କୂଳ ଲଂଘୁଛି ସମୁଦ୍ର: ଉଚ୍ଚ ଜୁଆର ଯୋଗୁ ସମୁଦ୍ରରେ ଲୀନ ହେଲା ୬ ଘର

ଗଞ୍ଜାମ,୨୯।୭(ଡି.ଏନ୍‌.ଏ.): କୂଳ ଲଂଘୁଛି ସମୁଦ୍ର। ଉଚ୍ଚ ଲହରୀ ଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଅବକ୍ଷୟ ହେବାରେ ଲାଗିଛି l ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତ ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡ଼ମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ପୁଣି ୬ ଘର ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିକୁ ଆଶଙ୍କା କରି ପ୍ରଶାସନ ସେମାନଙ୍କୁ ଅନତ୍ର ଥଇଥାନ କରିଥିଲା। ଏଥିଯୋଗୁ ଅନ୍ୟ କ୍ଷୟକ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ, ପୋଡ଼ମପେଟା ଗ୍ରାମ ପ୍ରତି ବିପଦ ଥିବା ଯୋଗୁ ଜିଲା ପ୍ରଶାସନ ୨୦୧୩ରେ ବୁମୁନାଗିରି ପାହାଡ଼ ପାଦ ଦେଶରେ ଉକ୍ତ ଗ୍ରାମର ପ୍ରାୟ ୯୯% ପ୍ରତିଶତ ଅର୍ଥାତ ୧୦୨ ପରିବାରକୁ ଥଇଥାନ କରିସାରିଛି। ଆଉ କିଛି ପରିବାରଙ୍କ ସଦସ୍ୟ ଅଧିକ ଥିବା ଯୋଗୁ ସେମାନେ ବାଧ୍ୟ ହୋଇ ସମୁଦ୍ରକୂଳରେ ଥିବା ଘର ପାଖରେ ନିଜ ଜାଲ, ଡ଼ଙ୍ଗା ରଖିବାକୁ ବାଧ୍ୟ ହେଉଥିବା କହିଛନ୍ତି। ହେଲେ ଉକ୍ତ ଘର ଗୁରୁବାର ସମୁଦ୍ରରେ ମିଶି ଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଗୋଖରକୁଦାଠାରୁ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ମନ୍ଦିର ଓ ପୋଡ଼ମପେଟା ପର୍ଯ୍ୟନ୍ତ ସମୁଦ୍ରକୁଳରେ ଥିବା ଝାଉଁ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି l ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ସମୁଦ୍ର ଉପକୂଳ ନିକଟବର୍ତ୍ତୀ ମସ୍ୟଜୀବୀ ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?