ସେବାୟତଙ୍କ ଆବାସ ପାଇଁ ଜମି ଚିହ୍ନଟ

ପୁରୀ ଅଫିସ, ୩୦ା୭: ବହୁ ବର୍ଷ ଧରି ଆବାସ ପାଇଁ ପ୍ରତୀକ୍ଷାରତ ଶ୍ରୀମନ୍ଦିରର ଗରିବ ଓ ବାସହୀନ ସେବାୟତଙ୍କ ମନରେ ଆଶା ସଞ୍ଚାର ହୋଇଛି। ସେବାୟତ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି ଶୁକ୍ରବାରଠାରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ହରଚଣ୍ଡୀ ସାହି ମୌଜାରେ ପ୍ରାୟ ୩ ଏକର ଜାଗା ଚିହ୍ନଟ କରାଯାଇ ପାଚେରି ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ହେବା ଦ୍ୱାରା ପ୍ରାୟ ୫ଶହ ସେବାୟତ ଉପକୃତ ହେବେ। ସାମାଜିକ, ଅର୍ଥନୈତିକ ସର୍ବେକ୍ଷଣ ଶେଷ ପରେ ସେବାୟତ ଆବାସ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
୨୦୧୩ରେ ନବକୃଷ୍ଣ ସେଣ୍ଟର ଫର୍‌ ଡେଭ୍‌ଲପ୍‌ମେଣ୍ଟ ଷ୍ଟଡିଜ ପକ୍ଷରୁ ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ପ୍ରାୟ ୨୨୩୬ ସେବାୟତ ପରିବାର ଥିବା ବେଳେ ୯୫୫୮ଜଣ ସେବାୟତ ରହିଥିବା ଜଣାପଡ଼ିିଥିଲା। ସେବାୟତଙ୍କ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ଅନ୍ୟ ବୃତ୍ତି ଓ ଆର୍ଥତ୍କ ମାନଦଣ୍ଡକୁ ନେଇ ଭବିଷ୍ୟତରେ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯିବାକୁ ସ୍ଥିର ହୋଇଥିଲା। ସେବାୟତଙ୍କ ଲାଗି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହଯୋଗରେ ଗୃହ ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା। ସୂଚନାଯୋଗ୍ୟ, ଅନେକ ସେବାୟତ ସାହିରେ ଗୋଟିଏ ଗୋଟିଏ ଘରେ ୧୦-୧୫ ପରିବାର ବହୁକଷ୍ଟରେ ରହୁଛନ୍ତି। ଅନେକ ସେବାୟତ ପରିବାର ବାସହୀନ ଅଛନ୍ତି। ଦୀର୍ଘବର୍ଷ ହେବ ବାସହୀନ ସେବାୟତ ପରିବାରକୁ ଘର ଯୋଗାଇବା ଲାଗି ଦାବି ହୋଇଆସୁଥିଲା। ଏହାପରେ ସେମାନଙ୍କୁ ଆର୍ଥତ୍କ ସହାୟତା ଓ ଗୃହ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ହରଚଣ୍ଡୀ ସାହି ମୌଜାରେ ଥିବା ମହିପ୍ରକାଶ ମଠର ୩ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ସହ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ମାଟିମଣ୍ଡପ ସାହି ମୌଜାରେ ଥିବା ଏମାର ମଠର ଜମି ଅଧିଗ୍ରହଣ ହେବ ବୋଲି ସୂଚନା ମିଳିଛି। ଏହି ଦୁଇଟି ମୌଜା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିଛି। ସେହି ସ୍ଥାନ ସଫା କରାଯାଇ ପାଚେରି