୧୫ ଗାଁ ବନ୍ୟାପାଣି ଘେରରେ: ମିଳୁନି ପାଲ, ପାନୀୟଜଳ

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ବ୍ଲକ ଅଧୀନ ୩ ପଞ୍ଚାୟତର ୧୫ ଗାଁ ବନ୍ୟାପାଣି ଘେରରେ ରହିଛି। ଜଟଣୀ ତିରିମଲ୍ଲଠାରେ ରାଜୁଆ ନଦୀରେ ଶହେଫୁଟର ଘାଇ ହେବା ପରେ ଏହି ତିନି ପଞ୍ଚାୟତରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପାଣି ଘରେ ପଶିବା ସହ ଗାଁ ରାସ୍ତାରେ ୩ରୁ ୪ ଫୁଟ ଉଚ୍ଚର ଲହଡ଼ି ମାରୁଛି। ବନ୍ୟାର ସପ୍ତାହେ ପରେ ମଧ୍ୟ ସ୍ଥିତି ସୁଧୁରୁନି। ଶରଧାପୁର ପରେ ଧବଳପୁର ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଏବେ ଦ୍ୱିଗୁଣ ହୋଇଛି। ଧବଳପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଗ୍ରାମର ରବୀନ୍ଦ୍ର ଓ ସୁରେନ୍ଦ୍ର ଭୂଆଁଙ୍କ ଘର ବର୍ଷାରେ ଭୁଶୁଡି ଯାଇଥିବା ଜଣାପଡ଼ିଛି। ଚାରିଆଡ଼େ ବନ୍ୟାପାଣି ରହିଥିବାରୁ ଲୋକେ ବିଶୁଦ୍ଧ ପାଣି ପିଇବା ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅନ୍ୟପଟେ ରାସ୍ତାରେ ପାଣି ଲହଡ଼ି ମାରୁଥିବାରୁ ପାଣି ଟ୍ୟାଙ୍କର ଗାଁ ଭିତରକୁ ଯାଇପାରୁନି। ଫଳରେ ବଳପୁରକୁ ଯାଇ ଟ୍ୟାଙ୍କରରୁ ପାଣି ଆଣୁଛନ୍ତି ଗ୍ରାମବାସୀ। ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ଅପରାହ୍ନ ୩ଟାରେ ପହଞ୍ଚୁଥିବାରୁ ଛୋଟ ପିଲା, ବରିଷ୍ଠ ନାଗରିକ ଖାଇବା ଲାଗି ହଇରାଣ ହେଉଛନ୍ତି। ଶୁଖିଲା ଖାଦ୍ୟ ଖାଇ ରହିଛୁ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ପଲିଥିନ ପାଇଁ ପ୍ରଶାସନ ନିକଟରେ ଅଭିଯୋଗ ସତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବହୁ ଲୋକ ଘର, ରାସ୍ତାକଡ଼ରେ ତମ୍ବୁ ଟାଣି ଆଶ୍ରୟ ନେଇଥିବା ବେଳେ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାପାଣି ଚାଲିବା ଯୋଗୁ ପାଦ ପାଣି ଖାଇଯାଉଥିବା ବେଳେ ଗୋଡ଼ହାତ କୁଣ୍ଡାଇ ହେଉଛି। ପରିସ୍ଥିତି ଅସମ୍ଭାଳ ହେଲାଣି ବୋଲି ଧବଳପୁର ଗ୍ରାମବାସୀ କହିଛନ୍ତି। ରବିବାର ଅପରାହ୍ନରେ ବର୍ଷା ଯୋଗୁ ଜଳସ୍ତର ୨ ଫୁଟ ବଢିଛି। ପ୍ରମିଳା ଖଣ୍ଡା, କୁନିଲତା ଖଣ୍ଡା, ଭାନୁମତି ଭୂଆଁ ପ୍ରମୁଖ କୁହନ୍ତି, ସପ୍ତାହେ ହେଲାଣି ଘରେ ଚୁଲି ଜଳିନି। ବନ୍ୟାପାଣିରେ ସାପ ଆସୁଥିବାରୁ ଭୟରେ ଘରୁ ବାହାରି ହେଉନି। ପ୍ରତିବର୍ଷ ଏଭଳି ସମସ୍ୟା ଲାଗି ରହୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ।
ସ୍ଥାୟୀ ପ୍ରତିକାର କରାଯାଉ
