ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ
ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମିର୍ଦ୍ଧାଡେରାରେ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରୁବାଲି ଖଡ଼ିଆ(୫୦)। ପୋଲିସ ହତ୍ୟାକାରୀ ସ୍ବାମୀ ରମେଶ ଖଡିଆଙ୍କୁ ଗିରଫ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ…
ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ
କେନ୍ଦୁଝର,୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ କିଆପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଧରପଗଡ଼ ହେଉ ନ ଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି…
ରୋହିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର
କେସିଙ୍ଗା,୭।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପାଠାଗାର ପରିସରରେ ସୋମବାର ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋହିତଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା…
ରାଜପଥ ପାର୍ଶ୍ୱରେ ଗଦା ହୋଇଛି ମାଟି, ଯାତାୟାତରେ ସମସ୍ୟା
ପଟ୍ଟାଙ୍ଗୀ, ୭ା୨(ଡି.ଏନ୍.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ମାଟି ଗଦାହୋଇ ରହିଛି। ଫଳରେ ରାତିରେ ଲୋକେ ଯାତାୟାତରେ ସମସ୍ୟାରେ ପଡୁଛନ୍ତି। ବିଭିନ୍ନ ସମୟରେ ବାଇକ୍ ଚାଳକମାନେ ଦୁର୍ଘଟଣାର…
ଜୟପୁରରେ ଅର୍ଦ୍ଧନମିତ ହେଲା ଜାତୀୟ ପତାକା
ଜୟପୁର, ୭ା୨ (ନି.ପ୍ର.) ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ପରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ୧୧୦ ଫୁଟ ଉଚ୍ଚତାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ୨ ଦିନ ଧରି ଜାତୀୟ ପତାକା…
ଚାଷୀଙ୍କୁ ଜାପାନୀ ପୋଦିନା ସକର ବଣ୍ଟନ
ନବରଙ୍ଗପୁର,୭ା୨(ବି.ପ୍ର.): ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ଓସିଏସ୍ଆଇଆର୍ ଆରୋମା ମିଶନ ପକ୍ଷରୁ ନବରଙ୍ଗପୁର ଜିଲାରେ ଜାପାନୀ ପୋଦିନା ସକର ବଣ୍ଟନ କରାଯାଇଛି। ଜିଲାପାଳ କମଳଲୋଚନ ମିଶ୍ର ୪ ଚାଷୀଙ୍କୁ ଜାପାନୀ ପୋଦିନା ସକର ପ୍ରଦାନ କରିଛନ୍ତି। ଗତବର୍ଷ ୪ ଏକର…
ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ
ବୈପାରିଗୁଡା,୭ା୨ (ଡି.ଏନ୍.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି। ବୈପାରୀଗୁଡା ପଞ୍ଚାୟତଠାରୁ ଅଲଗା ହୋଇ ନୂତନ ଭାବେ ଗଠିତ ହୋଇଥିବା ଏହି ପୂଜାରିଗୁଡା ପଞ୍ଚାୟତର…
ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ
ଡାବୁଗାଁ,୭ା୨(ଡି.ଏନ୍.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି। ବିଜେଡିର ଗୁପ୍ତ ବିଶୋୟୀ, ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ, କଂଗ୍ରେସର ଧର୍ମାନନ୍ଦ ନାୟକ ଓ…
ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ
ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍ ରହିଛି। ସମସ୍ତ ଜୋନ୍ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ତିନୋଟି ଜୋନ୍ରେ ୩୪ ହଜାର ୫୮୪ ଭୋଟର ରହିଛନ୍ତି। ଡାବୁଗାଁ ବିଧାୟକ ମନୋହର…
କଲର ବେଲ୍ଟ ପ୍ରତିଯୋଗିତା
ଛତ୍ରପୁର,୭ା୨(ଡି.ଏନ୍.ଏ.) ଛତ୍ରପୁର କେଏମ୍ପି ସ୍ପୋଟର୍ସ ଏକାଡେମି ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରସ୍ଥ ଏକାଡେମିର ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୬୮ଜଣ ପ୍ରଶିକ୍ଷାର୍ଥୀ ଏହି…
୩, ୪ନଂ ଜୋନ୍ରେ ପ୍ରଚାର ଜୋରଦାର
ଫୁଲବାଣୀ ଅଫିସ,୭ା୨: ଖଜୁରିପଡା ବ୍ଲକର ୩ ଏବଂ ୪ ନଂ ଜୋନରେ ରବିବାର ବିଜେଡି ପକ୍ଷରୁ ନିର୍ବାଚନୀ ବୈଠକ କରାଯାଇଛି ା ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଏହି ଦୁଇ ଜୋନର ବିଭିନ୍ନ ସ୍ଥାନକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ…
ଆନ୍ତଃ ଜିଲା ସିନ୍ଧି ଚୋର ଦଳ ଗିରଫ
ଆସିକା,୭ା୨(ଡି.ଏନ୍.ଏ.): ଆସିକା ପୋଲିସ ରବିବାର ଆନ୍ତଃଜିଲା ସିନ୍ଧି ଚୋର ଦଳର ୫ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ମୁଶାଖାଇ ଗ୍ରାମର ଗଣେଶ ଶିକାରୀ, ରାଶବ ଶିକାରୀ, ସଞ୍ଜୟ ଶିକାରୀ, ଆସିକା ଥାନା ବାବନପୁର…
Archives


