ଥାନାଧିକାରୀ, ଡିସିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

କଟକ ସଦର,୨୭ା୬(ଡି.ଏନ୍‌.ଏ.): ପୋଲିସଠାରୁ ନ୍ୟାୟ ନ ପାଇ କଟକ ଜିଲା କିଶନନଗର ଥାନା ପରିସରରେ ଗତ ଗୁରୁବାର ସ୍ଥାନୀୟ ସାଇକୋରୁଆ ଗ୍ରାମର ଗୁଣନିଧି ବିଶୋୟୀ ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ପୋଲିସର ଭୂମିକା ଉପରେ ସନ୍ଦେହ କରି ଘଟଣାର ତଦନ୍ତ କରିବା ପାଇଁ ସାଲେପୁର ଏସ୍‌ଡିପିଓ ବିମଳ କୁମାର ବାରିକଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗୋଳ କିଶୋର କୁମାର ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏସ୍‌ଡିପିଓ ବାରିକ ପ୍ରଥମ ପର୍ଯ୍ୟାୟ ତଦନ୍ତ କରି ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିକଟରେ ଶନିବାର ରିପୋର୍ଟ ଦାଖଲ କରିଛନ୍ତି। ତଦନ୍ତବେଳେ ପୋଲିସ କର୍ତ୍ତବ୍ୟରେ ଅବହେଳା କରିଥିବା ଜଣାପଡିଛି। ତେଣୁ ଥାନାଧିକାରୀ ଏବଂ ଡାଏରୀ ଚାର୍ଜ ଅଫିସର(ଡିସିଓ)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ସୁପାରିସ କରିଛନ୍ତି।
ଅପରପକ୍ଷେ ଉକ୍ତ ଘଟଣାର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଖୁବ୍‌ଶୀଘ୍ର ଆରମ୍ଭ ହେବ। ହେଲେ ଏହା ଏସ୍‌ଡିପିଓଙ୍କ ପାଇଁ ଚ୍ୟାଲେଞ୍ଜ ହେବ। କାରଣ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁଣନିଧି ଚେତାଶୂନ୍ୟ ଥିବାରୁ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯାଇ ପାରି ନ ଥିଲା। ଏଭଳି ହୋଇଥିଲେ ସମସ୍ତ ଘଟଣା ଉପରୁ ପରଦା ହଟିପାରିଥାନ୍ତା। ତେଣୁ ଏସ୍‌ଡିପିଓ ସାକ୍ଷ୍ୟ, ପ୍ରମାଣ ଯୋଗାଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଗତ ୧୯ରୁ ୨୩ ତାରିଖ ମଧ୍ୟରେ ଗୁଣନିଧିଙ୍କ ମୋବାଇଲ କଲ୍‌ ଡିଟେଲ୍ସ ରିପୋର୍ଟ(ସିଡିଆର୍‌) ସମ୍ପୃକ୍ତ ଟେଲିକମ୍‌ କମ୍ପାନୀକୁ ମାଗିଥିବା ଜଣାପଡିଛି। ଏଥିସହ ଥାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦନ୍ତ ପାଇଁ ଅଗ୍ରାଧିକାର ଦିଆଯାଉଛି। ଗୁଣନିଧି ବାରମ୍ବାର ଥାନାକୁ ଆସି ନ୍ୟାୟ ପାଇଁ କେଉଁ ପୋଲିସ ଅଧିକାରୀଙ୍କୁ ଗୁହାରି କରିଥିଲେ ତାହା ସିସିଟିଭି ଫୁଟେଜ୍‌ରୁ ଜଣାପଡିବ ବୋଲି ଏସ୍‌ଡିପିଓ ବାରିକ କହିଛନ୍ତି। ଅପରପକ୍ଷେ ଉକ୍ତ ଘଟଣାରେ ପୋଲିସ ଯେଉଁମାନଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛି, ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗୁଣନିଧିଙ୍କ ମୃତ୍ୟୁକୁ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା(ନଂ.୧୨୦୯/୨୨) ରୁଜୁ କରିଛନ୍ତି। ଏଥିସହ ଡିଜିପି ଓ ଆଇଜିଙ୍କୁ ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି।
ସୂଚନାଯୋଗ୍ୟ, କିଶନନଗର ଥାନା ଅଧୀନ ଇଶାଣୀ-ବ୍ରହ୍ମପୁର ପଞ୍ଚାୟତ ସାଇକୋରୁଆ ଗ୍ରାମର ଗୁଣନିଧିଙ୍କ ସଂସାର କହିଲେ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ। ଚାଷ ମୁଖ୍ୟ ପେସା ହୋଇଥିବାବେଳେ ଛୋଟ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗୁଣନିଧି ଏବଂ ତାଙ୍କ ପୁତୁରା ସାଗର ବିଶୋୟୀଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଗତ ୧୯ ତାରିଖରେ ଏହି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଗୁଣନିଧି କିଶନନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ପରେ ଗୁଣନିଧି କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ପରେ ତୁରନ୍ତ ପୋଲିସ ଏକ ମାମଲା(ନଂ.୧୦୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ପୋଲିସ ଉପରୁ ଭରସା ନ ପାଇ ଗୁଣନିଧି ଗୁରୁବାର ଥାନା ପରିସରରେ ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୋଲିସ ସାଗରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇଲେ ବୃଦ୍ଧା, ଗୁହାରି କଲେ ଏମିତି

ସୋନପୁର,୩।୨(ନି.ପ୍ର.): ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ବୃଦ୍ଧା। ଏଭଳି ଏକ ଘଟଣା ଘଟିଛି ସୂବର୍ଣ୍ଣପୁରରେ। ପ୍ରିୟ ଗାଈକୁ ଫେରାଇ ଆଣିବା ଲାଗି ସେ...

ବେଆଇନ ପଥର ଖାଦାନରେ ଶ୍ରମିକ ମୃତ

ଯାଜପୁର ଅଫିସ/ଚଢେଇଧରା/ ଜେନାପୁର (ଡି.ଏନ.ଏ.),୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ କଳାପଥର ଖାଦାନ ପାଇଁ କେବଳ ରାଜସ୍ବ ଲୁଟ ହେଉନାହିଁ, ବରଂ ଶ୍ରମିକମାନଙ୍କ...

ଘର ସହ ଜଳିଗଲେ ନବବଧୂ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସେରପୁର ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟି ତିନି ବଖରା ସହ...

ଖରାରେ ପିଲାଙ୍କୁ ଡାକି ବହି ବୋହିବା ଘଟଣା: ସିଆର୍‌ସିସି ନିଲମ୍ବିତ

କୋରୁକୋଣ୍ଡା,୯।୫(ଡି.ଏନ.ଏ): ଗତ ଏପ୍ରିଲ ୨୪ ତାରିଖରେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତର ସି- କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଣ୍ଡ ଖରାରେ ପିଲାଙ୍କୁ ଘରୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୮୨ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୪।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୪୪, ବରଗଡରୁ...

ପଞ୍ଚାୟତ ନିର୍ବାଚନ ପ୍ରତି ଅନାଗ୍ରହ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲାର ୨୩୫ ୱାର୍ଡ ସଭ୍ୟ ପଦବୀ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଏହାବାଦ୍‌ ୧୫୧୧ ୱାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।...

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜ୍ୟରେ ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଜିଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଲୋକସେବା...

ମଦ ଦୋକାନ ଖୋଲିବା ପରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିଶ୍ଚିନ୍ତକୋଇଲି,୨୫ା୫(ସ୍ବ.ପ୍ର.): ରାଜ୍ୟ ସରକାର ମଦଦୋକାନ ଖୋଲିବା ନେଇ ସୂଚନା ଦେବା ପରେ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅବକାରୀ ଇନ୍ସପେକ୍ଟର ସିମାଚଳ...

Advertisement
Archives

Model This Week