ରେଲିକୁମ୍ଭାରେ ପାନୀୟଜଳ ସଙ୍କଟ
କୋରାପୁଟ,୧୦।୭(ସ୍ବ.ପ୍ର.): ପ୍ରତି ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ସମସ୍ତ ଯୋଜନାରୁ ସୁଫଳ ଲୋକେ ପାଉନାହାନ୍ତି।…
ବିକାଶ ଦେଖୁଛି ପୁଟିପାଳ
ଢେଙ୍କାନାଳ ଅଫିସ, ୧୦।୭: ଜୁଆଙ୍ଗ ଗାଁରେ ପଡ଼ିଛି ବିକାଶର କିରଣ। ଉଦୟ ହୋଇଛି ଅନ୍ଧାରରେ ବୁଡ଼ିଥିବା ଆଦିବାସୀ ପଡ଼ାର ଭାଗ୍ୟ। ପ୍ରଶାସନର ଶୁଭଦୃଷ୍ଟି ପଡ଼ିବା ପରେ ବିଚ୍ଛିନ୍ନ ଜୀବନ ବିତାଉଥିବା ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ପୁଟିପାଳ ଗ୍ରାମର ଚିତ୍ର…
କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା
ଉମରକୋଟ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ସହରରେ କ୍ରୀଡା ଶିକ୍ଷୟତ୍ରୀଭାବେ ଜଣାଶୁଣା ତନୁଜା ବିଶ୍ୱାସ ଶନିବାର ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟା ତନୁଜାଙ୍କ ଘର ଉମରକୋଟ ସହର ଡିଏନ୍କେରେ। ସେ ୨୦୧୯ରୁ ଉମରକୋଟ ନିକଟସ୍ଥ ଜାମରୁଣ୍ଡାରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ…
ସମସ୍ୟାରେ ସନ୍ତୁଳିତ ଚିତ୍ରକର ପରିବାର
ଧରାକୋଟ,୧୦।୭(ଡି.ଏନ୍.ଏ.): ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀ ବାଲିହରଚଣ୍ଡି ସାହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ। ଘର ସହ ଇନାମ ଆକାରରେ ଜମି ମଧ୍ୟ ଖଞ୍ଜୀଥିଲେ। ପ୍ରାୟ ଚାରିଶହ ବର୍ଷ ପୂର୍ବର ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାବେଳେ ଧରାକୋଟ…
ସ୍ତ୍ରୀକୁ ପଥର ଛେଚି ମାରିଲେ ସ୍ବାମୀ
ଆର.ଉଦୟଗିରି,୧୦।୭(ଡି.ଏନ୍.ଏ.): ସ୍ତ୍ରୀକୁ ପଥର ଛେଚି ହତ୍ୟାକଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ। ମୃତକ ହେଲେ ସୁକାନ୍ତି ନାୟକ। ସୂଚନାଯୋଗ୍ୟ, ଶନିବାରି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ବାମୀ ଭଗବାନ…
ପଟ୍ଟା ମିଳିଛି, ଜାଗା ଚିହ୍ନଟ ହେଉନି
ଭଦ୍ରକ ଅଫିସ,୧୦।୭: ଭଦ୍ରକ ଜିଲାରେ ବସୁନ୍ଧରା ଯୋଜନାରେ ଗରିବ ଭୂମିହୀନମାନଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ଭୂମି ଅଧିକାର ପତ୍ର ବା ଜମି ପଟ୍ଟା ଯୋଗାଇ ଦିଆଯାଇଛି। ହେଲେ ଜାଗା ଚିହ୍ନଟ ଦେଉନି ରାଜସ୍ବ ବିଭାଗ। ପାଇଥିବା ପଟ୍ଟାକୁ ଧରି ଲୋକେ ରାଜସ୍ବ…
ଠକାମିର ଶିକାର ହେଲେ ଅଭିଜିତ୍
ଅନୁଗୋଳ ଅଫିସ, ୧୦।୭: ଅନୁଗୋଳ ହେମସୁରପଡ଼ାରେ ରହି ଏକ ଘରୋଇ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଅଭିଜିତ ପାଣ୍ଡେ ଅନ୍ଲାଇନ ଠକେଇର ଶିକାର ହୋଇଛନ୍ତି। ଅନଲାଇନ ଠକ ଜଣଙ୍କ ତାଙ୍କଠାରୁ ୮୫ ହଜାର ଟଙ୍କା ଠକି ନେଇଯାଇଛି। ଏ ନେଇ…
କ୍ଷତି ଭରଣା ପାଇଁ ୫୩ ଲକ୍ଷ ଦାଖଲ ନିର୍ଦ୍ଦେଶ
ପରଜଙ୍ଗ, ୧୦।୭(ଡି.ଏନ୍.ଏ.): ପରିବେଶକୁ କ୍ଷତି ପହଞ୍ଚାଇ ବେଆଇନ ଭାବେ ମୋରମ ଖନନ କରିବା କୁନାଲ ଷ୍ଟ୍ରକ୍ଚର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଠିକାସଂସ୍ଥା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ ସଂକ୍ରାନ୍ତ ଏକ ମାମଲା ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ନିକଟରେ କରାଯାଇଥିବାବେଳେ…
ରଥ ଦେଖି ଫେରିବା ବେଳେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ
ଖଇରା,୧୦।୭(ଡି.ଏନ୍.ଏ.): ବଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ କୋହ୍ଲସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦ୍ରୌପଦୀ ହୋ(୪୫)। ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀ ଶନିବାର ସାରେ ମହୁଲପଙ୍ଖାରି ରଥ ଦେଖି ଫେରୁଥିବା ବେଳେ ୨ଟି ହାତୀ…
କାଦୁଅରେ ଉବୁଟୁବୁ ମେଡୁବାଡ଼ିଠାରୁ ତଜଡ଼ବାଡ଼ି ରାସ୍ତା
ଦାରିଙ୍ଗବାଡ଼ି,୧୦।୭(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର କିରିକୁଟି ପଞ୍ଚାୟତ ତଜଡ଼ବାଡ଼ି ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବା ବେଳେ ଏବେ ସେହି ପାଦଚଲା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ା ଗ୍ରାମବାସୀ କର୍ଦ୍ଦମାତ୍ର ରାସ୍ତାରେ ଯାତାୟାତ କରୁଛନ୍ତି। ଏ ନେଇ ଅଞ୍ଚଳବାସୀ ବାରମ୍ବାର…
୭ ମାସ ପରେ ବି ଅନ୍ତେବାସୀଙ୍କ ପତ୍ତା ମିଳୁନି
ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ (ବାଳକ)ରୁ ଅନ୍ତେବାସୀ ଚମ୍ପଟ ଘଟଣାର ୭ ମାସ ପରେ ବି ପୋଲିସ ୫ ଜଣଙ୍କ ପତ୍ତା ପାଇପାରିନାହିଁ। ଚମ୍ପଟ ଅନ୍ତେବାସୀମାନେ ନିଜ ଘରକୁ ଫେରିଲେ…
ଜାମୁଗଣ୍ଡ ନାଳରେ ଦୌଡ଼ି ବାନ୍ଧି ଘରକୁ ଗଲେ ଛାତ୍ରୀଛାତ୍ର
ପାତ୍ରପୁର,୧୦।୭(ଡି.ଏନ.ଏ): ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ବର୍ଷା ପାଣି ଯୋଗୁଁ ଜାମୁଗଣ୍ଡ ନାଳ ଭର୍ତ୍ତି ହୋଇଯିବାରୁ ଦଉଡ଼ି ବାନ୍ଧି ଛାତ୍ରୀଛାତ୍ର ଘରକୁ ଆସିଛନ୍ତି। ବୁରାତାଲ ପଞ୍ଚାୟତ କମଳାଖତ ନୂଆଁସାହି ତଥା ସେହି ଅଞ୍ଚଳରେ ଥିବା ପ୍ରାୟ ଦଶ ଖଣ୍ଡ ଗ୍ରାମକୁ ଯିବା…

