ବାଘ ରହୁଥିବା ଜଙ୍ଗଲ ଆଜି ବାଘୁଆମେଦ ଗାଁ

ମହାକାଳପଡ଼ା, ୩୦ା୭ (ଡି.ଏନ୍‌.ଏ.): ସାରା ରାଜ୍ୟର ବିଭିନ୍ନ ବନଖଣ୍ଡରେ ପାଳନ ହେଉଛି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ଅସନ୍ତୁଳିତ ପରିବେଶ, ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ଏମାନଙ୍କ ଅକାଳରେ ଜୀବନ ଚାଲିଯାଉଛି। ସମୟ ଥିଲା ୬୦ ଦଶକ ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ହେନ୍ତାଳ ଜଙ୍ଗଲଗୁଡ଼ିକରେ ଶତାଧିକ ସଂଖ୍ୟାରେ ଚିତା ବାଘ ଦେଖାଯାଉଥିଲେ। ଏହି ହେନ୍ତାଳ ଜଙ୍ଗଲଗୁଡ଼ିକରେ ଏମାନଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟ ମହଜୁତ ଥିଲା। ଯଥା ହରିଣ, ବାରହା, କୁଟୁରା, ଆରଣା ମହିଷୀ ଆଦି ଏମାନଙ୍କର ମୁଖ୍ୟ ଖାଦ୍ୟ ଥିଲା। ୧୯୬୦ ଦଶକରେ ଉପକୂଳ ଅଞ୍ଚଳରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ମଧ୍ୟରେ ବାଲି ଦୋରସା ଢିପଗୁଡ଼ିକରେ ବାଘମାନଙ୍କର ଆଶ୍ରୟସ୍ଥଳ ଥିଲା ବୋଲି ପ୍ରତ୍ୟକ୍ଷଦର୍ଷୀ କହିଛନ୍ତି। ମହାକାଳପଡ଼ା ବ୍ଲକ ଅଧୀନ ଆଦିବାସୀ ଅଧ୍ୟୁସିତ ବଘୁଆମେଦ ଗ୍ରାମର ପୂର୍ଣ୍ଣ ସିଂ (୮୦) ଓ ମକର ସିଂ (୮୨) କହିଛନ୍ତି, ଦିନେ ସଞ୍ଜ ନଇଁ ଆସୁଥାଏ, ବାପାଙ୍କ ସହ ଜଙ୍ଗଲରୁ କାଠ କାଟି ଫେରିଥାଉ। ଆମ ନିକଟରୁ ୨ ଶହ ମିଟର ଦୂରରେ ୬ରୁ୭ ଟି ଚିତା ବାଘ ସାହେବ ପୋଖରୀ ହୁଡାରେ ପାଣି ପିଉଥାନ୍ତି।
ମଣିଷ ବାସ୍ନା ବାରି ପାରି ୨ରୁ୩ ଟି ବାଘ ରଡ଼ି ଛାଡ଼ିଥିଲେ। ଆମେ ଭୟଭୀତ ହୋଇ ବାପାଙ୍କ ସହ ଘରକୁ ଫେରିଥିଲୁ। ସେତେବେଳେ ଆମକୁ ୧୦ରୁ୧୨ବର୍ଷ ହୋଇଥାଏ। ସେଦିନର ବାଘମାନଙ୍କ ଆତଜାତ କରୁଥିବା ହେନ୍ତାଳ ଜଙ୍ଗଲ ଆଜି ବାଘୁଆମେଦ ଗାଁର ଠିକଣା ପାଲଟିଛି। ନା ଅଛି ହେନ୍ତାଳ ଜଙ୍ଗଲ ନା ସେଦିନର ଚିତା ବାଘ। ସାକ୍ଷୀ ରହିଛି ବାଘ ପାଣି ପିଉଥିବା ସାହେବ ପୋଖରୀ ଓ ବାଘୁଆମେଦ ଗାଁ । ଏବେ ଏହି ଗାଁରେ ୭୦ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ଅଞ୍ଚଳ ସହ ବ୍ଲକର ରାମନଗର, ହରିଆବାଙ୍କ, ବାରନମ୍ବର, ନଳଗୋଠ, ବରଜ , ବହାକୁଦ, ପେଟଛେଲା, ଜମ୍ବୁ, ସୁନୀତି, ତନ୍ତିଆପାଳ ଆଦି ଜଙ୍ଗଲଗୁଡ଼ିକରେ ବାଘ ସହ ବିଭିନ୍ନ ଜଙ୍ଗଲ ଜନ୍ତୁ ବସବାସ କରୁଥିଲେ। ଏବେ ଜଙ୍ଗଲ ହ୍ରାସ ହେବା, ଜନବସତି ଗଢ଼ି ଉଠିବା ଯୋଗୁ ବନ୍ୟ ଜନ୍ତୁ ଲୋପ ପାଇଛି। କେବଳ ଲୁଣା ଜଙ୍ଗଲଗୁଡ଼ିକରେ ବାର୍‌ହା, ହରିଣ ସଂଖ୍ୟା ବହୁଳ ପରିମାଣରେ ବୃଦ୍ଧି ପାଇଛି। ବ୍ଲକର ବତୀଘର, ଖରିନାସୀ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ଏମାନଙ୍କ ଆଶାତୀତ ବୃଦ୍ଧି ପାଇବା ଯୋଗୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ପଡୁଛି। ସମୟ ଆସିବ ବାଘ ଭଳି ଏମାନଙ୍କ ବଂଶ ଲୋପ ପାଇବାକୁ ଏଡାଇ ଦିଆଯାଇ ନ ପାରେ। ବ୍ଲକର ଏହି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହରିଣ ବଂଶର ସୁରକ୍ଷା ବୃଦ୍ଧି ପାଇଁ ପାର୍କ ନିର୍ମାଣ ଯଦି କରାଯାଏ, ତେବେ ବହୁ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ ହେବା ସହ ରାଜସ୍ବ ବୃଦ୍ଧି ପାଇବ ବୋଲି ପରିବେଶପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?