ଟେବୁଲ ହଲାଇଦେବାରୁ ଛାତ୍ରଙ୍କୁ ମାଡ଼

ନୟାଗଡ଼ ଅଫିସ/ଓଡ଼ଗାଁ,୨୨।୮(ସ୍ବ.ପ୍ର.): ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦିଆଯାଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଟେବୁଲ୍‌ ହଲାଇ ଦେବାରୁ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ୍‌ ଓଡ଼ଗାଁ ୟୁଜିଏମ୍‌ଇ ସ୍କୁଲର ପ୍ରଧାନଶିକ୍ଷକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବେତରେ ମାଡ ମାରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଛାତ୍ର ଘରେ ପହଞ୍ଚିବା ପରେ ତାଙ୍କ ମା’ବାପା ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଅର ଚିକିସତ୍ା କରାଇଛନ୍ତି। ଏ ସମ୍ପର୍କରେ ଛାତ୍ରଙ୍କ ମା’ବାପା ଅଭିଯୋଗ କରିବାକୁ ଓଡ଼ଗାଁ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ବିଇଓ ଅଫିସରେ ନ ଥିବାରୁ ବଡବାବୁଙ୍କ ନିକଟରେ ଅଭିଯୋଗ କରି ଫେରିଛନ୍ତି। ମାଡ଼ ଖାଇଥିବା ଛାତ୍ରଙ୍କ ବାପା ଦିଲ୍ଲୀପ ସେଠୀ ଓ ମା’ବାସନ୍ତୀ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ପୁଅ ଅଜିତ୍‌ ଉପରୋକ୍ତ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର। ଗତ ଶୁକ୍ରବାର ସ୍କୁଲରେ ପାଠ ପଢ଼ା ଯାଉଥିବା ସମୟରେ ଟେବୁଲ ହଲାଇ ଦେବାରୁ ଅଜିତ୍‌ଙ୍କୁ ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା ବେତରେ ପିଟିଥିଲେ। ପୁଅ ଘରକୁ ଫେରିବା ପରେ ଦେହର କ୍ଷତ ଚିହ୍ନ ଦେଖି କାରଣ ପଚାରିଥିଲୁ। ହେଲେ ସେ କିଛି କହି ନ ଥିଲା। ଡାକ୍ତରଖାନାକୁ ନେବା ବେଳେ ପ୍ରଧାନଶିକ୍ଷକ ମାଡ ମାରିଥିବା କହିଥିଲା। ଏନେଇ ଶନିବାର ବ୍ଳକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଭେଟିବାକୁ ଯାଇଥିଲୁ। ହେଲେ ସେ ନ ଥିଲେ। ବଡବାବୁ ଘଟଣା ଆଗକୁ ନ ନେବାକୁ ପରାମର୍ଶ ଦେଲେ। ଆମେ ସୋମବାର ପୁଣି ବ୍ଳକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବୁ। ଯିଏ ଦୋଷ କରିଛନ୍ତି ସେ ଦଣ୍ଡ ପାଇବା ଦରକାର ବୋଲି ଏହି ଦମ୍ପତି କହିଛନ୍ତି। ଏନେଇ ପ୍ରଧାନଶିକ୍ଷକ ପଣ୍ଡାଙ୍କୁ ପଚାରିବାରୁ ଅଜିତ୍‌ଙ୍କୁ ମାଡ ମାରିବା ଘଟଣାର ସତ୍ୟତା ନାହିଁ। ୨ ସାଙ୍ଗ ଖେଳକୁଦ ସମୟରେ ଖଣ୍ଡିଆ ଖାବରା ହୋଇଛନ୍ତି। ଶନିବାର ଅଜିତଙ୍କ ମା’ବାପା ସ୍କୁଲକୁ ଆସିବା ପରେ ଘଟଣା ସମ୍ପର୍କରେ ମୁଁ ଜାଣିଥିଲି। ମାଡ଼ ମାରିବା ଘଟଣା ସତ୍ୟ ନୁହେଁ ବୋଲିି ସେମାନଙ୍କୁ ମୁଁ ବୁଝାଇ କହିଥିଲି ବୋଲି ସେ କହିଛନ୍ତି। ବ୍ଳକ ଶିକ୍ଷା ଅଧିକାରୀ ଗୀତାରାଣୀ ସାହୁ କୁହନ୍ତି, ସରକାରୀ କାମରେ ବାହାରେ ଥିବାବେଳେ ଅଜିତ୍‌ଙ୍କ ମା’ବାପା ଅଭିଯୋଗ କରିବାକୁ ଆସିଥିଲେ। ଛାତ୍ରଙ୍କ ଦେହରେ ମାଡ଼ ହୋଇଥିବାର ଚିହ୍ନ ଥିଲା। ବଡ଼ବାବୁଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ମୁଁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବାକୁ ଅଜିତ୍‌ଙ୍କ ମା’ବାପାଙ୍କୁ ପରାମର୍ଶ ଦେଇଛି। ସୋମବାର ଘଟଣାର ତଦନ୍ତ ହେବ। ତଦନ୍ତ ପରେ ସତ୍ୟତା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କୁହନ୍ତି, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri