ଆମ ଜିଲା ଖବର

ଦାବିରେ ରହିଗଲା ‘ଫିଲିଗ୍ରୀ ହବ୍‌’

କଟକ ଅଫିସ, ୨୨ା୮(ପୁରୁଷୋତ୍ତମ ସାହୁ): କଟକର ତାରକସି ହସ୍ତକଳା କାରୁକାର୍ଯ୍ୟ ଦିନକୁ ଦିନ ଲୁପ୍ତ ହେବାକୁ ଯାଉଛି। ଯେଉଁ ହସ୍ତକଳା କଟକକୁ ଏକଦା ରୌପ୍ୟ ନଗରୀ(ସିଲ୍‌ଭର ସିଟି)ର ପରିଚୟ ଦେଇଥିଲା ସେହି କାରୁକାର୍ଯ୍ୟ ଏବେ ଇତିହାସ ପାଲଟିବାକୁ ଯାଉଛି। ପାଞ୍ଚଶହ ବର୍ଷ…

୫ ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର

ନୟାଗଡ଼ ଅଫିସ,୨୨।୮: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୫ ଅଧ୍ୟାପିକାଙ୍କୁ ୭ ଛାତ୍ର ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଧ୍ୟାପିକାମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି।…

୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି ଛାତ୍ରୀଛାତ୍ର

ଟେନ୍‌ସା,୨୨।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ମାଲଦା ଗ୍ରାମପଞ୍ଚାୟତର ପାରମସାହି ଗ୍ରାମରୁ ବାହାରକୁ ପାଠପଢିବାକୁ ଯାଇଥିବା ଛାତ୍ରୀଛାତ୍ର ୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି। ଗ୍ରାମକୁ ଯିବା ଆସିବା କରିବାକୁ ହେଲେ ଏକ ନାଳ ପାରି ହେବାକୁ ପଡ଼ିଥାଏ। ବର୍ଷା ଯୋଗୁ…

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୨ା୮: କେନ୍ଦ୍ରାପଡ଼ା ଜିଲାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କେନ୍ଦ୍ରାପଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିର ଯଥାର୍ଥତା ଥିବା ଦର୍ଶାଇ ରାଜ୍ୟପାଳ ଗତ ୨୦ ତାରିଖରେ…

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର,୨୨ା୮ (ନି.ପ୍ର.): ପାରମ୍ପରିକ ଜୈବିକ ଚାଷର ପ୍ରଚାରପ୍ରସାର କରିବା ଦିଗରେ ବିଶେଷ ଭୂମିକା ଗ୍ରହଣ କରିଥିବା କୋରାପୁଟ ଜିଲାର ପଦ୍ମଶ୍ରୀ କମଳା ପୂଜାରୀ ରବିବାର ଅସୁସ୍ଥ ହୋଇପଡ଼ିଛନ୍ତି। କମଳା ଜ୍ୱର ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଜୟପୁର ସ୍ଥିତ…

ରଦ୍ଦ ହେଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ରାଶନ କାର୍ଡ

ମାଲକାନଗିରି, ୨୨ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ନାମରେ ରାଶନ କାର୍ଡ କରି ଜମି ଖଜଣା ବାବଦକୁ ଅର୍ଥ କମ୍‌ ଦେଇ ପଟ୍ଟା ହାତେଇବା ଘଟଣା ଶନିବାର ଜଣାପଡ଼ିବା ପରେ ଉକ୍ତ କାର୍ଡକୁ ରବିବାର ରଦ୍ଦ କରାଯାଇଛି। ସେ…

ହତ୍ୟା କରି ଥାନାରେ ଆତ୍ମସମର୍ପଣ

ଉମରକୋଟ, ୨୧।୮(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ରବିବାର ଜଣଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଓ ଦାଦା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାରେ ମୃତକଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଥାନାରେ…

ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା, ଭିଣୋଇଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ହେଲେ ଜମନକିରା ବ୍ଲକ କୁଚିଣ୍ଡା ଥାନା…

ପୋଖରୀରୁ ମିଳିଲା ଯୁବତୀଙ୍କ ମୃତଦେହ, ପାଣିରେ ବୁଡ଼ିଯାଇଥିବା ସନ୍ଦେହ

କୋକସରା,୨୧।୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ମୂଷାପାଲି ଗ୍ରାମ ପୋଖରୀରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତା ହେଲେ ବିଷ୍ଣୁପ୍ରିୟା ପଣ୍ଡା (୪୫)। ଖବର…

ରାସ୍ତା ନିର୍ମାଣ ଦାବିରେ ଧାନତଳି ରୋଇ ପ୍ରତିବାଦ

କୋକସରା,୨୧।୮(ଡି.ଏନ୍‌.ଏ.): ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ କାଦୁଅ। ରାସ୍ତା ନିର୍ମାଣ ନେଇ ୫ ବର୍ଷ ହେଲା ପ୍ରତିଶ୍ରୁତି ମିଳୁଛି। ହେଲେ ତାହା ପୂରଣ ହେଉନାହିଁ। ଫଳରେ ବର୍ଷାଦିନେ କାଦୁଅ ପଚପଚରେ ଯାତାୟାତ କରୁଛନ୍ତି ଗ୍ରାମବାସୀ। ଏଭଳି ଏକ ଅଭିଯୋଗ ଆସିଛି…

ସ୍ତ୍ରୀଙ୍କୁ ପାଇବା ପାଇଁ ଶାଳକଙ୍କୁ ଅପହରଣ

ଲୋଇସିଂହା,୨୧।୮(ଡି.ଏନ୍‌.ଏ.): ସ୍ବାମୀ ନିର୍ଯାତନା ସହି ନ ପାରି ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ବାଇଗଣଖାରି ଗ୍ରାମକୁ ଶିଶୁକନ୍ୟାକୁ ଧରି ଚାଲି ଆସିଥିଲେ ପୂର୍ଣ୍ଣିମା ନାଗ। ନିର୍ଯାତନା ବେଳକୁ ବେଳ ଏପରି ଅସହ୍ୟ ହେଲା ଯେ, ପୂର୍ଣ୍ଣିମା ଆଉ ସ୍ବାମୀଙ୍କ…

୪ ବାଲି ବୋଝେଇ ଟ୍ରକ୍‌ ଜବତ

ଗଞ୍ଜାମ,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪ଟି ବାଲି ବୋଝଇ ଟ୍ରକ୍‌ ଜବତ କରାଯାଇଥିବା ଜଣାପଡ଼ିଛି l ଜବତ ଟ୍ରକ୍‌ଗୁଡ଼ିକ ଗଞ୍ଜାମ ଥାନା ସମ୍ମୁଖରେ ଦୁଇ ଦିନ ହେବ ରହିଥିଲେ ମଧ୍ୟ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି l ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?