ଓଭରଲୋଡିଂରେ ଲଘୁ ଖଣିଜ ଲୁଟ୍‌

ଯାଜପୁର ଅଫିସ,୨୭ା୬: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଆଇନଗତ ଅଧିକାର ନ ଥାଇ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଉଛି। ଏଥିରେ ସମ୍ପୃକ୍ତ ଠିକାସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍‌ସେସନ(ଓଏମ୍‌ଏମ୍‌ସିଆର୍‌)ରୁଲ୍ସ-୨୦୧୬ ଏବଂ ପରିବେଶ ସୁରକ୍ଷା ଆଇନ-୧୯୮୬ର ଖୋଲାଖୋଲି ଉଲ୍ଲଂଘନ କରୁଛି। ଅନ୍ୟପକ୍ଷେ ଲଘୁ ଖଣିଜ ଦ୍ରବ୍ୟ ପରିବହନରେ ଓଭରଲୋଡିଂ ପଥଚାରୀଙ୍କ ପାଇଁ କାଳ ହୋଇଛି। ଏହି ମର୍ମରେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରତାପ ଚନ୍ଦ୍ର ମହାନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଯାଜପୁର ଜିଲାପାଳ, ଧର୍ମଶାଳା, ଦାନଗଦି ଓ ଦର୍ପଣ ତହସିଲଦାର, ଏନ୍‌ଏଚ୍‌ଏଆଇ ଢେଙ୍କାନାଳ ଡିଭିଜନର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ସାଲିସ ଯୋଗୁ ସରକାରଙ୍କ ଦ୍ୱାରା ପ୍ରଣୀତ ଏକାଧିକ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ସ୍ପଷ୍ଟ ଚିତ୍ର ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି। ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଅନୁମତିଠାରୁ ଢେର ଗୁଣ ଅଧିକ ବାଲି, ମୋରମ ଓ ପଥର ଉତ୍ତୋଳନ କରାଯାଉଛି। ଏନେଇ ଉପଯୁକ୍ତ ଭାବେ ମାପଚୁପ କରାଗଲେ ବାସ୍ତବ ଚିତ୍ର ଜଣାପଡ଼ିବ। ଧର୍ମଶାଳା, ଦାନଗଦି ଓ ଦର୍ପଣ ତହସିଲ ଅନ୍ତର୍ଗତ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଖାଦାନଗୁଡ଼ିକୁ ଗାମନ ଇଞ୍ଜିନିୟର୍ସ ଆଣ୍ଡ କନଣ୍ଟ୍ରାକ୍ଟର ପ୍ରାଇଭେଟ ଲିମିଟେଡ ଏବଂ ଗାମନ ଇନ୍‌ଫ୍ରା ପ୍ରୋଜେକ୍ଟ ଲିଃକୁ ସ୍ବଳ୍ପ କିମ୍ବା ଦୀର୍ଘମିଆଦୀ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ। ଏଥିଯୋଗୁ ସରକାର ଗତ ୨ ବର୍ଷ ହେଲା ବହୁ କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ସେହିପରି ଷ୍ଟେଟ୍‌ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି ପକ୍ଷରୁ ଉପରୋକ୍ତ ୨ ଠିକାସଂସ୍ଥାକୁ କୌଣସି ପରିବେଶଗତ ଅନୁମତି ମିଳିନାହିଁ। ସୂଚନା ଅଧିକାର ଆଇନ ବଳରେ ମିିଳିଥିବା ତଥ୍ୟରେ ଏହା ଜଣାପଡିଛି। ହାଇୱା, ଟ୍ରକ, ଟ୍ରାକ୍ଟର ଯୋଗେ ଏହି ସଂପ୍ରସାରଣ କାର୍ଯ୍ୟରେ ଓଭରଲୋଡିଂ ଗାଡି ଚଳାଚଳ କରୁଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ, ବାଲି, ମୋରମ ଓଭରଲୋଡିଂ ଗାଡି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଅଶାନୁରୂପ ହୋଇ ପାରୁନାହିଁ। ବରଂ ମାସକୁ ବେଆଇନ ଭାବରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅସୁଲି କରାଯାଉଛି। ଫଳରେ ବର୍ଷକୁ ସରକାର ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ରାଜସ୍ବ ହରାଉଛନ୍ତି। ଏହି ବେଆଇନ କାର୍ଯ୍ୟରେ ପରିବହନ ବିଭାଗର କେତେଜଣ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ଥିବାରୁ ଆଞ୍ଚଳିକ ପରିବହନ ବିଭାଗକୁ ସୁହାଇଲା ଭଳି ବାର୍ଷିକ ରାଜସ୍ବ ଆଦାୟ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି। ଫଳରେ ବିଭାଗ ଅତି ସହଜରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ବାହୁସ୍ପୁଟ ମାରୁଛି। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସ୍ବଚ୍ଛତା ରହିଲେ ଏହାଠାରୁ ଦୁଇଗୁଣ ରାଜସ୍ବ ଆଦାୟ ହୋଇପାରିବ ବୋଲି ମତପ୍ରକାଶ ପାଉଛି। କାରଣ ଏହି ଜିଲାର ୪ଟି ପ୍ରମୁଖ ରାଜପଥ ଦେଇ ବିଭିନ୍ନ ପଥର ଖାଦାନରୁ ପାରାଦୀପ, କଳିଙ୍ଗନଗର, ଦୀଘା, ଜଗତ୍‌ସିଂହପୁର, ଭୁବନେଶ୍ୱର, ରାଜନଗର, ଆନନ୍ଦପୁର ପ୍ରଭୃତି ସ୍ଥାନକୁ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ପରିବହନ ହେଉଛି। ହାଇୱା ଗାଡ଼ିରେ କ୍ଷମତାଠାରୁ ଅତ୍ୟଧିକ ପଥର ବୋଝେଇ ହେଉଥିବାରୁ ସାଧାରଣ ଲୋକଙ୍କ ପ୍ରତି ବିପଦ ଆଶଙ୍କା ରହୁଛି। କେବଳ ଟ୍ରକ ଓ ଟ୍ରାକ୍ଟର ଉପରେ ବିଭାଗ ଦାଉ ସାଧୁଥିବାବେଳେ ଓଭରଲୋଡିଂ ହାଇୱାଗୁଡ଼ିକୁ ପରିବହନ ବିଭାଗ ଆଦୌ ଧରୁନାହିଁ। ଆବଶ୍ୟକତାଠାରୁ ଢେର ଅଧିକ ଓଭରଲୋଡିଂ ମାଲ ପରିବହନ ହେଉଥିବାରୁ ଅନେକ ରାସ୍ତା ଫାଟି ନଷ୍ଟ ହେଉଛି। ପରିବହନ ବିଭାଗର ନିଷ୍କ୍ରିୟତା କାରଣରୁ ୬ଚକିଆ ଟ୍ରକଗୁଡ଼ିକ ୯.୫ଟନ ପରିବର୍ତ୍ତେ ୧୫ରୁ ୨୦ ଟନ୍‌ ମାଲ୍‌ ପରିବହନ କରୁଥିବାବେଳେ ୧୦ ଚକିଆ ଟ୍ରକଗୁଡ଼ିକ ୧୬ ଟନ୍‌ ପରିବର୍ତ୍ତେ ୨୦ରୁ ୨୫ ଟନ୍‌, ୧୨ଚକିଆ ଟ୍ରକଗୁଡ଼ିକ ୨୦ ଟନ୍‌ ପରିବର୍ତ୍ତେ ୩୦ରୁ ୩୫ ଟନ୍‌ ମାଲ ପରିବହନ କରୁଥିବା ଦେଖିବାକୁ ମିଳୁଛି। ୪୦୭ ମିନିଟ୍ରକଗୁଡ଼ିକ ୩ ଟନ୍‌ର ମାଲ ପରିବହନର ନିୟମ ରହିଥିବାବେଳେ ଏଗୁଡ଼ିକ ୭ରୁ ୮ ଟନ୍‌ ମାଲ ପରିବହନ କରୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri