ମାନସିକସ୍ଥିତି ହରାଇ ଶିକୁଳିରେ ବିତୁଛି ଜୀବନ

କୁଜଙ୍ଗ,୨୭ା୬(ଡି.ଏନ୍‌.ଏ.): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାନସିକ ସ୍ଥିତି ହରାଇବା ପରେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରିବାରୁ ଓ ଘର ଛାଡି ପଳାଇବାକୁ ଉଦ୍ୟମ କରିବାକୁ ଜଣେ ଯୁବକଙ୍କୁ ମା’ ବାପା ଶିକୁଳିରେ ବାଧ୍ୟିବାକୁ ବାଧ୍ୟ ହୋଇଛନ୍ତି। ଅର୍ଥ ଅଭାବକରୁ ତାଙ୍କ ଚିକିତ୍ସା ହୋଇପାରୁ ନଥିବା ବେଳେ ମାସେ ହେବ ସେ ବନ୍ଧୀ ଜୀବନ କାଟୁଛନ୍ତି। ସେ ହେଲେ କୁଜଙ୍ଗ ବ୍ଲକ ଗୋପିଆକୁଦ ପଂଚାୟତର ଗୋଠଡିଆ ଗ୍ରାମର ବାସୁଦେବ ରାଉତ(୨୮)।
ବାପା ବୈଷ୍ଣବଙ୍କ କହିବା ଅନୁଯାୟୀ, ବାସୁଦେବଙ୍କ ପାରାଦୀପସ୍ଥିତ ଜିଜେଏଆଇ କଲୋନିରେ ପରିବାରସହ ରହୁଥିଲେ। ସେ ପୋର୍ଟ ହାଇସ୍କୁଲର ଜଣେ ମେଧାବି ଛାତ୍ର ଥିଲେ। ୧୮ ବର୍ଷତଳେ ମାଟ୍ରିକ ପରୀକ୍ଷାର କିଛିଦିନ ପୂର୍ବରୁ ପଡ଼ିଶାଘର ବାଡ଼ିରେ ପଡ଼ିଥିବା ଆମ୍ବ ଆଣିବାକୁ ଯାଇଥିଲେ। ବାଡ଼ିରୁ ଆମ୍ବ ଚୋରି ନ ହେବା ପାଇଁ ପଡିଶା ଘର ଲୋକେ ବାଡି ଚର୍ତୁପାର୍ଶ୍ୱରେ ତାରବାଡ଼ କରି ବିଦ୍ୟୁତ୍‌ ଚାର୍ଜ କରି ଦେଇଥିଲେ। ବାସୁଦେବ ଆମ୍ବ ଆଣିବାକୁ ଗଲାବେଳେ ଉକ୍ତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସେବେଠାରୁ ବାସୁଦେବ ମାନସିକ ସ୍ଥିତି ହାରାଇ ବସିଛନ୍ତି। ତାଙ୍କ ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଛି। ବହୁଚିକିତ୍ସା ପରେବି ବାସୁଦେବଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ହୋଇ ନ ଥିଲା। ପ୍ରାୟ ଏକମାସରୁ ଉର୍ଦ୍ଧ୍ୱହେବ ବାସୁଦେବର ମାନସିକ ବିକୃତି ବୃଦ୍ଧିପାଇବାରେ ଲାଗିଛି। ଫଳରେ ସେ ବାରମ୍ବାର ଘରୁ ପଳାଇଯିବାକୁ ଉଦ୍ୟମ କରିବା ସହ କୂଅକୁ ଡେଇଁପଡିବାକୁ ଉଦ୍ୟମ କରୁଛନ୍ତି ବୋଲି ମା’ ଦୁଲଣା କହିଛନ୍ତି। ପୁଅର ଚିକିତ୍ସା ପାଇଁ ସମସ୍ତ ସଞ୍ଚତ୍ତ ଅର୍ଥ ଖର୍ଚ୍ଚ ହୋଇସାରିଥିବାବେଳେ ଆଗକୁ କିପରି ଚଳିବେ ସେନେଇ ବୈଷ୍ଣବଙ୍କ ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ଅର୍ଥ ବାଧକ ଯୋଗୁ ଚିକିତ୍ସା ହୋଇପାରୁ ନଥିବାରୁ ବାସୁଦେବଙ୍କ ମାନସିକସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କିଛି ସରକାରୀ ବା ବେସରକାରୀସ୍ତରରେ ସାହାଯ୍ୟ ମିଳିପାରିଲେ ପୁଅର ଚିକିତ୍ସା କରାଯାଇପାରନ୍ତା ବୋଲି ବୈଷ୍ଣବ କହିଛନ୍ତି।
ଏସମ୍ପର୍କରେ ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ କହିଛନ୍ତି, ବାସୁଦେବଙ୍କ ପରି ଅନେକ ବାସୁଦେବ ଚିକିତ୍ସା ଅଭାବରୁ କଷ୍ଟ ପାଉଛନ୍ତି। ସେମାନଙ୍କୁ ଚିହ୍ନଟ କରି ଚିକିତ୍ସା କରିବା ନିମନ୍ତେ ସରକାର ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri