ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତ୍ତନ

ପୁରୀ ଅଫିସ,୨୨।୮: ପୁରୀ ଜିଲା ଅର୍ଥନୀତିର ପ୍ରମୁଖ ଭାଗ କୃଷି ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ଚାଷକରି ଗୁଜରାଣ ମେଣ୍ଟାଇଥାଆନ୍ତି। ଏଭଳି ସ୍ଥଳେ ଚାଷଜମିର କିସମ ପରିବର୍ତ୍ତନ ଚାଷୀକୁଳ ପାଇଁ ସମସ୍ୟା ପାଲଟିଛି। ପୁରୀ ଜିଲାର ଅଧିକାଂଶ ସ୍ଥାନରେ ଚାଷଜମିର କିସମ ପରିବର୍ତ୍ତନ କରାଯାଉଥିବାରୁ କୃଷି ବ୍ୟାପକ ଭାବେ ପ୍ରଭାବିତ ହେଉଛି।
ଠିକାଦାର ଏବଂ ଜମି ଦଲାଲମାନେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସଂଶ୍ଳିଷ୍ଟ ଜମିକୁ ଛାଡ଼ି ଗ୍ରାମାଞ୍ଚଳମୁହାଁ ହୋଇଛନ୍ତି। ସେମାନେ ଜମି କିଣି ନେଇ ଘରବାରି କିସମ ଲାଗି ତହସିଲ କାର୍ଯ୍ୟାଳୟରେ ଆବେଦନ କରୁଛନ୍ତି। ଜମି ଘରବାରି କିସମରେ ପରିଣତ ହେବା ପରେ ସଂପୃକ୍ତ ଜମିକୁ ମାଟି ପକାଇ ପୋତାଯାଉଛି। ସେହି ସ୍ଥାନଟି ଉଚ୍ଚା ହୋଇଯିବା ପରେ ତାହାକୁ ଲାଗିରହିିଥିବା ଚାଷଜମି ଆପେ ଆପେ ଖାଲୁଆ ହୋଇଯାଉଛି। ବର୍ଷା କିମ୍ବା ବନ୍ୟା ସମୟରେ ସେହି ସ୍ଥାନରେ ପାଣି ଜମୁଛି। ଫଳରେ ଚାଷୀ ସଂପୃକ୍ତ ଜମିରେ ଚାଷ କରିପାରୁନାହିଁ। ବିଶେଷକରି ପୁରୀ ସଦର ଓ ପିପିଲି ତହସିଲ ଅଧୀନରେ ଥିବା ସ୍ଥାନଗୁଡ଼ିକର କିସମ ପରିବର୍ତ୍ତନ କରାଯାଉଛି। ପୁରୀ ସହର ସଦର ଓ ଭୁବନେଶ୍ୱର ଆଡ଼କୁ ବଢ଼ିବାରେ ଲାଗିଛି। ଏଣୁ ଟାଉନ୍‌ ପ୍ଲାନିଂ ଆଧାରରେ କିସମ ପରିବର୍ତ୍ତନ ଅନୁମତି ଦିଆଯାଉଛି। ଜନବସତି ଲାଗି କିସମ ପରିବର୍ତ୍ତନ ଏକ ଆବଶ୍ୟକତା। ତେବେ ଏହା କେବଳ ମୁଖ୍ୟରାସ୍ତା ସଂଲଗ୍ନ ଜମିଜମା ପାଇଁ ଉଦ୍ଦିଷ୍ଟ ହେବା ଦରକାର। ଏହାକୁ ଲାଗିରହିଥିବା ଗ୍ରାମାଞ୍ଚଳ ଓ ଟାଉନ ପ୍ଲାନିଂରେ ନ ଥିବା ଅଞ୍ଚଳରେ କେହି ଜମି କିଣିଲେ ତାଙ୍କୁ କିସମ ପରିବର୍ତ୍ତନ ସକାଶେ ଅନୁମତି ମିଳିବା ଉଚିତ୍‌ ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଗ୍ରାମାଞ୍ଚଳ ଜମିର କିସମ ପରିବର୍ତ୍ତନର ମାତ୍ରା ବଢ଼ିଛି। ଠିକାଦାର ଓ ଜମି ଦଲାଲମାନେ ଗାଁ ଗାଁ ବୁଲି ଜମି କିଣିି ନେଉଛନ୍ତି ଓ ତାହାର କିସମ ପରିବର୍ତ୍ତନ କରୁଛନ୍ତି। କେବଳ ପୁରୀ ସଦର, ବ୍ରହ୍ମଗିରି ଓ ପିପିଲି ଅଞ୍ଚଳରେ ଜମିର କିସମ ପରିବର୍ତ୍ତନ ପାଇଁ ୧୨ଶହରୁ ଊର୍ଦ୍ଧ୍ୱ ଆବେଦନ ହୋଇଛି। ଅନ୍ୟପକ୍ଷରେ ଚାଷୀମାନେ ଏନେଇ ଅଭିଯୋଗ କରୁଛନ୍ତି। ପିପିଲି ତହସିଲ ଅଧୀନ ଭୋଗପାଟଳୀ ମୌଜାର ଖାତା ନମ୍ବର-୧୧୦/୮୩, ଚକ ନଂ-୮୫, ପ୍ଲଟ୍‌ ନଂ- ୧୦୭ ଏକ ଚାଷଜମି। ଏହି ଜମିର କିସମ ପରିବର୍ତ୍ତନ ପାଇଁ ଆବେଦନ କରାଯାଇଛି। କିସମ ପରିବର୍ତ୍ତନ ଅନୁମୋଦିତ ହେଲେ ସମ୍ପୃକ୍ତ ସ୍ଥାନରେ ମାଟି ପୋତି ପ୍ଲଟିଂ କରାଯିବ। ଫଳରେ ଆମ୍ଭମାନଙ୍କ ଜମିରୁ ଜଳ ନିଷ୍କାସନ ହୋଇପାରିବ ନାହିଁ ଓ ଚାଷକାର୍ଯ୍ୟ ପ୍ରଭାବିତ ହେବ। ଏଣୁ ସମ୍ପୃକ୍ତ ଜମିର କିସମ ପରିବର୍ତ୍ତନ ଲାଗି ଅନୁମତି ନ ଦେବାକୁ ଚାଷୀ ପଠାଣି ବରାଳ ସ୍ଥାନୀୟ ସର୍କଲ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ନିବେଦନ କରିଛନ୍ତି। ବିଭିନ୍ନ ତହସିଲ ଅଫିସ୍‌ରେ ଏଭଳି ଅଭିଯୋଗ ପଡ଼ିରହିଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଠିକ ଭାବେ ଯାଞ୍ଚ ବିନା କିସମ ପରିବର୍ତ୍ତନ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଅଭିଯୋଗ କରିଛନ୍ତି। ରାଜସ୍ବ ନିରୀକ୍ଷକ ଏଲ୍‌. ମିଶ୍ର କହିଛନ୍ତି, କିସମ ପରିବର୍ତ୍ତନ ପାଇଁ କେତେକ ନିର୍ଦ୍ଦେଶନାମା ବା ଗାଇଡ୍‌ଲାଇନ ରହିଛି। ସେହି ନିର୍ଦ୍ଦେଶନାମା ବା ଗାଇଡ୍‌ଲାଇନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥାଏ। ତେବେ ପ୍ଲଟିଂ କରୁଥିବା ଲୋକେ ଜଳ ନିଷ୍କାସନ ଲାଗି ରାସ୍ତା କିମ୍ବା ଡ୍ରେନେଜ୍‌ ବ୍ୟବସ୍ଥା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?