ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଗୋପ,୨୨।୮(ଡି.ଏନ୍‌.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ ଫି ଆଦାୟ ହୋଇଥିଲା। ସରକାରୀ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଭିଭାବକ ଅଭିଯୋଗ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ ଶିକ୍ଷା ଅଧିକାରୀ ସୁଶିଲ ବ୍ରହ୍ମା ଏବଂ ପୁରୀ ଜିଲା ଶିକ୍ଷା ଅଧିକାରୀ ବିଶ୍ୱଜିତ୍‌ ଘୋଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରବିବାର ଜିଲା ଶିକ୍ଷା ଅଧିକାରୀ ଘୋଷ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ୨ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ଚିଠି ନଂ. ୯୩୩୬(୨)ରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନା ମୁତାବକ, ଗୋପ ବ୍ଲକ ଅଧୀନ ୯ ପଞ୍ଚାୟତରେ କୁଶଭଦ୍ରା ଓ ଧନୁଆଁ ନଦୀ ବନ୍ୟାରେ ୫୦ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଶନିବାର ସ୍କୁଲର ପ୍ରଧାନ ଶିକ୍ଷକ ବାସୁଦେବ ସାହୁ ମାଟ୍ରିକ୍‌ ପାସ୍‌ କରିଥିବା ୩୦ଜଣ ଛାତ୍ରୀଛାତ୍ରଙ୍କୁ ଡାକିଥିଲେ। ଏଥିସହ ୯ମ ଶ୍ରେଣୀର ୨୨ଜଣ ପିଲାଙ୍କୁ ନାମ ରେଜିଷ୍ଟ୍ରେଶନ ପାଇଁ ଡାକିଥିଲେ। ପିଲାମାନେ ବନ୍ୟା ସମୟରେ ଡଙ୍ଗା ଯୋଗେ ଆସି ସ୍କୁଲରେ ପହଞ୍ଚିଥିଲେ। ପିଲାଙ୍କଠାରୁ ମାଟ୍ରିକ୍‌ ମାକ୍ରଶିଟ୍‌ ବାବଦକୁ ୧୦୦ ଟଙ୍କା ଏବଂ ନାମ ରେଜିଷ୍ଟ୍ରେଶନ ଫି ବାବଦକୁ ୧୬୦ ଟଙ୍କା ପରିବର୍ତ୍ତେ ୨୮୦ ଟଙ୍କା ନିଆଯାଇଥିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ପିଲାଙ୍କୁ ସାର୍ଟିଫିକେଟ୍‌ ବାଣ୍ଟୁଥିବା ଦେଖିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବୟସ୍କଙ୍କୁ ଟିକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବୟସ୍କ ଲୋକ ଟିକା ନେବେ। ୬୦ବର୍ଷରୁ ଊର୍ଦ୍ଧ୍ୱ...

ଭକ୍ତଙ୍କୁ ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ମନା: ଯଥାବିଧି ଚାଲିବ ନୀତିକାନ୍ତି

ଭୁବନେଶ୍ୱର, ୧୯।୩(ବ୍ୟୁରୋ): କରୋନା ମୁକାବିଳା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ରାଜ୍ୟର ସମସ୍ତ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୀର୍ଜା, ଗୁରୁଦ୍ୱାରକୁ...

ଓଡ଼ିଶାରେ ପ୍ରଥମ: ଚିଲିକାରେ ମାଛ ସଂଗ୍ରହାଳୟ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚିଲିକା ସହ ଯୋଡ଼ିହୋଇଛି ଆଉଏକ ସଫଳତା। ଦୀର୍ଘଦିନର ପ୍ରତୀକ୍ଷା ପରେ ଚିଲିକା ହ୍ରଦ କୂଳରେ ନିର୍ମାଣ ହୋଇଛି ଓଡ଼ିଶାର ପ୍ରଥମ ଫିଶ୍‌ ମ୍ୟୁଜିୟମ୍‌ ବା...

ଟୋକନ ଅଛି, ଉଠୁନି ଧାନ; ମୁଣ୍ଡରେ ହାତ ଦେଇଛି ଚାଷୀ

ବୁଗୁଡ଼ା,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ହେଁ ସୋସାଇଟି ଧାନ ନେଉ ନ ଥିବାରୁ ଚାଷୀ ମୁଣ୍ଡରେ...

ସଚେତନତା ପାଇଁ ଗାଁ ମୁଣ୍ଡରେ ଫାଟକ

କେନ୍ଦୁଝର, ୩୦ା୩(ସ୍ବ.ପ୍ର.)-ଆମେ ବାହାରକୁ ଯିବୁନି କି ବାହାର ଲୋକଙ୍କୁ ଆମ ଗାଁରେ ପଶିବାକୁ ଦେବୁନାହିଁ ା ଏଭଳି ନିଷ୍ପତ୍ତି ନେଇଛନ୍ତି ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ...

ଥାନା ପରିସରରେ ମଦବିରୋଧୀ ମହିଳାଙ୍କ ଧାରଣା

ଆନନ୍ଦପୁର,୨୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଦଧିବାମନପୁରରେ ମଦବିରୋଧୀ ଆନ୍ଦୋଳନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ଆନନ୍ଦପୁର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଏହା ଏବେ...

‘ଥଣ୍ଡା, କାଶ ଓ ଜ୍ୱର ହେଲେ ଆଇସୋଲେଟ ସହ ଟେଷ୍ଟିଂ କରନ୍ତୁ’

ଭୁବନେଶ୍ୱର,୧୭।୬(ବ୍ୟୁରୋ): କୋଭିଡ୍‌ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭ୍‌ ବାହାରୁଛି। ପଜିଟିଭିଟି...

ହାଣ୍ଡିଶାଳରୁ ହୋଟେଲ:ପିଆଜ ଉଭାନ

କଟକ ଅଫିସ,୬।୧୨:ଆକାଶଛୁଅଁା ପିଆଜର ଦର। ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ଟଙ୍କାରେ ବିକ୍ରି ହେଉଛି। ଆଉ କିଛିଦିନ ଗଲେ ଏହି ଦର ଦେଢଶହ ଟପିବ...

Advertisement
Archives

Model This Week