ଗ୍ରାମର କେତେଜଣ ବରିଷ୍ଠ ନାଗରିକ କୁହନ୍ତି, ପିଲାବେଳୁ ବନ୍ୟା ପରିସ୍ଥିତି ଲାଗି ରହିଛି। ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ସତ୍ତ୍ୱେ ଗୁରୁତ୍ୱ ଦିଆଯାଉନି। ପ୍ରତିବର୍ଷ ଏଭଳି ସ୍ଥିତି ଉପୁଜୁଛି। ସରକାର ଏବଂ ଜନପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେବା ସହ ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ପର୍ଯ୍ୟାପ୍ତ ମିଳୁନି ଗୋଖାଦ୍ୟ
ଚାରିଆଡ଼େ ବନ୍ୟାପାଣି ଯୋଗୁ ଗୋରୁଗାଈ ଚରିବୁଲି ଯାଇପାରୁନାହାନ୍ତି। ଗୁହାଳ ଘରେ ପାଣି ପଶିଛି। ଉଚ୍ଚ ସ୍ଥାନରେ ସେମାନଙ୍କୁ ରଖାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଯେତିକି ଗୋଖାଦ୍ୟ ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ମାସେ ପର୍ଯ୍ୟନ୍ତ ଗୋଖାଦ୍ୟ ଦିଆଯିବା ଆବଶ୍ୟକ। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
ଟ୍ୟୁବ୍‌ରେ ବସି ଚିକିତ୍ସା କରୁଛନ୍ତି ମେଡିକାଲ ଟିମ୍‌
ଖୋର୍ଦ୍ଧା ବ୍ଲକ ୩ ପଞ୍ଚାୟତର ଏକାଧିକ ଗ୍ରାମ ବନ୍ୟାପାଣି ଘେରରେ ରହିଛି। ପାଣିରେ ପଶି ଯାତାୟାତ ଯୋଗୁ ପାଣିଖିଆ, ଚର୍ମରୋଗ, ଦୂଷିତ ପାଣି ପିଇବା ଦ୍ୱାରା ଜ୍ୱର, ହଇଜା ଆଦି ହେବା ଆଶଙ୍କା ରହିଛି। ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌, ସ୍ଥାନୀୟ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଲୋକଙ୍କୁ ସେବା ଯୋଗାଉଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ ବାଉଁଶ ଭେଳା, ଟ୍ୟୁବ୍‌ରେ ବସି ଲୋକଙ୍କ ଚିକିତ୍ସା କରୁଛନ୍ତି। ମାନପୁର ବାତ୍ୟା ଆଶ୍ରୟସ୍ଥଳୀରେ ଏକ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇଛି। ଏଥିସହ ଜଳବନ୍ଦୀରେ ରହିଥିବା ଗ୍ରାମର ଘର ଘର ବୁଲି ସ୍ବାସ୍ଥ୍ୟ ଟିମ୍‌ ଚିକିତ୍ସା କରୁଛନ୍ତି ବୋଲି ସିଡିଏମ୍‌ଓ କହିଛନ୍ତି।
ବୁଡ଼ି ରହିଛି ଚାଷଜମି
ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, କୃଷ୍ଣପୁର, ରାୟପୁର, ମାନପୁର, ବଳପୁର, ଧବଳପୁର, ଓରମୀ ଆଦି ଗ୍ରାମରେ ବନ୍ୟାଜଳ ଲହଡ଼ି ମାରୁଛି। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏକର ଏକର ଚାଷଜମି ପାଣିରେ ବୁଡ଼ି ରହିଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଆଗକୁ କ’ଣ ଖାଇବେ, କିପରି ପରିବାର ଚଳାଇବେ, ଋଣ କିପରି ଶୁଝିବେ ଏନେଇ ଚାଷୀ ଚିନ୍ତାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri