ ପାଠ ପଢୁଥିଲେ। ଗତ ଫେବୃଆରୀ ୧୬ରେ ତାଙ୍କର ବିବାହ ହୋଇଥିଲା। ତାଙ୍କ ସ୍ତ୍ରୀ ଝାରସୁଗୁଡା ଜିଲା କୋଲାବିରା ଉକତ୍ଳ ଗ୍ରାମୀଣ ବ୍ୟାଙ୍କରେ ଚାକିରି କରୁଥିବାରୁ ଆନନ୍ଦ ଫେବୃୟାରୀ ୨୭ରେ ସେଠାକୁ ଯାଇଥିଲେ। ସେଠାରୁ ଆନନ୍ଦ ଓ ତାଙ୍କ ଦୁଇ ସାଙ୍ଗ ଚିନୁ ସିଂ ଓ ସୁନନ୍ଦ ତିର୍କୀ ଭୁବନେଶ୍ୱର ଯାଇଥିଲେ। ଚିନୁ ଓ ସୁନନ୍ଦ ଆନନ୍ଦଙ୍କୁ ଭୁବନେଶ୍ୱର ଇନ୍‌ଫୋସିସ୍‌ ଆୟୁଷ ରୋଡିୟମ୍‌ ଫ୍ଲାଟ୍‌ ନଂ-୪୦୧ରେ ଛାଡି ସେଠାରୁ ପଳାଇ ଯାଇଥିଲେ। ଉକ୍ତ ଫ୍ଲାଟ୍‌ରେ ପୂର୍ବରୁ ବୀରେନ୍ଦ୍ର ଲାକ୍ରା ଓ ମଞ୍ଜିତ ଟପ୍ପୋ ରହୁଥିଲେ। ଫେବୃଆରୀ ୨୮ ତାରିଖ ଅପରାହ୍ନ ସାଢ଼େ ୧୨ଟାରେ ବୀରେନ୍ଦ୍ର ଆନନ୍ଦଙ୍କ ବାପା ବନ୍ଧନଙ୍କୁ ଫୋନ୍‌ କରି ଆନନ୍ଦ ଅଚେତ ହୋଇପଡିଥିବା କହିଥିଲେ। ବନ୍ଧନ ସନ୍ଧ୍ୟାରେ କାର୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚତ୍ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ପୁଅଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏ ନେଇ ବନ୍ଧନ ବୀରେନ୍ଦ୍ରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଅନ୍ୟପଟେ ମୃତ ଆନନ୍ଦଙ୍କ ବେକରେ ଦୁଇଟି କଳାଦାଗ ଥିବାରୁ ସେ ଇନ୍‌ଫୋସିସ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ସେଠାରେ ଥାନାଧିକାରୀ ଏଫ୍‌ଆଇଆର୍‌ ନ ରଖି କେବଳ ଷ୍ଟେଶନ ଡାଏରୀ କରିଥିବା ବନ୍ଧନ ଅଭିଯୋଗ କରିଛନ୍ତି। ପୋଲିସ ପାଖରୁ କୌଣସି ସହଯୋଗ ନ ମିଳିବାରୁ ସେ ରବିବାର ଏକ ଖବରଦାତା ସମ୍ମିଳନୀରେ ଏକଥା ପ୍ରକାଶ କରିଥିବା କହିଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କର ବର୍ତ୍ତମାନ ଫୋନ ସୁଇଚ୍‌ ଅଫ୍‌ ଥିବା ଓ ତାଙ୍କ ସହ କୌଣସି ସମ୍ପର୍କ ରଖି ନ ଥିବା ବନ୍ଧନ ଅଭିଯୋଗ କରିଛନ୍ତି। ଏହି ଖବରଦାତା ସମ୍ମଳିନୀରେ ମୃତକଙ୍କ ମା’ ଆଶ୍ରିତା ଟପ୍ପୋ, ଜିନ୍ଦା ଟପ୍ପୋ, ସାଲୁ ଟପ୍ପୋ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବୀରେନ୍ଦ୍ର ଲାକ୍ରାଙ୍କ ମୋବାଇଲ ନମ୍ବର ୭୦୭୭୬୮୧୩୧୮ରେ ଯୋଗାଯୋଗ କରାଯାଇଥିଲା। ସେ ଫୋନ ରିସିଭ ନ କରିବାରୁ ତାଙ୍କ ମତାମତ ନେବା ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?