ନିର୍ମାଣ ପରେ ଆପାର୍ଟମେଣ୍ଟ ନିର୍ମାଣ କରାଯିବ। ୨୦୧୪ ଓ ୨୦୧୫ରେ ସେବାୟତ ଜଣଗଣନା କରାଯାଇଥିଲା। ପରେ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍‌ ଡେଭ୍‌ଲପମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ସେବାୟତଙ୍କ ସାମାଜିକ, ଅର୍ଥନୈତିକ ନେଇ ପୁନଃ ଗଣନା କରାଯାଇଥିଲା। ସେବାୟତ ବାସଗୃହ ଯୋଜନା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ବଜେଟ ପାରିତ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ହରଚଣ୍ଡୀ ସାହି ମୌଜାରେ ଗରିବ ସେବାୟତଙ୍କ ପାଇଁ ବାସଗୃହ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ମାଟିତୋଟା ଅଞ୍ଚଳରେ ପ୍ରକଳ୍ପ କରାଯିବାକୁ ଥିଲା। ମାତ୍ର ଉକ୍ତ ସ୍ଥାନ ଶ୍ରୀମନ୍ଦିରଠାରୁ କିଛି ଦୂରରେ ଥିବାରୁ ସେବାୟତମାନେ ଦାରୁଦିଅଁଙ୍କ ସେବା ପୂଜାରେ ହଇରାଣ ହେବା ଆଶଙ୍କା କରି ହରଚଣ୍ଡୀ ସାହି ମାୈଜାକୁ ସ୍ଥାନାନ୍ତର କରାଯାଇଥିଲା। ହରଚଣ୍ଡୀ ସାହି ମୌଜାର ୯୧, ୯୨ ଏବଂ ୯୩ ନମ୍ବର ପ୍ଲଟର ୩ ଏକରରୁ ଅତ୍ଧକ ସ୍ଥାନରେ ଏହି ପ୍ରକଳ୍ପ କରାଯିବ। ମୁଖ୍ୟତଃ ୯୩ ନମ୍ବର ପ୍ଲଟରେ ପାଖାପାଖି ୨ ଏକର ୮ ଶହ ଜାଗା ରହିଛି। ୬ଶହ ବର୍ଗଫୁଟର ୪ ମହଲା କୋଠା ହେବ। ଜି + ୩ ଆପାର୍ଟମେଣ୍ଟ କରାଯିବ। ସେଠାରେ ସମସ୍ତ ସୁବିଧା ରହିବ। ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯୋଗ୍ୟ ସେବାୟତଙ୍କୁ ଚିହ୍ନଟ କରାଯାଇ ଗୃହ ଦିଆଯିବ। ଯେଉଁମାନେ ବାସଗୃହ ପାଇଁ ପ୍ରଶାସନ ପାଖକୁ ଆବେଦନପତ୍ର ପଠାଇବେ, ସେମାନଙ୍କ ନିକଟକୁ ଏକ କମିଟି ଯାଇ ଅନୁଧ୍ୟାନ କରିବ। ଏବେ ପ୍ରଶାସନ ପକ୍ଷରୁ ଚିହ୍ନଟ ଜାଗାରେ ଏବେ ପାଚେରି ନିର୍ମାଣ ଚାଲିଛି। ଡିଜାଇନ ଚୂଡ଼ାନ୍ତ ହେବା ପରେ କେତେ ଖର୍ଚ୍ଚ ହେବ ତାହା ଜଣାପଡ଼ିବ। ତେବେ ଚିହ୍ନଟ ଜାଗା ଉପରେ ଜଣେ ବ୍ୟକ୍ତି ଘର କରି ରହିଛନ୍ତି। ସେ ପୁରୀ ସିଭିଲ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଉକ୍ତ ଜମି ଶ୍ରୀମନ୍ଦିର ନାମରେ ଥିବାରୁ ସେପରି କିଛି ସମସ୍ୟା ହେବ ନାହିଁ ବୋଲି ଜେନା ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ପ୍ରକଳ୍ପ ହେବା ଦ୍ୱାରା ଗରିବ ସେବାୟତ ଉପକୃତ ହେବେ। ସେହିପରି ସେବାୟତମାନେ ଶ୍ରୀମନ୍ଦିର ପାଖରେ ରହିଲେ ଠିକ ସମୟରେ ନୀତି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri