ଇଞ୍ଜେକ୍ସନ ନେଇ ୨୦ ରୋଗୀ ଗୁରୁତର

ବ୍ରହ୍ମପୁର ଅଫିସ,୩୦ା୭: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମେଡିସିନ ବିଭାଗର ୟୁନିଟ -୧ ଓ ୟୁନିଟ -୨ରେ ଚିକିତ୍ସିତ ହେଉଥିବା ୨୦ଜଣ ରୋଗୀ ଇଞ୍ଜେକ୍ସନ ନେବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଏଭଳି ଘଟିଲା ସେ ନେଇ ନାନା ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଏମକେସିଜି କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ।
ପ୍ରକାଶ ଯେ, ଏମ୍‌କେସିଜି ମେଡିସିନ ବିଭାଗ ପୁରୁଷ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ନର୍ସ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବା ପରେ ୨୦ରୁ ଅଧିକ ରୋଗୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେମାନେ ଜୋର୍‌ରେ ଥରିବାକୁ ଲାଗିଥିଲେ। ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇ କ’ଣ ହେଲା ବୋଲି ପାଟି କରିଥିଲେ। ସେଠାରେ ଥିବା ଡାକ୍ତର ଓ ନର୍ସମାନେ ଯାଇ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ପରେ ରୋଗୀଙ୍କୁ ଅନ୍ୟ ଦୁଇଟି ଇଞ୍ଜେକ୍ସନ ଦିଆଯିବାରୁ ସେମାନେ ସୁସ୍ଥ ହୋଇଥିଲେ। ଖବରପାଇ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡା. ରୀନା ମହାନ୍ତି, ଏମକେସିଜି ମେଡିକାଲ ଅଧୀକ୍ଷକ ପ୍ରାଧ୍ୟାପକ ଡା. ସନ୍ତୋଷ କୁମାର ମିଶ୍ର ଉକ୍ତ ୱାର୍ଡରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ। ରୋଗୀଙ୍କୁ ଦିଆଯାଇଥିବା ସେଫ୍ରିଆଜୋନ ଇଞ୍ଜେକ୍ସନ ଯୋଗୁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଭୁବନେଶ୍ୱରରେ ନମୁନା ପରୀକ୍ଷା କରାଯିବ ବୋଲି ଅଧୀକ୍ଷକ କହିଥିଲେ। ସେହିପରି ଷ୍ଟୋର ରୁମ୍‌ରେ ଥିବା ଅନ୍ୟ ୪୮୦ଟି ଇଞ୍ଜେକ୍ସନ ଅନ୍ୟ କୌଣସି ରୋଗୀଙ୍କୁ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଥିଲେ। ଏହି ଘଟଣା ପରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ. ଏମକେସିଜିରେ ପହଞ୍ଚି ଅଧ୍ୟକ୍ଷ ତଥା ଡିନ ପ୍ରାଧ୍ୟାପକ ଡା. ଅବନୀକାନ୍ତ ମିଶ୍ରଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ମଧ୍ୟ ୱାର୍ଡରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏମକେସିଜି ଅଧୀକ୍ଷକ କହିଛନ୍ତି, ମେଡିକାଲକୁ ଆସିଥିବା ଗୋଟିଏ ବ୍ୟାଚର ୩୦୦୦ ସେଫ୍ରିଆଜୋନ ଇଞ୍ଜେକ୍ସନ ମଧ୍ୟରୁ ୨ହଜାରରୁ ଅଧିକ ଇଞ୍ଜେକ୍ସନ ବିଭିନ୍ନ ରୋଗୀଙ୍କୁ ଦିଆଯାଇସାରିଛି। ପୂର୍ବରୁ କାହାରି ଶରୀରରେ ପାର୍ଶ୍ୱପ୍ରତିକ୍ରିୟା ଦେଖା ଯାଇନାହିଁ। ତେବେ ଶୁକ୍ରବାର ରୋଗୀଙ୍କୁ ଉକ୍ତ ଇଞ୍ଜେକ୍ସନ ଦେବା ପରେ ସେମାନଙ୍କ କମ୍ପ ହୋଇଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଡାକ୍ତରୀ ଟିମ୍‌, ନର୍ସିଂ ଅଫିସର ଓ ହସ୍ପିଟାଲ ମ୍ୟାନେଜରଙ୍କୁ ନେଇ ଏକ କମିଟି ଗଠନ ହୋଇଛି ବୋଲି ଅଧୀକ୍ଷକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri