ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ବରୀ,୨୭ା୬(ଡି.ଏନ.ଏ.): ଭୌଗୋଳିକ ଦୃଷ୍ଟିକୋଣରୁ ବରୀ ବ୍ଲକ୍‌କୁ ଦୁଇ ଭାଗ କରିଛି ବ୍ରାହ୍ମଣୀ ନଦୀ। ଏହି ନଦୀର ବାମପାର୍ଶ୍ୱରେ ୧୬ଟି ପଞ୍ଚାୟତ ସହିତ ବରୀ ରାମଚନ୍ଦ୍ରପୁର ଥାନା, ତହସିଲ, ବ୍ଲକ୍‌, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଦମକଳ କେନ୍ଦ୍ର ଓ କଲେଜ ରହିଛି। ଫଳରେ ବିଭିନ୍ନ ସମୟରେ ରାଜନେତାମାନେ ଏହି ଅଞ୍ଚଳର ଗମନାଗମନ ଉପରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଉକ୍ତ ବ୍ଲକର ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା ଉପରେ ୧୩ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିଲେ ମଧ୍ୟ ଉକ୍ତ ରାସ୍ତାଟି ଯାତାୟାତ ଅନୁପଯୋଗୀ ହୋଇ ପଡ଼ିଥିଲା। ତେବେ ଦୀର୍ଘ ଦିନର ଦାବି ଓ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଉଦ୍ୟମକ୍ରମେ ଏହି ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ ନିମନ୍ତେ ପ୍ରାୟ ୧୬ କୋଟି ଟଙ୍କା ପୂର୍ତ୍ତ ବିଭାଗ ପକ୍ଷରୁ ମଞ୍ଜୁର ହୋଇ ତା ୦୫ା୦୫ା୨୦୨୧ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି। ତା୦୪ା୦୮ା୨୦୨୨ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଦାୟିତ୍ୱରେ ଥିବା ଠିକାଦାର ଚୁକ୍ତିବଦ୍ଧ ହୋଇଛନ୍ତି। ତେବେ କାର୍ଯ୍ୟ ବିବରଣୀ ସମ୍ପର୍କରେ ସୂଚନା ଫଳକରେ ଉଲ୍ଲେଖ ରହିଥିଲେ ମଧ୍ୟ ଠିକାଦାର ବ୍ୟୟ ଅଟକଳକୁ ଗୁରୁତ୍ୱ ନ ଦେଇ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଛନ୍ତି। ଏନେଇ ସ୍ଥାନୀୟ ଲୋକଙ୍କ ତରଫରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ ତରଫରୁ କୌଣସି ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଲୋକଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟ ଚାଲୁଥିବା ବେଳେ ଠିକାଦାର ରାସ୍ତା ଉପରେ ମାଟି ଜମାକରି ରଖୁଛନ୍ତି। ବର୍ଷା ଯୋଗୁ ଏହି ମାଟି ଚାରିଆଡ଼େ ଖେଳିଯିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। କାମ ନ ସରୁଣୁ ରାସ୍ତାରୁ ଗୋଡ଼ି ଉଠିବା ଆରମ୍ଭ ହେଲାଣି। ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହୁଛି। ତେବେ ଏସବୁକୁ ନେଇ କାମର ମାନ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକା ସଂସ୍ଥା ଏଭଳି ବେପରୁୁଆ କାମ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ରାସ୍ତା ଉପରେ ଗୋଳକୁଣ୍ଡ, ବାଲିଆ, ଇଶାଣପୁର, ଧାରପୁର, ସାହୁପଡ଼ା, ଚନ୍ଦନପୁର, ମନ୍ଦାରୀ, ସେରପୁର ଓ ଗମୁଁ ଆଦି ପଞ୍ଚାୟତର ଲୋକେ ଯାତାୟାତ କରିଥାନ୍ତି। ଏତଦ୍‌ବ୍ୟତୀତ ବିରଜାକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଏହା ମୁଖ୍ୟରାସ୍ତା ହୋଇଛି। ବ୍ୟବଧାନ କମ୍‌ ହୋଇଥିବାରୁ ଏହି ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରିଥାନ୍ତି। ତେଣୁ ଏହି କାର୍ଯ୍ୟ ଉପରେ ପୂର୍ତ୍ତ ବିଭାଗ ଅଧିକାରୀ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କାମେଶ୍ୱର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କାର୍ଯ୍ୟ ଶେଷ ହେବାର ସମୟସୀମା ଶେଷ ହୋଇନାହିଁ। ତେବେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ କିଭଳି ଠିକ୍‌ ଭାବେ କାର୍ଯ୍ୟ କରାଯିବ ସେ ଦିଗରେ ସମ୍ପୃକ୍ତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri