୧୫ ଗାଁ ବନ୍ୟାପାଣି ଘେରରେ: ମିଳୁନି ପାଲ, ପାନୀୟଜଳ

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ବ୍ଲକ ଅଧୀନ ୩ ପଞ୍ଚାୟତର ୧୫ ଗାଁ ବନ୍ୟାପାଣି ଘେରରେ ରହିଛି। ଜଟଣୀ ତିରିମଲ୍ଲଠାରେ ରାଜୁଆ ନଦୀରେ ଶହେଫୁଟର ଘାଇ ହେବା ପରେ ଏହି ତିନି ପଞ୍ଚାୟତରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପାଣି ଘରେ ପଶିବା ସହ ଗାଁ ରାସ୍ତାରେ ୩ରୁ ୪ ଫୁଟ ଉଚ୍ଚର ଲହଡ଼ି ମାରୁଛି। ବନ୍ୟାର ସପ୍ତାହେ ପରେ ମଧ୍ୟ ସ୍ଥିତି ସୁଧୁରୁନି। ଶରଧାପୁର ପରେ ଧବଳପୁର ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଏବେ ଦ୍ୱିଗୁଣ ହୋଇଛି। ଧବଳପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଗ୍ରାମର ରବୀନ୍ଦ୍ର ଓ ସୁରେନ୍ଦ୍ର ଭୂଆଁଙ୍କ ଘର ବର୍ଷାରେ ଭୁଶୁଡି ଯାଇଥିବା ଜଣାପଡ଼ିଛି। ଚାରିଆଡ଼େ ବନ୍ୟାପାଣି ରହିଥିବାରୁ ଲୋକେ ବିଶୁଦ୍ଧ ପାଣି ପିଇବା ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅନ୍ୟପଟେ ରାସ୍ତାରେ ପାଣି ଲହଡ଼ି ମାରୁଥିବାରୁ ପାଣି ଟ୍ୟାଙ୍କର ଗାଁ ଭିତରକୁ ଯାଇପାରୁନି। ଫଳରେ ବଳପୁରକୁ ଯାଇ ଟ୍ୟାଙ୍କରରୁ ପାଣି ଆଣୁଛନ୍ତି ଗ୍ରାମବାସୀ। ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ଅପରାହ୍ନ ୩ଟାରେ ପହଞ୍ଚୁଥିବାରୁ ଛୋଟ ପିଲା, ବରିଷ୍ଠ ନାଗରିକ ଖାଇବା ଲାଗି ହଇରାଣ ହେଉଛନ୍ତି। ଶୁଖିଲା ଖାଦ୍ୟ ଖାଇ ରହିଛୁ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ପଲିଥିନ ପାଇଁ ପ୍ରଶାସନ ନିକଟରେ ଅଭିଯୋଗ ସତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବହୁ ଲୋକ ଘର, ରାସ୍ତାକଡ଼ରେ ତମ୍ବୁ ଟାଣି ଆଶ୍ରୟ ନେଇଥିବା ବେଳେ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାପାଣି ଚାଲିବା ଯୋଗୁ ପାଦ ପାଣି ଖାଇଯାଉଥିବା ବେଳେ ଗୋଡ଼ହାତ କୁଣ୍ଡାଇ ହେଉଛି। ପରିସ୍ଥିତି ଅସମ୍ଭାଳ ହେଲାଣି ବୋଲି ଧବଳପୁର ଗ୍ରାମବାସୀ କହିଛନ୍ତି। ରବିବାର ଅପରାହ୍ନରେ ବର୍ଷା ଯୋଗୁ ଜଳସ୍ତର ୨ ଫୁଟ ବଢିଛି। ପ୍ରମିଳା ଖଣ୍ଡା, କୁନିଲତା ଖଣ୍ଡା, ଭାନୁମତି ଭୂଆଁ ପ୍ରମୁଖ କୁହନ୍ତି, ସପ୍ତାହେ ହେଲାଣି ଘରେ ଚୁଲି ଜଳିନି। ବନ୍ୟାପାଣିରେ ସାପ ଆସୁଥିବାରୁ ଭୟରେ ଘରୁ ବାହାରି ହେଉନି। ପ୍ରତିବର୍ଷ ଏଭଳି ସମସ୍ୟା ଲାଗି ରହୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ।
ସ୍ଥାୟୀ ପ୍ରତିକାର କରାଯାଉ
