ମରାମତି ଘାଇ ଭାଙ୍ଗିଲା

ଯାଜପୁର ଅଫିସ,୨୨ା୮: ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ଆଖୁଆପଦା ଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବାବେଳେ ସେଠାରେ ରବିବାର ସନ୍ଧ୍ୟା ସୁଦ୍ଧା ୧୮.୯୩ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏହାସହ ଏଠାରେ ଦିନ ସାରା ପ୍ରାୟ ୧୯ ମିଟରରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁ କାଣୀ ନଦୀର ବ୍ରହ୍ମଚାରୀପାଟଣାଠାରେ ମରାମତି ହୋଇଥିବା ଘାଇ ପୁଣି ଭାଙ୍ଗିଯାଇଛି। ଫଳରେ ବନ୍ୟାଜଳ ଆଖପାଖ ଗ୍ରାମକୁ ମାଡିଯାଇ ବ୍ୟାପକ କ୍ଷତି ଘଟାଇଛି। ୩ ଦିନ ତଳେ ବନ୍ୟାପାଣି କମିଯିବା ଦ୍ୱାରା ବନ୍ୟା ଦୁର୍ଗତମାନେ ଆଶ୍ୱସ୍ତ ହେବା ସହିତ ନିଜ ବାସଗୃହକୁ ଫେରି ଘର ସଜାଡ଼ିବା ବେଳକୁ ପୁଣି ଆଉ ଏକ ବନ୍ୟା ସେମାନଙ୍କ ପାଇଁ ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି।
ଦଶରଥପୁର, କୋରେଇ, ଯାଜପୁର ଓ ବିଞ୍ଝାରପୁର ବ୍ଲକର ୩୨ ପଞ୍ଚାୟତ ୧୪୮ ଗ୍ରାମର ୧ ଲକ୍ଷ ୧୦ ହଜାର ୭୯୫ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ୩୧୮ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି। ୪,୬୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।
ଅଗଷ୍ଟ ୧୫ରେ ବ୍ରହ୍ମଚାରୀପାଟଣାଠାରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ୩ ଦିନ ତଳେ ଘାଇ ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଶେଷ ହୋଇଥିଲା। ବନ୍ୟାରେ ୧୩ ପଞ୍ଚାୟତର ୩୭ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହା ଦ୍ୱାରା ୧୩,୮୬୦ ଜନସାଧାରଣ ପ୍ରଭାବିତ ହୋଇଥିଲେ। ୨ୟ ବନ୍ୟାରେ ଏହି ସଂଖ୍ୟା ୨୦ ହଜାର ଟପିବାର ଆଶଙ୍କା କରାଯାଉଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଘାଇ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହିତ ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ତରଫରୁ ପ୍ରଭାବିତ କସପା ପଞ୍ଚାୟତର ୧୦ଟି ୱାର୍ଡକୁ ରବିବାରଠାରୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଅଧିକ ବନ୍ୟା ଆଶଙ୍କା କରି ପ୍ରଶାସନ ତରଫରୁ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ଏହାସହ ୩,୭୬୯ ହେକ୍ଟର ଜମିରେ ବନ୍ୟା ପାଣି ହ୍ରାସ ପାଉଥିବା ବେଳେ ଏବେ ପୁଣି ତାହା ଭରିଯାଇଛି।
ରିପୋର୍ଟ ଅନୁସାରେ ୧୬ ଚାଳଘର, ୩୪ ଗୁହାଳ, ୨୬୮ କଚ୍ଚାଘର ନଷ୍ଟ ହୋଇଥିବାବେଳେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି କରିଛି। ସେହିପରି ବନ୍ୟା ପ୍ରଭାବିତ ଘୋଷିତ ହୋଇଥିବା କସପା, ଦୁଦୁରାଅଣ୍ଟା, ମଲ୍ଲିକାପୁର, ଶୁଶୁଆ, ନିଜାମପୁର, କୟାଁ, କମାରଡିହ, ଖାନନଗର, ଜୟନ୍ତରା ଓ କଟିକଟା ପଞ୍ଚାୟତ ବାଦ୍‌ ଅନ୍ୟ ପଞ୍ଚାୟତଗୁଡିକୁ ମଧ୍ୟ ବନ୍ୟା ପାଣି ପଶିବାର ଆଶଙ୍କା କରାଯାଉଛି। ଲୋକଙ୍କ ଘର କାନ୍ଥ ଭୁଶୁଡ଼ିବା ସହ ଛପର ନଷ୍ଟ ହୋଇଯାଇଛି। ବିପନ୍ନମାନେ ପିଲାଛୁଆଙ୍କୁ ନେଇ ଦହଗଞ୍ଜ ହେଉଛନ୍ତି। ତଳପଟୁ ବର୍ଷାଜଳ ଘରେ ପଶି ଘରର କାନ୍ଥ ଦୁର୍ବଳ ଅବସ୍ଥାରେ ପହଞ୍ଚିଛି। ପଛପଡ଼ା, ବ୍ରହ୍ମଚାରୀପାଟଣା, କମାଳପୁର, ପଲାସାହି ଗ୍ରାମର ସ୍କୁଲଗୁଡିକରେ ବନ୍ୟା ପାଣି ପଶିଥିବାରୁ ବନ୍ୟା ଦୁର୍ଗତମାନେ ଆଶ୍ରୟ ନେବାକୁ ଠିକଣା ଖୋଜୁଛନ୍ତି। କେତେଜଣ ବନ୍ୟା ଦୁର୍ଗତ ପାଖ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିବାବେଳେ ଅନ୍ୟ କେତେଜଣ ଗୃହପାଳିତ ପ୍ରାଣୀ ସହ ବନ୍ଧ ହିଡ଼ରେ ରହିଥିବା ଦେଖାଯାଇଛି। ଏହି ଅଞ୍ଚଳରେ କୌଣସି ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ବନ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଦଶରଥପୁର ବ୍ଲକର ଉପରୋକ୍ତ ବନ୍ୟା ପ୍ରଭାବିତ ଅଞ୍ଚଳ ସେଥିରୁ ବଞ୍ଚତ୍ତ ହୋଇଛି, ଯାହା ଏବେ ବିପନ୍ନଙ୍କ ପାଇଁ ଦୁଃଖ ଆଣିଦେଇଛି ବୋଲି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri