ଭିଜିଲାନ୍ସ ଅଧିକାରୀଙ୍କ ନାମରେ ଠକେଇ ମାମଲା: ତଦନ୍ତ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିଜେଏମ୍‌

ବାଲେଶ୍ୱର ଅଫିସ, ୨୯।୭: ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇବା ନେଇ ବାଲେଶ୍ୱର ଜିଲା ଭିଜିଲାନ୍ସ କୋର୍ଟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟରଙ୍କ ସମେତ ୬ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଲାଗି ବାଲେଶ୍ୱର ଏସ୍‌ଡିଜେଏମ୍‌ ସହଦେବଖୁଣ୍ଟା ମଡ଼େଲ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ରାଉଡ଼-ୱାନ କମ୍ପାନୀ ନାମରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆର୍ଥତ୍କ ହେରଫେର କରିଥିବା ୬ଜଣଙ୍କ ବିରୋଧରେ ମାମଲା ରୁଜୁ ଲାଗି ବାଲେଶ୍ୱର ଜିଲା ଏସ୍‌ଡିଜେଏମ୍‌ ଗତ ୨୭ତାରିଖରେ ଏକ ଆଦେଶନାମା ନମ୍ବର ୩୫୬ରେ ସହଦେବଖୁଣ୍ଟା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଲିଆପାଳ ଥାନା ଆଠବାଟିଆ ଗ୍ରାମର ରାମହରି ଜେନା ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ନିରୁପାୟ ହୋଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଆଇପିସି ଧାରା ୪୧୯, ୪୨୦, ୧୬୮, ୧୨୦(ବି) ଏବଂ ସେକ୍ସନ ୬ ଓ ୭ ପି ସି ଆଣ୍ଡ ଏମ ସି ସ୍କିମ (ବ୍ୟାନିଙ୍ଗ ଆକ୍ଟ) ଅନୁଯାୟୀ ଭିଜିଲାନ୍ସ ଅଧିକାରୀ ରାମଚନ୍ଦ୍ର ମହାଳିକ, ସ୍ତ୍ରୀ ଜୟନ୍ତୀ ପାଣିଗ୍ରାହୀ ଓ ୧୫ ବର୍ଷୀୟ ନାବାଳକ ପୁତ୍ରଙ୍କ ସହ ଭିଜିଲାନ୍ସ ସତନ୍ତ୍ର ଅଦାଲତର ପବ୍ଲିକ ପ୍ରସିକ୍ୟୁଟର ଶେଖ ହାଜିରୁଦ୍ଦିନ, ନୀଳାମ୍ବର ପଣ୍ଡା ଓ ପ୍ରଦୀପ ମାଝିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ, ଗତ ୨୦୨୧ରେ କରୋନା ସମୟରେ ବାଲେଶ୍ୱର ଭିଜିଲାନ୍ସ କୋର୍ଟ ସବ୍‌-ଇନ୍ସିପେକ୍ଟର ରାମଚନ୍ଦ୍ର ମହାଳିକ, ସ୍ତ୍ରୀ ଓ ନାବାଳକ ପୁତ୍ରଙ୍କ ନାମରେ ‘କ୍ରାଉଡ଼ ୱାନ୍‌’ ନାମକ ଅଥର୍ଲଗାଣକାରୀ ସଂସ୍ଥା କରିଥିଲେ। ନିଜକୁ ଭିଜିଲାନ୍ସର ଉଚ୍ଚ ପଦାଧିକାରୀ ଭାବେ ମିଥ୍ୟା ପରିଚୟ ଦେଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଉକ୍ତ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇଥିଲେ। ଏନେଇ ପୂର୍ବରୁ ମୟୂରଭଞ୍ଜ ଜିଲା ରାସେଗାବିନ୍ଦପୁର ଅଞ୍ଚଳର ଜମାକାରୀ ସୁମନ୍ତି ରାଉତ ରାସଗୋବିନ୍ଦପୁର ଜେଏମ୍‌ଏଫ୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶକ୍ରମେ ରାସଗୋବିନ୍ଦପୁର ଥାନାରେ ଗତ ୨୨ ତାରିଖରେ ଉକ୍ତ ୬ଜଣ ଅଭିଯୁକ୍ତଙ୍କ ନାମରେ ଏକ ମାମଲା (ନଂ. ୧୫୮/୨୨) ରୁଜୁ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri