ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ମାଓବାଦୀ କମାଣ୍ଡର ନିଖିଲ

ଭବାନୀପାଟଣା,୨୬।୬(ସ୍ବ.ପ୍ର.): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତରେ ଗତ ଗୁରୁବାର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାର ୩ ପରେ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। କୋମ୍ବିଂ ଅପରେଶନ ବେଳେ ସେଠାରୁ ମାଓବାଦୀ ପୁସ୍ତକ, ପୋଷ୍ଟର, ଆଇଇଡି, ବିପୁଳ ପରିମାଣର ଔଷଧ, ମାଓବାଦୀ ପୋଷାକ ସହ ଅନେକ ସାମଗ୍ରୀ ଜବତ ହୋଇଛି ବୋଲି ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ଅଭିଳାଶ ଜି ସୂଚନା ଦେଇଛନ୍ତି।

କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଡିଭିଜନାଲ କମିଟିର ମାଓବାଦୀ କମାଣ୍ଡର ନିଖିଲ, ଦଶରୁ, ଅନୀଲ ଓ ମମତା କ୍ୟାମ୍ପରେ ଥିବା ଖବର ପାଇ ଏସଓଜି, ଡିଭିଏଫ୍‌ ଓ ସିଆର୍‌ପିଏଫ୍‌ ପକ୍ଷରୁ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ମିଳିତ କୋମ୍ବିଂ ଅପରେଶନ ହୋଇଥିଲା। ଏହି ସମୟରେ ପ୍ରାୟ ୨୫ରୁ ୩୦ଜଣ ମାଓବାଦୀଙ୍କ ସହ ନିଖିଲ, ଦଶରୁ, ଅନୀଲ ଓ ମମତା ଛତ୍ରଭଙ୍ଗ ଦେଇଥିବା ପୋଲିସ ସୂଚନା ଦେଇଛି। ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପିଙ୍କ ସମେତ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ବିପ୍ଲବ ସରକାର, ସିଆର୍‌ପିଏଫ୍‌ ଅପରେଶନ ହେଡ ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ପିଟି ହତ୍ୟା: ପୁଅ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ସାହାଜବାହାଳୀ ଗ୍ରାମରେ ସୋମବାର ଅପୂର୍ଣ୍ଣା ବେହେରା(୬୦)ଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବେହେରା ଠେଙ୍ଗାରେ ପିଟି ହତ୍ୟା କରିଥିବା...

ହାଇବ୍ରିଡ ମିଡ୍‌ଟର୍ମ ଏଣ୍ଡକୋନ୍‌ ଟିମ୍‌କୁ ରାଜ୍ୟପାଳଙ୍କ ଅଭିନନ୍ଦନ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ‘ହାଇବ୍ରିଡ ମିଡ୍‌ଟର୍ମ ଏଣ୍ଡକୋନ୍‌-୨୦୨୧’ ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରିଷ୍ଠ ଚିକିତ୍ସକ ଡା. ମନୋଜ କୁମାର ସାହୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୧୯।୧୨ (ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଏହି ଗ୍ରାମର...

ବଡ଼ଦାଣ୍ଡକୁ ସଙ୍କୁଚିତ କରୁଛି ଜବରଦଖଲ

ପୁରୀ ଅଫିସ,୨୫।୭: ଜାତୀୟ ରାଜପଥ ପ୍ରାଧିକରଣ ଆଇନ ପୁରୀ ବଡ଼ଦାଣ୍ଡରେ ଲାଗୁ ହେଉନାହିଁ। ବଡ଼ଦାଣ୍ଡ ୩୧୬ ନମ୍ବର ଜାତୀୟ ରାଜପଥ ଭାବେ ମାନ୍ୟତାପ୍ରାପ୍ତ। ଜାତୀୟ ରାଜପଥ...

ଖାଇବାକୁ ନ ପାଇ ୨ଶିଶୁଙ୍କୁ ହତ୍ୟା କଲା ଆଦିବାସୀ ମା’:  ତଦନ୍ତ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ କେହି ଗରିବ ରହିବେ ନାହିଁ। ଖାଲି ପେଟରେ କାହାକୁ ରହିବାକୁ ଦିଆଯିବ ନାହିଁ। ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର...

ବଲାଙ୍ଗୀର ମାଛ ବଜାରରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ

ବଲାଙ୍ଗୀର ଅଫିସ,୧।୪-ବଲାଙ୍ଗୀର ଜିଲା ପ୍ରଶାସନ ଓ ଟାଉନ୍‌ ପୋଲିସ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି।...

କଲ୍ୟାଣମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ

ଭୁବନେଶ୍ବର,୩।୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ...

ଜେଲ୍‌ ଯିବେ ନିଶାଗ୍ରସ୍ତ ଡ୍ରାଇଭର

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧରାପଡିଲେ ଏଣିକି ଜେଲ ଯିବାକୁ ପଡିବ। କେବଳ ଜରିମାନା...

Advertisement
Archives

Model This Week