ଗ୍ରାମର କେତେଜଣ ବରିଷ୍ଠ ନାଗରିକ କୁହନ୍ତି, ପିଲାବେଳୁ ବନ୍ୟା ପରିସ୍ଥିତି ଲାଗି ରହିଛି। ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ସତ୍ତ୍ୱେ ଗୁରୁତ୍ୱ ଦିଆଯାଉନି। ପ୍ରତିବର୍ଷ ଏଭଳି ସ୍ଥିତି ଉପୁଜୁଛି। ସରକାର ଏବଂ ଜନପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେବା ସହ ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ପର୍ଯ୍ୟାପ୍ତ ମିଳୁନି ଗୋଖାଦ୍ୟ
ଚାରିଆଡ଼େ ବନ୍ୟାପାଣି ଯୋଗୁ ଗୋରୁଗାଈ ଚରିବୁଲି ଯାଇପାରୁନାହାନ୍ତି। ଗୁହାଳ ଘରେ ପାଣି ପଶିଛି। ଉଚ୍ଚ ସ୍ଥାନରେ ସେମାନଙ୍କୁ ରଖାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଯେତିକି ଗୋଖାଦ୍ୟ ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ମାସେ ପର୍ଯ୍ୟନ୍ତ ଗୋଖାଦ୍ୟ ଦିଆଯିବା ଆବଶ୍ୟକ। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
ଟ୍ୟୁବ୍‌ରେ ବସି ଚିକିତ୍ସା କରୁଛନ୍ତି ମେଡିକାଲ ଟିମ୍‌
ଖୋର୍ଦ୍ଧା ବ୍ଲକ ୩ ପଞ୍ଚାୟତର ଏକାଧିକ ଗ୍ରାମ ବନ୍ୟାପାଣି ଘେରରେ ରହିଛି। ପାଣିରେ ପଶି ଯାତାୟାତ ଯୋଗୁ ପାଣିଖିଆ, ଚର୍ମରୋଗ, ଦୂଷିତ ପାଣି ପିଇବା ଦ୍ୱାରା ଜ୍ୱର, ହଇଜା ଆଦି ହେବା ଆଶଙ୍କା ରହିଛି। ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌, ସ୍ଥାନୀୟ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଲୋକଙ୍କୁ ସେବା ଯୋଗାଉଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ ବାଉଁଶ ଭେଳା, ଟ୍ୟୁବ୍‌ରେ ବସି ଲୋକଙ୍କ ଚିକିତ୍ସା କରୁଛନ୍ତି। ମାନପୁର ବାତ୍ୟା ଆଶ୍ରୟସ୍ଥଳୀରେ ଏକ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇଛି। ଏଥିସହ ଜଳବନ୍ଦୀରେ ରହିଥିବା ଗ୍ରାମର ଘର ଘର ବୁଲି ସ୍ବାସ୍ଥ୍ୟ ଟିମ୍‌ ଚିକିତ୍ସା କରୁଛନ୍ତି ବୋଲି ସିଡିଏମ୍‌ଓ କହିଛନ୍ତି।
ବୁଡ଼ି ରହିଛି ଚାଷଜମି
ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, କୃଷ୍ଣପୁର, ରାୟପୁର, ମାନପୁର, ବଳପୁର, ଧବଳପୁର, ଓରମୀ ଆଦି ଗ୍ରାମରେ ବନ୍ୟାଜଳ ଲହଡ଼ି ମାରୁଛି। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏକର ଏକର ଚାଷଜମି ପାଣିରେ ବୁଡ଼ି ରହିଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଆଗକୁ କ’ଣ ଖାଇବେ, କିପରି ପରିବାର ଚଳାଇବେ, ଋଣ କିପରି ଶୁଝିବେ ଏନେଇ ଚାଷୀ ଚିନ୍ତାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?