୮ ଶ୍ରେଣୀକୁ ଅଛି ୨ କୋଠରୀ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କୋକସରା,୨୯।୭(ଡି.ଏନ୍‌.ଏ.): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମାଗଣା ପାଠ୍ୟପୁସ୍ତକ, ଖାଦ୍ୟ, ପୋଷାକ ସମେତ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଆଜି ବି ଭିତ୍ତିଭୂମି ଅଭାବରୁ ଅନେକ ସ୍କୁଲରେ ପଢ଼ୁଥିବା କୋମଳମତି ଛାତ୍ରଛାତ୍ରୀମାନେ ଶ୍ରେଣୀ କୋଠରୀ ନ ଥିବାରୁ ବାରଣ୍ଡାରେ ବସି ପଢ଼ୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଶିକ୍ଷା ବିଭାଗ ଆମପାଣି ପଞ୍ଚାୟତ ଆଦିବାସୀ ବହୂଳ କନ୍ଦାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ମାତ୍ର ବିଦ୍ୟାଳୟରେ ଦୁଇଟି ଶ୍ରେଣୀ କୋଠରି ରହିଛି। ଫଳରେ ପ୍ରଥମ, ଦିତୀୟ, ତୃତୀୟରେ ପଢ଼ୁଥିବା ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ବସି ପଢ଼ୁଥିବା ଦେଖିବାକୁ ମିଳିଛି। ୧୧୨ ଛାତ୍ରଛାତ୍ରୀଙ୍କ ପାଇଁ ୪ ଜଣ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ସ୍କୁଲକୁ ଲାଗି ଅସୁରକ୍ଷିତ ଅବସ୍ଥାରେ ଜରାଜୀର୍ଣ୍ଣ ପୁରୁଣା ସ୍କୁଲ କୋଠା ରହିଛି । ସେହି ଅସୁରକ୍ଷିତ କୋଠାକୁ ମଧ୍ୟ ଭଙ୍ଗା ଯାଉନାହିଁ। ନୂତନ ଅତିରିକ୍ତ ଶ୍ରେଣୀ କୋଠରୀ ପାଇଁ ଶିକ୍ଷା କମିଟି ଓ ଗ୍ରାମବାସୀ ଅନେକ ସମୟରେ ବ୍ଲକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରି ଆସୁଛନ୍ତି । ହେଲେ ଏଯାବତ କୌଣସି ପଦକ୍ଷେପ ନିଆ ଯାଇନାହିଁ। ଏନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୀଲ କୁମାର ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସ୍କୁଲ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କୁ ଏହି ସମସ୍ୟା ନେଇ ଅଭିଯୋଗ କରାଯାଇଛି ବୋଲି କହିଛନ୍ତି। ଆମେ ଏନେଇ କୋକସରା ଶିକ୍ଷା ବିଭାଗର ବିଆର୍‌ସିସି ତୋଫାନ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ କେବଳ କନ୍ଦାଗଡ଼ ସ୍କୁଲ ନୁହେଁ ବ୍ଲକର ଉଣା ଅଧିକ ସ୍କୁଲରେ ଶ୍ରେଣୀ କୋଠରି ସମସ୍ୟା ରହିଛି। କନ୍ଦାଗଡ଼ ସ୍କୁଲ କମିଟି ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ହେଲେ ବ୍ଲକ କିମ୍ବା ଜିଲା ଶିକ୍ଷା ବିଭାଗ ହାତରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ କୌଣସି ଅନୁଦାନ ଆସୁନାହିଁ। ପଞ୍ଚାୟତିରାଜ ବିଭାଗ ଅଧୀନରେ ଅନୁଦାନ ରହିଛି। ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ବିଡିଓଙ୍କ ଜରିଆରେ ଅଭିଯୋଗ କଲେ ସମାଧାନ ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାରଳା ମନ୍ଦିରରେ ନୀତି ହୋଇ ପାରିଲାନି: ୨ ହଜାର ଲୋକଙ୍କ ପ୍ରସାଦ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୧୯ା୧୧: ସୋମବାର ନୂଆଖିଆ ପର୍ବରେ ମା’ସାରଳା ମନ୍ଦିରରେ ପୁଣି ଦେଖା ଦେଇଛି ବିଭ୍ରାଟ। ଏହି ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ଅପରାହ୍ନ...

ପୁରୀରୁ ୩ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୪କୁ ବୃଦ୍ଧି

ପୁରୀ ଅଫିସ,୨୧।୬: ପୁରୀ ଜିଲାରୁ ରବିବାର ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩ ଆକ୍ରାନ୍ତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ୍‌...

କୋଶଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନ ମିଳିଲେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୨୧।୨: କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ସୋମବାର ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ....

ଏପ୍ରିଲ ୧ରୁ ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଭାଗ ମୋ ସରକାର ଅଧୀନକୁ ଆସୁଛି। ଏହି କ୍ରମରେ ଫେବୃୟାରୀ ୧୦ରେ ରାଜସ୍ବ ବିଭାଗ ମୋ...

ଅଧିକାରୀଙ୍କ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ବାଲିଆପାଳ,୧୪।୫ (ସ୍ବ.ପ୍ର.)ପ୍ରବାସୀ ଶ୍ରମିକଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାର ୨୦ରୁ...

ପିଲା, ଗର୍ଭବତୀଙ୍କୁ ଦିଆଯାଉଛି ଆଉଟ୍‌ଡେଟେଡ୍‌ ଖାଦ୍ୟ

ସାରସକଣା,୧୨।୮(ଡି.ଏନ୍‌.ଏ.): ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଛତୁଆ, ଅଣ୍ଡା, ସୁଜି ଆଦି ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଉଛନ୍ତି।...

ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ

ଛତ୍ରପୁର,୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଥିବା ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ ରହିଛି। ସେଥିମଧ୍ୟରେ ଛତ୍ରପୁର ବ୍ଲକ ହୁମୁରି ତାମ୍ପରା ହ୍ରଦ(୩୩୭.୮୫୭ ଏକର), ଭଞ୍ଜନଗର...

ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ...

Advertisement
Archives

Model This Week