ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ

ଜଗତସିଂହପୁର ଅଫିସ, ୩୦।୭: କୋଭିଡ୍‌-୧୯ ଯୋଗୁ ରାଜ୍ୟର ବହୁ ଲୋକ ଜୀବିକା ହରାଇଥିଲେ । ବିଶେଷକରି ଗରିବ ଓ ପ୍ରବାସୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏନେଇ ସହରାଞ୍ଚଳ ଗରିବ ଓ ପ୍ରବାସୀଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ଯୋଜନା) କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନାରେ ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ୧ା୨ା୨୧ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଉଦ୍‌ଘାଟନ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ଜଗତ୍‌ସିଂହପୁର ପୌରାଞ୍ଚଳରେ ଚଳିତ ବର୍ଷ ୨୬୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରତି ପ୍ରକଳ୍ପର ମୂଲ୍ୟ ୪୨ ହଜାର ଟଙ୍କା ରହିଥିବାରୁ ମୋଟ ୧,୧୦,୪୬,୦୦୦ ଟଙ୍କା ବ୍ୟୟ ବରାଦ କରାଯାଇଛି।a କିନ୍ତୁ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହାକୁ ଗୁରୁତ୍ୱର ସହ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ କିଛି ତଥ୍ୟ ଦେବାକୁ ୨୮ଜୁଲାଇ ୨୦୨୨ରେ ଚିଠି ହୋଇଛି। ଜଗତ୍‌ସିଂହପୁର ଭିଜିଲାନ୍ସ ଡିଏସ୍‌ପି ତାଙ୍କ ଚିଠି ସଂଖ୍ୟା ନଂ.୪୯୪ରେ ଉଲ୍ଲେଖ କରିଛନ୍ତି, ମୁକ୍ତା ଯୋଜନାରେ ବର୍ଷାଜଳ ସଂରକ୍ଷଣ ପାଇଁ ହୋଇଥିବା ପ୍ରକଳ୍ପରେ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରକଳ୍ପ ଚୟନ, ଅନୁଦାନ ଅନୁମୋଦନ ସହ ଏହାର ଏକାଉଣ୍ଟ ସଂଖ୍ୟା, ଚୟନ ଦାୟିତ୍ୱରେ ଥିବା କାର୍ଯ୍ୟାନ୍ବୟନ ସଂସ୍ଥା ଇତ୍ୟାଦିର ସୂଚନା ଦିଆଯାଉ। ପୌରାଞ୍ଚଳରେ କେତୋଟି ପ୍ରକଳ୍ପ ହୋଇଛି, କେଉଁଠି ହୋଇଛି, ଏହାର ଆକଳନ ମୂଲ୍ୟ, କାର୍ଯ୍ୟାଦେଶ, ଶେଷ ହୋଇଥିବା ପ୍ରକଳ୍ପର ସାର୍ଟିଫିକେଟ୍‌, କେଉଁ ଆଧାରରେ ଟଙ୍କା ଦିଆଯାଇଛି ଇତ୍ୟାଦି ସ୍ପଷ୍ଟ କରାଯାଉ। ଏଥିସହ କେତେଜଣ ହିତାଧିକାରୀ ଅଛନ୍ତି ସେମାନଙ୍କ ନାଁ, ଠିକଣା, ପ୍ଲଟ ସଂଖ୍ୟା, ଖାତା ସଂଖ୍ୟା ମଧ୍ୟ ଦିଆଯାଉ। ପ୍ରକଳ୍ପ ଅନୁଯାୟୀ ଫାଇଲ, କ୍ୟାଶ ବୁକ୍‌, ରିଜଲ୍ୟୁଶନ୍‌ ବହି ଇତ୍ୟାଦି ଦାଖଲ କରାଯାଉ। ଏହାଛଡ଼ା ପ୍ରକଳ୍ପ କାର୍ଯ୍ୟାନ୍ବୟନ ପାଇଁ ନିଯୁକ୍ତ କର୍ମଚାରୀଙ୍କ ନାଁ ଓ ପଦବୀ ଆଦି ଯଥାଶୀଘ୍ର ଦିଆଯାଉ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇ ପାରିବ ବୋଲି ଚିଠିରେ ଦର୍ଶାଯାଇଛି । ଭିଜିଲାନ୍ସ ଡିଏସ୍‌ପିଙ୍କ ଏହି ଚିଠି ଏବେ ମୋବାଇଲରୁ ମୋବାଇଲ ବୁଲୁଛି। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି କହିଛନ୍ତି ବାସ୍ତବରେ ଯୋଜନା ଅନୁଯାୟୀ ଉପରଠାଉରିଆ ଭାବେ କାମ କରାଯାଇ ଅର୍ଥ ଆତ୍ମସାତ ପାଇଁ ଉଦ୍ୟମ ହୋଇଛି। କମ୍‌ ଗଭୀରତାରେ ଗାତ ଖୋଳାଯାଇ ନନ୍ଦ ବସାଯାଉଛି। ତା’ଭିତରେ ଗୋଡି, ବାଲି ଆଦି ଆବଶ୍ୟକ ପରିମାଣର ରହୁନି। ପ୍ରକଳ୍ପର ଓସାର ଓ ଲମ୍ବ କମ୍‌ ରହୁଛି। ନିମ୍ନ ମାନର କାମ କରାଯାଇ ଅର୍ଥ ଆତ୍ମସାତ ହେଉଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସ୍ବୟଂ ସହାୟିକା ଗୋଷ୍ଠୀଗୁଡିକୁ ଏହି ଦାୟିତ୍ୱ ଦିଆଯାଇଛି। କୌଣସି ସ୍ଥାନରେ ଅଭିଯୋଗ ଆସିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଭିତରେ କିଛି ଅଭିଯୋଗ ଆସିଥିବାରୁ ତା’ଉପରେ ଅନୁଧ୍ୟାନ ଚାଲିଛି। କିନ୍ତୁ ସେ ଦାୟିତ୍ୱ ନେବା ପରଠାରୁ ଏ ପର୍ଯ୍ୟନ୍ତ କାହାରିକୁ ଅର୍ଥ ଦିଆଯାଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri