ଆମ ଜିଲା ଖବର

ପୁଅର ମୃତଦେହ ଗାଁକୁ ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

ସୋରଡ଼ା,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ନୂଆଗାଁ ଗ୍ରାମର ଅଜୟ ମଲିକଙ୍କ ପୁଅ ରଞ୍ଜନ (୨୭) ତାମିଲନାଡୁର କୋଏମ୍ବାଟୁରର ପେରିୟାନାଇକେନପାଲୟମ ଥାନା ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସେଠାରେ ନିଜ ବାସସ୍ଥଳୀରେ…

ନାଟମଣ୍ଡମ ବିମ୍‌ରେ ଫାଟ

ପୁରୀ ଅଫିସ, ୧୧।୬: ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛାତକୁ ଧରି ରଖିଥିବା କଲମ କାପିଟାଲ ବିମ୍‌ରେ ଫାଟ ସୃଷ୍ଟି ହୋଇଛି । ନାଟମଣ୍ଡପ ମରାମତି ପର୍ଯ୍ୟାୟରେ ଛାତରୁ ଚୂନ ଛଡ଼ାଯିବା ପରେ ଏହି ଫାଟଗୁଡ଼ିକ ଦେଖିବାକୁ ମିଳିଥିଲା। ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ…

ତୁରନ୍ତ ବିଦ୍ୟୁତ୍‌ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ

ବରଗଡ଼ ଅଫିସ,୧୧।୬: ବରଗଡ଼ ସହରରେ ବାରମ୍ବାର ବିଦ୍ୟୁତ୍‌ ସେବା ବ୍ୟାହତ ହେଉଛି। ବରଗଡ଼ ୱାର୍ଡ ନଂ-୧ ନିଗମାନନ୍ଦ ବିହାର ପଡ଼ାବାସୀ ବିଦ୍ୟୁତ୍‌ ସମସ୍ୟା ନେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପଡାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ…

ବଜ୍ରାଘାତରେ ମହିଳା ଗୁରୁତର

ହିଞ୍ଜିଳିକାଟୁ,୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଧୋଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗାଁର କାଳିଆ ରାଉତ(୪୦)। ମହିଳା ଜଣଙ୍କ ଚାଷଜମିରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରପାତରେ ହେବାରୁ…

ତାରାତାରିଣୀଙ୍କୁ ଦର୍ଶନ କରି ମଙ୍ଗଳକାମନା କଲେ ମନ୍ତ୍ରୀ

ପୁରୁଷୋତ୍ତମପୁର, ୧୧।୬(ଡି.ଏନ୍‌.ଏ.): ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଶନିବାର ମା’ ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ବିକାଶ ଲାଗି କାମ କରିବେ ବୋଲି ଗଣମଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ବେଳେ…

ହଦଗଡ଼ ଅଭୟାରଣ୍ୟରୁ ମିଳିଲା ହାତୀ ମୃତଦେହ

କେନ୍ଦୁଝର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ହଦଗଡ଼ ରେଞ୍ଜର କାଠକଟା ଜଙ୍ଗଲରୁ ଏକ ଅଣ୍ଡିରା ହାତୀର ମୃତଦେହ ଜବତ ହୋଇଛି। ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ। ଏହା ହଦଗଡ ଅଭୟାରଣ୍ୟ ମଧ୍ୟରେ ରହିଛି। ଦୁଇ ଅଣ୍ଡିରା…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସରକାରୀ ସହାୟତା ଦାବି

ନୂଆପଡ଼ା ଅଫିସ,୧୧ା୬: ତେଲଙ୍ଗାନାକୁ କାମ କରିବାକୁ ଯାଇଥିବା ନୂଆପଡ଼ା ସଦର ମହୁହାଭଟା ଗ୍ରାମର ଶମ୍ଭୁ ରଣା(୨୪)ଙ୍କ ଗତ ୮ ତାରିଖରେ ମୃତ୍ୟୁ ଘଟିଥିଲା। ତିନି ଦିନ ପରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଗ୍ରାମରେ ମୃତଦେହ ପହଞ୍ଚତ୍ବା ପରେ ଏକ ଶୋକାକୁଳ…

କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ ମାମଲା: ମାଷ୍ଟରମାଇଣ୍ଡ ପିଛାରେ ପୋଲିସ

ସୋନପୁର,୧୧।୬(ନି.ପ୍ର.): ନକଲି ଚେକ୍‌ ଜରିଆରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହରିଲୁଟ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି…

ପୁଣି ଧରାପଡ଼ିଲା ଧଳାଜହର

ଢେଙ୍କାନାଳ ଅଫିସ, ୧୧।୬ ଢେଙ୍କାନାଳ ଜିଲାରେ ବ୍ରାଉନ୍‌ସୁଗାର ର଼୍ୟାକେଟ୍‌ ସକ୍ରିୟ ହୋଇଉଠିଛି। ସହରସ୍ଥିତ ରାମେଶ୍ୱରପୁର ରେଳଧାରଣା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ଗୋଦାମ ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ ୭୦୦ ମିଲିଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି।…

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ଭୁବନ, ୧୧।୬(ଡି.ଏନ୍‌.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକ କାନଖାଇ ଗ୍ରାମଦେଇ ଦୈନିକ ଶତାଧିକ କ୍ରୋମାଇଟ୍‌ ବୋଝେଇ ଭାରିଯାନ ଚଳାଚଳ କରୁଛି। ଫଳରେ ପ୍ରଦୂଷଣ ଏବଂ ଦୁର୍ଘଟଣା ବଢୁଛି। ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଲାଣି। ଏହାର ପ୍ରତିବାଦରେ ଦୀର୍ଘଦିନ ଧରି କୁହୁଳିଥିବା ପୁଞ୍ଜୀଭୂତ…

ପର୍ଯ୍ୟଟନସ୍ଥଳୀରେ ହେଉ ହସ୍ତଶିଳ୍ପ ପ୍ରଦର୍ଶନ ବଜାର

ଢେଙ୍କାନାଳ ଅଫିସ, ୧୧।୬ ଢେଙ୍କାନାଳର ଇତିହାସ ଅନନ୍ୟ। ଗଡ଼ଜାତ ଆନ୍ଦୋଳନରେ ଏହି ଜିଲା ଦେଶବାସୀଙ୍କୁ ଆନ୍ଦୋଳିତ କରିଥିଲା। ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ବ୍ୟାପକ ଭିତ୍ତିଭୂମି ରହିଛି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଏହି…

ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ ସରୁନି

ଭୁବନ, ୧୧।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ଲାଗି ୨୦୧୪ରୁ ଆରମ୍ଭ ହୋଇଥିଲା କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ। ଏଥିଲାଗି ବ୍ୟୟ ଅଟକଳ ହୋଇଥିଲା ପ୍ରାୟ କୋଟିଏ ଟଙ୍କା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୮ବର୍ଷ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?