କୂଳ ଲଂଘୁଛି ସମୁଦ୍ର: ଉଚ୍ଚ ଜୁଆର ଯୋଗୁ ସମୁଦ୍ରରେ ଲୀନ ହେଲା ୬ ଘର

ଗଞ୍ଜାମ,୨୯।୭(ଡି.ଏନ୍‌.ଏ.): କୂଳ ଲଂଘୁଛି ସମୁଦ୍ର। ଉଚ୍ଚ ଲହରୀ ଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଅବକ୍ଷୟ ହେବାରେ ଲାଗିଛି l ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତ ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡ଼ମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ପୁଣି ୬ ଘର ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିକୁ ଆଶଙ୍କା କରି ପ୍ରଶାସନ ସେମାନଙ୍କୁ ଅନତ୍ର ଥଇଥାନ କରିଥିଲା। ଏଥିଯୋଗୁ ଅନ୍ୟ କ୍ଷୟକ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ, ପୋଡ଼ମପେଟା ଗ୍ରାମ ପ୍ରତି ବିପଦ ଥିବା ଯୋଗୁ ଜିଲା ପ୍ରଶାସନ ୨୦୧୩ରେ ବୁମୁନାଗିରି ପାହାଡ଼ ପାଦ ଦେଶରେ ଉକ୍ତ ଗ୍ରାମର ପ୍ରାୟ ୯୯% ପ୍ରତିଶତ ଅର୍ଥାତ ୧୦୨ ପରିବାରକୁ ଥଇଥାନ କରିସାରିଛି। ଆଉ କିଛି ପରିବାରଙ୍କ ସଦସ୍ୟ ଅଧିକ ଥିବା ଯୋଗୁ ସେମାନେ ବାଧ୍ୟ ହୋଇ ସମୁଦ୍ରକୂଳରେ ଥିବା ଘର ପାଖରେ ନିଜ ଜାଲ, ଡ଼ଙ୍ଗା ରଖିବାକୁ ବାଧ୍ୟ ହେଉଥିବା କହିଛନ୍ତି। ହେଲେ ଉକ୍ତ ଘର ଗୁରୁବାର ସମୁଦ୍ରରେ ମିଶି ଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଗୋଖରକୁଦାଠାରୁ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ମନ୍ଦିର ଓ ପୋଡ଼ମପେଟା ପର୍ଯ୍ୟନ୍ତ ସମୁଦ୍ରକୁଳରେ ଥିବା ଝାଉଁ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି l ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ସମୁଦ୍ର ଉପକୂଳ ନିକଟବର୍ତ୍ତୀ ମସ୍ୟଜୀବୀ ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସ୍ବାସ୍ଥ୍ୟସେବାର ବିକାଶ ପାଇଁ ସହଯୋଗ ଆବଶ୍ୟକ: ଧର୍ମେନ୍ଦ୍ର

ଭୁବନେଶ୍ୱର,୭ା୫(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ବାସ୍ଥ୍ୟ ସଙ୍ଗଠନ,...

ଦାନ୍ତ ପାଇଁ ବନବିଭାଗ ନୟାନ୍ତ

ବାରିପଦା ଅଫିସ, ୧ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନବିଲ ରେଞ୍ଜରେ ହାତୀ ଦାନ୍ତ ଉଦ୍ଧାର ନେଇ ବନବିଭାଗ ନୟାନ୍ତ...

ମାହାଙ୍ଗା, ସାଲେପୁର ବିଦ୍ୟୁତ୍‌ ସେବା ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ମାହାଙ୍ଗା ଏବଂ ସାଲେପୁର ନିର୍ବାଚନମଣ୍ଡଳୀରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।...

ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ...

ସ୍ବାଭିମାନ ଅଞ୍ଚଳରେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା

ଚିତ୍ରକୋଣ୍ଡା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ଶତାଧିକ ମୃତ ବ୍ୟକ୍ତିଙ୍କ ନାମରେ ୩/୪ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି।...

ମାଗଣାରେ ପନିପରିବା, ମାସ୍କ ବଣ୍ଟନ କଲା ମିଶନ ଶକ୍ତି

କେସିଙ୍ଗା,୨୧।୪: କଳାହାଣ୍ଡି ଜିଲା କେସିଙ୍ଗାରେ ଅସହାୟ ଲୋକଙ୍କୁ ମାଗଣାରେ ପନିପରିବା ଓ ମାସ୍କ ବଣ୍ଟନ। ଏନ୍‌.ଏ.ସି. ସ୍ଥିତ ସାନପଡା, ଗୌଡ଼ପଡା ଓ ମାଝିପଡାରେ ମିଶନ ଶକ୍ତି...

ସଂକ୍ରମିତଙ୍କ ଘରେ ପହଞ୍ଚାଯାଉଛି ଖାଦ୍ୟ

କେନ୍ଦୁଝର,୧୮।୫(ସ୍ବ.ପ୍ର.)-କରୋନା ମହାମାରୀ ଧିରେ ଧିରେ ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଫଳରେ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ଲୋକେ ପଦାକୁ ବାହାରିବା...

ମୋବାଇଲ ଦେଖିବାକୁ ମନା କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ପଦ୍ମପୁର, ୨୩।୧୨ (ଡି.ଏନ.ଏ.)- ମୋବାଇଲ ଦେଖିବାକୁ ମନା କରିବାରୁ ନବମ ଶ୍ରେଣୀ ଛାତ୍ରଙ୍କ ଅଭାବନୀୟ କାଣ୍ଡ। ସୋମବାର ମଧ୍ୟାହ୍ନରେ ଛାତ୍ର ଜଣଙ୍କ ସିଡ଼ି ଘରକୁ ଯାଇ...

Advertisement
Archives

Model This Week