ସୁରକ୍ଷା ପାଇଁ ସରକାରୀ ଜମିରେ ଗଛ ଲଗାଇବାକୁ ଦାବି

ରଘୁନାଥପୁର,୩୦ା୭ (ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର ବେଲବଣଠାରୁ ଜଇପୁର ଦସୁଆଦଣ୍ଡା ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମି ରହିଛି। ଏହି ସରକାରୀ ଜମି ସହ ମହାନଦୀ ଦକ୍ଷିଣ ପାର୍ଶ୍ୱ ନଦୀ ବନ୍ଧ ପଠାରେ ଗଛ ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଗତ ପାଞ୍ଚବର୍ଷ ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ତେବେ ବେଲବଣଠାରୁ ଦସୁଆଦଣ୍ଡା ପର୍ଯ୍ୟନ୍ତ ଏହି କେନାଲର ୭ କିଲୋମିଟର ସମେତ ମହାନଦୀ ବନ୍ଧର ଉପରୋକ୍ତ ଅଞ୍ଚଳର ୭୫ ପ୍ରତିଶତ ବାଲିରେ ନିର୍ମିତ ହୋଇଥିବାରୁ ନଦୀରେ ପାଣି ବଢ଼ିଲେ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ରହିଛି ବୋଲି ସେତେବେଳେ କୁହାଯାଇଥିଲା। ଏହାର ସୁରକ୍ଷା ପାଇଁ କେନାଲର ଉଭୟ ପାର୍ଶ୍ୱ ସମେତ ନଦୀ ପଠାରେ ଗଛ ଲଗାଯିବା ଅତ୍ୟନ୍ତ ଜରୁରୀ ବୋଲି ତତ୍କାଳୀନ ଏସଡ଼ିଓ ଅଞ୍ଚଳବାସୀଙ୍କୁ ସତର୍କ କରାଇଥିଲେ। ଏନେଇ ସ୍ଥାନୀୟ ଲୋକେ ବନ୍ଧର ଉଭୟ ପାର୍ଶ୍ୱ ଓ ନଦୀପଠାରେ ଥିବା ସରକାରୀ ଜମିରେ ଚାରା ରୋପଣ ପାଇଁ ଜିଲାପାଳ ଓ ମହାନଦୀ ଦକ୍ଷିଣପାର୍ଶ ଜଳସମ୍ପଦ ବିଭାଗକୁ ଲିଖିତ ଭାବେ ଅବଗତ କରାଇଥିଲେ। ମାତ୍ର ଅଦ୍ୟାବଧି ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଇତି ମଧ୍ୟରେ କେନାଲକୁ ଲାଗି ରହିଥିବା ସରକାରୀ ଜମିକୁ କିଛି ଲୋକ ନିଜ ଅକ୍ତିଆରକୁ ନେଇ ତା ଉପରେ ସ୍ଥାୟୀ ପକ୍କାଘର ମଧ୍ୟ ନିର୍ମାଣ କରିଛନ୍ତି। ଆଉ କେତେଜଣ ଏହି ସରକାରୀ ପଠାଜମିକୁ ଦଖଲ କରି ଚାଷବାସ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ସରକାରୀ ଜମିରେ ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ସୁଦ୍ଧା ସେମାନଙ୍କୁ ଧମକ ଦିଆଯାଉଛି। ଏହି ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇ ସେଠାରେ ଗଛ ଲଗାଇବାକୁ ଅନୁମତି ଦେବାକୁ ସାମାଜିକ କର୍ମୀ ଲକ୍ଷ୍ମଣ ଦାଶ, ପ୍ରଭାକର ମଲ୍ଲିକ, ଚନ୍ଦ୍ରଶେଖର ସିଂହ, ସରୋଜ କୁମାର ଦାଶ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା; ଆରୋହୀ ଗୁରୁତର

ଆନନ୍ଦପୁର, ୪/୭ (ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି–ବିରିଡିହା ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri