ସୁରକ୍ଷା ପାଇଁ ସରକାରୀ ଜମିରେ ଗଛ ଲଗାଇବାକୁ ଦାବି

ରଘୁନାଥପୁର,୩୦ା୭ (ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର ବେଲବଣଠାରୁ ଜଇପୁର ଦସୁଆଦଣ୍ଡା ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମି ରହିଛି। ଏହି ସରକାରୀ ଜମି ସହ ମହାନଦୀ ଦକ୍ଷିଣ ପାର୍ଶ୍ୱ ନଦୀ ବନ୍ଧ ପଠାରେ ଗଛ ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଗତ ପାଞ୍ଚବର୍ଷ ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ତେବେ ବେଲବଣଠାରୁ ଦସୁଆଦଣ୍ଡା ପର୍ଯ୍ୟନ୍ତ ଏହି କେନାଲର ୭ କିଲୋମିଟର ସମେତ ମହାନଦୀ ବନ୍ଧର ଉପରୋକ୍ତ ଅଞ୍ଚଳର ୭୫ ପ୍ରତିଶତ ବାଲିରେ ନିର୍ମିତ ହୋଇଥିବାରୁ ନଦୀରେ ପାଣି ବଢ଼ିଲେ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ରହିଛି ବୋଲି ସେତେବେଳେ କୁହାଯାଇଥିଲା। ଏହାର ସୁରକ୍ଷା ପାଇଁ କେନାଲର ଉଭୟ ପାର୍ଶ୍ୱ ସମେତ ନଦୀ ପଠାରେ ଗଛ ଲଗାଯିବା ଅତ୍ୟନ୍ତ ଜରୁରୀ ବୋଲି ତତ୍କାଳୀନ ଏସଡ଼ିଓ ଅଞ୍ଚଳବାସୀଙ୍କୁ ସତର୍କ କରାଇଥିଲେ। ଏନେଇ ସ୍ଥାନୀୟ ଲୋକେ ବନ୍ଧର ଉଭୟ ପାର୍ଶ୍ୱ ଓ ନଦୀପଠାରେ ଥିବା ସରକାରୀ ଜମିରେ ଚାରା ରୋପଣ ପାଇଁ ଜିଲାପାଳ ଓ ମହାନଦୀ ଦକ୍ଷିଣପାର୍ଶ ଜଳସମ୍ପଦ ବିଭାଗକୁ ଲିଖିତ ଭାବେ ଅବଗତ କରାଇଥିଲେ। ମାତ୍ର ଅଦ୍ୟାବଧି ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଇତି ମଧ୍ୟରେ କେନାଲକୁ ଲାଗି ରହିଥିବା ସରକାରୀ ଜମିକୁ କିଛି ଲୋକ ନିଜ ଅକ୍ତିଆରକୁ ନେଇ ତା ଉପରେ ସ୍ଥାୟୀ ପକ୍କାଘର ମଧ୍ୟ ନିର୍ମାଣ କରିଛନ୍ତି। ଆଉ କେତେଜଣ ଏହି ସରକାରୀ ପଠାଜମିକୁ ଦଖଲ କରି ଚାଷବାସ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ସରକାରୀ ଜମିରେ ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ସୁଦ୍ଧା ସେମାନଙ୍କୁ ଧମକ ଦିଆଯାଉଛି। ଏହି ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇ ସେଠାରେ ଗଛ ଲଗାଇବାକୁ ଅନୁମତି ଦେବାକୁ ସାମାଜିକ କର୍ମୀ ଲକ୍ଷ୍ମଣ ଦାଶ, ପ୍ରଭାକର ମଲ୍ଲିକ, ଚନ୍ଦ୍ରଶେଖର ସିଂହ, ସରୋଜ କୁମାର ଦାଶ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୯।୨: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏବଂ ତଦନ୍ତରେ...

ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ...

ଦୁଇ ଯାଆ ଓ୍ବାର୍ଡସଭ୍ୟ ପ୍ରାର୍ଥୀ

କାମାକ୍ଷାନଗର, ୧୦ା୨(ଡି.ଏନ.ଏ): ରାଜନୀତି ଆଗରେ ଫିକା ପଡ଼ିଯାଏ ପାରିବାରିକ ସମ୍ପର୍କ। ଆଞ୍ଚଳିକସ୍ତରରୁ ଜାତୀୟସ୍ତର ଯାଏ ଦେଖିଲେ ଏଭଳି ଉଦାହରଣର ଅଭାବ ନାହିଁ। ନିକଟରେ ହେବାକୁ ଥିବା...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା, ସ୍ବାମୀ ଗିରଫ

ଯାଜପୁର ଟାଉନ,୯ା୯(ଡି.ଏନ.ଏ.): ଯାଜପୁର ଟାଉନ ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ...

ଆଜି ପରୀକ୍ଷା, ୧୭ ଛାତ୍ରୀଛାତ୍ରଙ୍କ ପରୀକ୍ଷା ବର୍ଜନ ନିଷ୍ପତ୍ତି

ଦଶରଥପୁର,୫ା୧୨(ଡି.ଏନ.ଏ.):ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଥାଲକୁଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ୩୭ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦ ଜଣଙ୍କୁ...

ଦାବି ପୂରଣ ନ ହେଲେ ନୀତକାନ୍ତି କରିବେନି ସେବାୟତ

ଆନନ୍ଦପୁର,୨।୭(ସ୍ବ.ପ୍ର.)- ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର ଦଧିବାମନଜୀଉ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆନନ୍ଦପୁର...

ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୬ ଆହତ

ଭଦ୍ରକ ଅଫିସ, ୬।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ଆଖୁଆପଦା ନିକଟରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ରାସ୍ତାରେ...

୩ ବ୍ଲକର କୃଷି ପ୍ରଭାବିତ ହେବ

କେନ୍ଦ୍ରାପଡା ଅଫିସ,୨୦।୧୧: କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକକୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ତୀବ୍ରତର...

Advertisement
Archives

Model This Week