ଓଭରଲୋଡିଂରେ ଲଘୁ ଖଣିଜ ଲୁଟ୍‌

ଯାଜପୁର ଅଫିସ,୨୭ା୬: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଆଇନଗତ ଅଧିକାର ନ ଥାଇ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଉଛି। ଏଥିରେ ସମ୍ପୃକ୍ତ ଠିକାସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍‌ସେସନ(ଓଏମ୍‌ଏମ୍‌ସିଆର୍‌)ରୁଲ୍ସ-୨୦୧୬ ଏବଂ ପରିବେଶ ସୁରକ୍ଷା ଆଇନ-୧୯୮୬ର ଖୋଲାଖୋଲି ଉଲ୍ଲଂଘନ କରୁଛି। ଅନ୍ୟପକ୍ଷେ ଲଘୁ ଖଣିଜ ଦ୍ରବ୍ୟ ପରିବହନରେ ଓଭରଲୋଡିଂ ପଥଚାରୀଙ୍କ ପାଇଁ କାଳ ହୋଇଛି। ଏହି ମର୍ମରେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରତାପ ଚନ୍ଦ୍ର ମହାନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଯାଜପୁର ଜିଲାପାଳ, ଧର୍ମଶାଳା, ଦାନଗଦି ଓ ଦର୍ପଣ ତହସିଲଦାର, ଏନ୍‌ଏଚ୍‌ଏଆଇ ଢେଙ୍କାନାଳ ଡିଭିଜନର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ସାଲିସ ଯୋଗୁ ସରକାରଙ୍କ ଦ୍ୱାରା ପ୍ରଣୀତ ଏକାଧିକ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ସ୍ପଷ୍ଟ ଚିତ୍ର ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି। ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଅନୁମତିଠାରୁ ଢେର ଗୁଣ ଅଧିକ ବାଲି, ମୋରମ ଓ ପଥର ଉତ୍ତୋଳନ କରାଯାଉଛି। ଏନେଇ ଉପଯୁକ୍ତ ଭାବେ ମାପଚୁପ କରାଗଲେ ବାସ୍ତବ ଚିତ୍ର ଜଣାପଡ଼ିବ। ଧର୍ମଶାଳା, ଦାନଗଦି ଓ ଦର୍ପଣ ତହସିଲ ଅନ୍ତର୍ଗତ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଖାଦାନଗୁଡ଼ିକୁ ଗାମନ ଇଞ୍ଜିନିୟର୍ସ ଆଣ୍ଡ କନଣ୍ଟ୍ରାକ୍ଟର ପ୍ରାଇଭେଟ ଲିମିଟେଡ ଏବଂ ଗାମନ ଇନ୍‌ଫ୍ରା ପ୍ରୋଜେକ୍ଟ ଲିଃକୁ ସ୍ବଳ୍ପ କିମ୍ବା ଦୀର୍ଘମିଆଦୀ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ। ଏଥିଯୋଗୁ ସରକାର ଗତ ୨ ବର୍ଷ ହେଲା ବହୁ କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ସେହିପରି ଷ୍ଟେଟ୍‌ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି ପକ୍ଷରୁ ଉପରୋକ୍ତ ୨ ଠିକାସଂସ୍ଥାକୁ କୌଣସି ପରିବେଶଗତ ଅନୁମତି ମିଳିନାହିଁ। ସୂଚନା ଅଧିକାର ଆଇନ ବଳରେ ମିିଳିଥିବା ତଥ୍ୟରେ ଏହା ଜଣାପଡିଛି। ହାଇୱା, ଟ୍ରକ, ଟ୍ରାକ୍ଟର ଯୋଗେ ଏହି ସଂପ୍ରସାରଣ କାର୍ଯ୍ୟରେ ଓଭରଲୋଡିଂ ଗାଡି ଚଳାଚଳ କରୁଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ, ବାଲି, ମୋରମ ଓଭରଲୋଡିଂ ଗାଡି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଅଶାନୁରୂପ ହୋଇ ପାରୁନାହିଁ। ବରଂ ମାସକୁ ବେଆଇନ ଭାବରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅସୁଲି କରାଯାଉଛି। ଫଳରେ ବର୍ଷକୁ ସରକାର ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ରାଜସ୍ବ ହରାଉଛନ୍ତି। ଏହି ବେଆଇନ କାର୍ଯ୍ୟରେ ପରିବହନ ବିଭାଗର କେତେଜଣ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ଥିବାରୁ ଆଞ୍ଚଳିକ ପରିବହନ ବିଭାଗକୁ ସୁହାଇଲା ଭଳି ବାର୍ଷିକ ରାଜସ୍ବ ଆଦାୟ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି। ଫଳରେ ବିଭାଗ ଅତି ସହଜରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ବାହୁସ୍ପୁଟ ମାରୁଛି। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସ୍ବଚ୍ଛତା ରହିଲେ ଏହାଠାରୁ ଦୁଇଗୁଣ ରାଜସ୍ବ ଆଦାୟ ହୋଇପାରିବ ବୋଲି ମତପ୍ରକାଶ ପାଉଛି। କାରଣ ଏହି ଜିଲାର ୪ଟି ପ୍ରମୁଖ ରାଜପଥ ଦେଇ ବିଭିନ୍ନ ପଥର ଖାଦାନରୁ ପାରାଦୀପ, କଳିଙ୍ଗନଗର, ଦୀଘା, ଜଗତ୍‌ସିଂହପୁର, ଭୁବନେଶ୍ୱର, ରାଜନଗର, ଆନନ୍ଦପୁର ପ୍ରଭୃତି ସ୍ଥାନକୁ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ପରିବହନ ହେଉଛି। ହାଇୱା ଗାଡ଼ିରେ କ୍ଷମତାଠାରୁ ଅତ୍ୟଧିକ ପଥର ବୋଝେଇ ହେଉଥିବାରୁ ସାଧାରଣ ଲୋକଙ୍କ ପ୍ରତି ବିପଦ ଆଶଙ୍କା ରହୁଛି। କେବଳ ଟ୍ରକ ଓ ଟ୍ରାକ୍ଟର ଉପରେ ବିଭାଗ ଦାଉ ସାଧୁଥିବାବେଳେ ଓଭରଲୋଡିଂ ହାଇୱାଗୁଡ଼ିକୁ ପରିବହନ ବିଭାଗ ଆଦୌ ଧରୁନାହିଁ। ଆବଶ୍ୟକତାଠାରୁ ଢେର ଅଧିକ ଓଭରଲୋଡିଂ ମାଲ ପରିବହନ ହେଉଥିବାରୁ ଅନେକ ରାସ୍ତା ଫାଟି ନଷ୍ଟ ହେଉଛି। ପରିବହନ ବିଭାଗର ନିଷ୍କ୍ରିୟତା କାରଣରୁ ୬ଚକିଆ ଟ୍ରକଗୁଡ଼ିକ ୯.୫ଟନ ପରିବର୍ତ୍ତେ ୧୫ରୁ ୨୦ ଟନ୍‌ ମାଲ୍‌ ପରିବହନ କରୁଥିବାବେଳେ ୧୦ ଚକିଆ ଟ୍ରକଗୁଡ଼ିକ ୧୬ ଟନ୍‌ ପରିବର୍ତ୍ତେ ୨୦ରୁ ୨୫ ଟନ୍‌, ୧୨ଚକିଆ ଟ୍ରକଗୁଡ଼ିକ ୨୦ ଟନ୍‌ ପରିବର୍ତ୍ତେ ୩୦ରୁ ୩୫ ଟନ୍‌ ମାଲ ପରିବହନ କରୁଥିବା ଦେଖିବାକୁ ମିଳୁଛି। ୪୦୭ ମିନିଟ୍ରକଗୁଡ଼ିକ ୩ ଟନ୍‌ର ମାଲ ପରିବହନର ନିୟମ ରହିଥିବାବେଳେ ଏଗୁଡ଼ିକ ୭ରୁ ୮ ଟନ୍‌ ମାଲ ପରିବହନ କରୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?