ଆମ ଜିଲା ଖବର

୩ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ

ପଦ୍ମପୁର, ୧୦।୭ (ଡି.ଏନ.ଏ.): ଭଦ୍ରକ ସଦର ବ୍ଲକର ବ୍ରହ୍ମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାମ୍ନାରୁ ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କଫୋର୍ସ) ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଶନିବାର ଭୋର ସମୟରେ ଜବତ କରିଛି। ତିହିଡ଼ି ଥାନା ଅଞ୍ଚଳରୁ ଚୋରା କୋଇଲା…

ସହର ଅଭିମୁଖେ ଗୋଠଖଣ୍ଡିଆ ହାତୀ

ଜଳେଶ୍ୱର,୧୦।୭(ଡି.ଏନ.ଏ.): ୩ଦିନ ଧରି ଏକ ଗୋଠଖଣ୍ଡିଆ ହାତୀ ରାଇବଣିଆର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟାଇ ଚାଲିଥିବା ବେଳେ ଶନିବାର ଅପରାହ୍ନରେ ସୁବର୍ଣ୍ଣରେଖା ନଦୀ ପାରି ହୋଇ ଜଳେଶ୍ୱର ସହର ଅଭିମୁଖେ ଚାଲିଛି ା ବନ କର୍ମଚାରମାନେ ହାତୀକୁ ଘଉଡାଇବା ଲାଗି…

ଓଭରଲୋଡିଂ ପାଇପ୍‌ ଯୋଗୁ ଫାଟୁଛି ରାସ୍ତା

ଆରଡ଼ି,୧୦।୭(ଡି.ଏନ.ଏ.): ଭଦ୍ରକ ଜିଲା ଧୁଷୂରୀ ଥାନା ଅଧୀନ ଦୋହରାପାଟଣା ନିକଟରେ ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ ପାର୍ଶ୍ୱରେ ଏକ କମ୍ପାନୀ ପକ୍ଷରୁ ଏକ ଗ୍ୟାସ୍‌ ଯୋଗାଣ କେନ୍ଦ୍ର ନିର୍ମାଣ ଚାଲିଛି। ୩ବର୍ଷ ହେଲା ଏହି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଠାରୁ ବିଭିନ୍ନ…

ସାଇକେଲ ନେଇ ସ୍କୁଲ ଯିବେ ନୀଳାଦ୍ରି

ବାଲେଶ୍ୱର ଅଫିସ, ୧୦।୭: ଝିଅକୁ ପାଠ ପଢ଼ାଇ ବଡ଼ମଣିଷ କରିବାକୁ ଆଶା ବାନ୍ଧିଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ। ଝିଅ ନୀଳାଦ୍ରି ମଧ୍ୟ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପଣ କରିନେଇଛନ୍ତି। ବିଦ୍ୟାଳୟକୁ ଯିବାଆସିବା ଲାଗି…

ଆଜି ହରିଶୟନ ଏକାଦଶୀ

ପୁରୀ ଅଫିସ, ୧୦।୭: ଆଜି ମହାପ୍ରଭୁଙ୍କ ହରିଶୟନ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନିର୍ଘଣ୍ଟ ଅନୁଯାୟୀ ରାତି ସାଢେ ୧ଟାରେ ଶୟନ ଠାକୁରେ ବିଜେ ହେବେ । ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ…

ତାରାତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର ଅଫିସ,୧୦।୭: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀ ଦର୍ଶନ କରିଛନ୍ତି। ପରେ ସେ ବ୍ରହ୍ମପୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେଶନ…

ରାସ୍ତାକୁ ପଙ୍କମାଟି ଖସି ଯାତାୟାତରେ ଅସୁବିଧା

ପଟ୍ଟାମୁଣ୍ଡାଇ,୧୦।୭(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଉତିକଣ ବନ୍ୟା ନିରୋଧକ ପୁରୁଣା ପଟ୍ଟାମୁଣ୍ଡାଇ-ରାଜନଗର ପୂର୍ତ୍ତ ବିଭାଗ ରାସ୍ତାର ଅଳଭାଠାରୁ ମଦନପୁର ମଧ୍ୟ ଦେଇ ରାଜନଗର ପର୍ଯ୍ୟନ୍ତ ରାସ୍ତା ଯାଇଛି। ୪ ମାସ ତଳେ ଟେଣ୍ଡର ମାଧ୍ୟମରେ ଏହି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା।…

ପ୍ରାଥମିକ କୃଷି ସମବାୟ ସମିତିରେ ଅବ୍ୟବସ୍ଥା

ପଟ୍ଟାମୁଣ୍ଡାଇ,୧୦।୭(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଗଠନ କରାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍‌ ଋଣ, ରିହାତି ଦରରେ ବିହନ ଯୋଗାଣ, ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି ସରକାରୀ ଦରରେ…

ମାର୍ଶାଘାଇ, ମହାକାଳପଡ଼ା, ପାଟକୁରାରେ ପ୍ରତିଷ୍ଠା ହେବ କୋର୍ଟ

କେନ୍ଦ୍ରାପଡ଼ା ଅଫିସ,୧୦।୭: ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ରାଜ୍ୟର ୩୮ଟି ନୂତନ କୋର୍ଟ ପାଇଁ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଗତ ୫ ତାରିଖରେ ଆକାଉଣ୍ଟ ଜେନେରାଲଙ୍କୁ ଚିଠି (ନଂ- ଆଇଜେ-୬୧/ ୨୦୨୧- ୭୫୦୨) ହୋଇଛି ା ଏହି ଚିଠିରେ କେନ୍ଦ୍ରାପଡ଼ା…

ଠିକାରେ ଚାଲିଛି ଏସ୍‌ଇଆଇଏଏ

ଯାଜପୁର ଅଫିସ,୧୦।୭: ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ବା ଷ୍ଟେଟ୍‌ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ) ୨୦୦୮ରୁ କାର୍ଯ୍ୟକାରୀ ହୋଇଆସୁଛି। ବିଭିନ୍ନ ଖଣି ଖାଦାନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିବା ପୂର୍ବରୁ ପରିବେଶ ଆକଳନ କାର୍ଯ୍ୟକୁ ଠିକ୍‌ ଭାବେ…

ରୋଷ ଚୁଲି ପାଇଁ ସେବାୟତଙ୍କୁ ଆକ୍ରମଣ

ପୁରୀ ଅଫିସ,୧୦।୭: ଶ୍ରୀମନ୍ଦିରରେ ରୋଷ ଚୁଲିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ସେବାୟତ ରଘୁନାଥ ମହାପାତ୍ର ନିଜ ଦାୟିତ୍ୱରେ ଥିବା ଚୁଲିକୁ ମରାମତି କରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ,…

ଆଜି ସୁନାବେଶ: ରାତି ୧୨ ଯାଏ ଦର୍ଶନ

ପୁରୀ ଅଫିସ,୧୦।୭: ଆଜି ମହାପ୍ରଭୁଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ସମ୍ପାଦନ ହେବ। ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଓ ଗୋପାଳବଲ୍ଲଭ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?