ବଢୁଛି ବ୍ରାହ୍ମଣୀ, ଖରସ୍ରୋତା

ରସୁଲପୁର/ଧର୍ମଶାଳା, ୨୨ା୮(ଡି.ଏନ.ଏ.): poରସୁଲପୁର ବ୍ଲକର ଉତ୍ତର ସୀମାରେ ଖରସ୍ରୋତା ଓ ଦକ୍ଷିଣ ସୀମାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ରେଙ୍ଗାଳି ଡ୍ୟାମର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଡ୍ୟାମରୁ ଗୋଟିଏ ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାଜପୁର ଜିଲାର ଜେନାପୁରଠାରେ ବିପଦସଙ୍କେତ ୬୭ଫୁଟ ଥିବାବେଳେ ୬୧.୫୦ଫୁଟ୍‌ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ରାତି ସୁଦ୍ଧା ଆଉ ଅଧିକ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଥିବା ନେଇ ରେଙ୍ଗାଳି ଡ୍ୟାମ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ସମେତ ୫ ଜିଲାର ଜିଲାପାଳଙ୍କୁ ସର୍ତକ କରାଇ ଦିଆଯାଇଛି। ୨ ନଦୀବନ୍ଧର ଉଭୟ ପାର୍ଶ୍ୱରେ ଥିବା ଜନସାଧାରଣଙ୍କୁ ଏ ନେଇ ସତର୍କ ରହିବାକୁ କୁହାଯାଉଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନଜରରେ ରଖି ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ୩ ବୋଟ୍‌, ୨ ଲାଇଫ୍‌ ଜ୍ୟାକେଟ୍‌, ୪ଜଣ ଲାଇଫବଏ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ସ୍ଥଳେ ଧର୍ମଶାଳା ବ୍ଲକ ଅଞ୍ଚଳରୁ ଅଗ୍ନିଶମ ବାହିନୀ, ପାଣିକୋଇଲିରୁ ଏନ୍‌ଡିଆରଏଫ୍‌ ଟିମ୍‌ର ସହାୟତା ଅଣାଯିବ। ଏଥିସହ ବ୍ଲକର ଲକ୍ଷ୍ମୀନଗର ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ ସୁରକ୍ଷିତ ରଖାଯାଇଛି। ତଳେ ଗୋରୁମାନଙ୍କୁ ରଖାଯିବ ଏବଂ ଉପରେ ବନ୍ୟା ବିପନ୍ନମାନେ ରହିବାକୁ ବ୍ୟବସ୍ଥା କରାଯାଇଛି। ବ୍ଲକରେ ୮୦ କୁଇଣ୍ଟାଲ ଚାଉଳ ମହଜୁଦ ରଖାଯାଇଛି ବୋଲି ବିଡିଓ ଅବନିକାନ୍ତ ସାହୁ ସୂଚନା ଦେଇଛନ୍ତି।
ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ବା ଦ୍ୱାରା ରସୁଲପୁର, ବରୀ, ଧର୍ମଶାଳା ନିର୍ବାଚନମଣ୍ଡଳୀର ଅଧିକାଂଶ ଅଞ୍ଚଳ34bb ପ୍ରଭାବିତ ହୋଇପାରେ। ରିପୋର୍ଟ ଲେଖାହେବା ସୁଦ୍ଧା ନଦୀରେ ପ୍ରବାହିତ ବନ୍ୟାଜଳ ରସୁଲପୁର ବ୍ଲକର ଭୋଟକା ପଞ୍ଚାୟତର ଭୋଟକା, ରସୁଲପୁର ପଞ୍ଚାୟତର ସୁଆଁସାହି, ଗନ୍ଧଣ ପଞ୍ଚାୟତର ବଣ୍ଟରା, ଏକତଳା, ଗନ୍ଧଣ, ପାରିକଇଁଚି, ଦରକୁଣ୍ଡି, ଟିକରପଡ଼ା ପଞ୍ଚାୟତର କୁଜିବର ଗ୍ରାମର ୧୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମିରେ ମାଡିଗଲାଣି। ଏହାଦ୍ୱାରା ଧାନ, ପନିପରିବା ଉପତ୍ାଦନ ପ୍ରବାହିତ ହେବା ସ୍ପଷ୍ଟ ହୋଇଯାଇଛି। ଫଳରେ ପରିବା ଦର ଆକାଶଛୁଅଁା ହେବା ସହ ଚାଷୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?