କଟକ ପରେ ପୁଣି ମାଞ୍ଜା ସୂତାରେ କଟିଲା ଆଉ ଜଣଙ୍କ ବେକ
ପୁରୀ ଅଫିସ,୨୭।୧୨: କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ ବ୍ୟକ୍ତି ହେଲେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର । ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ ବେକରେ…
ଘରୁ ଯାଇ ଆଉ ଫେରିଲେନି ଯୁବକ, ସକାଳୁ ବାଇକ୍ ନିକଟରେ ପଡ଼ିଥିଲା ମୃତଦେହ
ବାଲେଶ୍ୱର ଅଫିସ,୨୭।୧୨: ବାଲେଶ୍ବର ଜିଲା କମର୍ଦ୍ଦା ଥାନା ହଳଦୀ ମାଳ ଗ୍ରାମରେ ଥିବା ରାସ୍ତା କଡ଼ରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି। ସେ ହେଲେ ଉକ୍ତ ଗ୍ରାମର…
ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା
ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ କୁନି ନାଏକ।…
ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା
ବଅଁରପାଳ,୨୭।୧୨(ଡି.ଏନ.ଏ.) ଡିସେମ୍ବରରୁ ଏପ୍ରିଲ ରବି ଋତୁର ମାସେ ଶେଷ ହେବାକୁ ବସିଲାଣି। ହେଲେ ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଅନୁଗୋଳ ବ୍ଲକର ଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିହନ ମିଳିପାରୁ ନାହିଁ। ଫଳରେ ଚଳିତ ଋତୁକୁ ନେଇ କୃଷି ବିଭାଗ ପକ୍ଷରୁ ରଖାଯାଇଥିବା ଧାର୍ଯ୍ୟଲକ୍ଷ୍ୟ…
ହାଣ୍ଡିଆ ପିଇ ବୁଲୁଛି ଗୋଠଛଡ଼ା ଦନ୍ତା
ପାଟଣା,୨୭।୧୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ରେଞ୍ଜ୍ରେ ୪ ଦିନ ତଳେ ଗୋଠ ଛଡା ଦନ୍ତା ହାତୀ ଉପଦ୍ରବ କରି ସଦର ରେଞ୍ଜ୍ରେ ଡେରା ପକାଇଥିଲା। ଶନିବାର ରାତିରେ ଏହି ଗୋଠ ଛଡା ଦନ୍ତା ହାତୀ ସଦର ରେଞ୍ଜରୁ ଆସି ପାଟଣା ରେଞ୍ଜ…
କଟକଣା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼
କେନ୍ଦୁଝର, ୨୭।୧୨ (ସ୍ବ.ପ୍ର.) କଟକଣା ସତ୍ତ୍ୱେ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ା ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଭୋଜିଭାତ ସାଙ୍ଗକୁ ନାଚଗୀତର ଆୟୋଜନ ଦେଖିବାକୁ ମିଳିଛି। ବିଶେଷ କରି କାନଝରୀ, ଖଣ୍ଡାଧାର, ଭୀମକୁଣ୍ଡ, ଗୁଣ୍ଡିଚାଘାଗୀ,…
ଭଦ୍ରକ ପୌରପାଳିକାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍
ଭଦ୍ରକ ଅଫିସ, ୨୭।୧୨: ଭଦ୍ରକ ପୌରପାଳିକାରେ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ବ୍ୟବସ୍ଥା। ଗତ ୧୮ ତାରିଖରେ ସାଉଦି ଆରବରୁ ଫେରିଥିବା ଜଣେ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଓମିକ୍ରନ…
ଆଜି ସୁମିତ-ତପସ୍ବିନୀଙ୍କୁ ରାୟ ଶୁଣାଇବେ କୋର୍ଟ
ବ୍ରହ୍ମପୁର ଅଫିସ,୨୭ା୧୨: ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ତପସ୍ବିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦ ମାମଲାର ସୋମବାର ରାୟ ଶୁଣାଇବେ କୋର୍ଟ । ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ସାମାଧାନର ବାଟ ବାହାରି ପାରୁନାହିଁ। ତେବେ ଆଜିର କୋର୍ଟ…
ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ମାନ୍ୟତା ଦାବି ତେଜିଲା, ବରୁଣେଇରେ ପାଇକ ମେଳି
ଖୋର୍ଦ୍ଧା ଅଫିସ,୨୭ା୧୨: ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ବରୁଣେଇ ପାଦଦେଶ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ଜମି ଫ୍ରି ପ୍ରିମିୟମ ଯୋଗାଇବା ଦାବିରେ ଓଡ଼ିଆ ବୀର ମହାସଂଘ ସୋମବାର ବରୁଣେଇ ପୀଠରୁ ରଣହୁଙ୍କାର ଦେଇଛି।…
ଉପାନ୍ତକୁ ଅଣଦେଖା: ମଣ୍ଡିରେ ପଡ଼ିଛି ଧାନ
ବରଗଡ଼ ଅଫିସ୍/ଝାରବନ୍ଧ/ ଅମ୍ବାଭୋନା,୨୭।୧୨: ଖରିଫ ଧାନ ସଂଗ୍ରହରେ ବରଗଡ଼ ଜିଲାର ଉପାନ୍ତ ଅଞ୍ଚଳଗୁଡ଼ିକୁ ଅଣଦେଖା କରାଯାଉଛି। ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉନାହିଁ। ଫଳରେ ଚାଷୀମାନେ ଶୀତ, କାକରରେ ଜଗି ରହିଛନ୍ତି। ଅନ୍ୟପଟେ ଧାନ ବିକ୍ରି ହୋଇ ନ ପାରିବାରୁ ଅମଳରେ ନିୟୋଜିତ…
ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ
ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହି ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ କ୍ୟାମ୍ପ…
ଖଣ୍ଡୋଲାଇଟ୍ ପଥର ଖଣି ଖନନକୁ ବିରୋଧ
ଚଣ୍ଡିଖୋଲ,୨୭ା୧୨(ଡି.ଏନ.ଏ.): ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ଯାଜପୁର ଜିଲାର ଶୁଖୁଆପଡ଼ା, କେଶରାଇପୁର, ଚଣ୍ଡିଆ ଓ ତେଲିଗଡ଼ ପାହାଡ଼ରୁ ଖଣ୍ଡୋଲାଇଟ୍ ପଥର ଖନନ କରାଯିବ। ଏହାକୁ ଓଡ଼ିଶା ଖଣିନିଗମ ଉତ୍ତୋଳନ ପାଇଁ…
Archives


