ବଢୁଛି ବ୍ରାହ୍ମଣୀ, ଖରସ୍ରୋତା

ରସୁଲପୁର/ଧର୍ମଶାଳା, ୨୨ା୮(ଡି.ଏନ.ଏ.): poରସୁଲପୁର ବ୍ଲକର ଉତ୍ତର ସୀମାରେ ଖରସ୍ରୋତା ଓ ଦକ୍ଷିଣ ସୀମାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ରେଙ୍ଗାଳି ଡ୍ୟାମର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଡ୍ୟାମରୁ ଗୋଟିଏ ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାଜପୁର ଜିଲାର ଜେନାପୁରଠାରେ ବିପଦସଙ୍କେତ ୬୭ଫୁଟ ଥିବାବେଳେ ୬୧.୫୦ଫୁଟ୍‌ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ରାତି ସୁଦ୍ଧା ଆଉ ଅଧିକ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଥିବା ନେଇ ରେଙ୍ଗାଳି ଡ୍ୟାମ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ସମେତ ୫ ଜିଲାର ଜିଲାପାଳଙ୍କୁ ସର୍ତକ କରାଇ ଦିଆଯାଇଛି। ୨ ନଦୀବନ୍ଧର ଉଭୟ ପାର୍ଶ୍ୱରେ ଥିବା ଜନସାଧାରଣଙ୍କୁ ଏ ନେଇ ସତର୍କ ରହିବାକୁ କୁହାଯାଉଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନଜରରେ ରଖି ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ୩ ବୋଟ୍‌, ୨ ଲାଇଫ୍‌ ଜ୍ୟାକେଟ୍‌, ୪ଜଣ ଲାଇଫବଏ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ସ୍ଥଳେ ଧର୍ମଶାଳା ବ୍ଲକ ଅଞ୍ଚଳରୁ ଅଗ୍ନିଶମ ବାହିନୀ, ପାଣିକୋଇଲିରୁ ଏନ୍‌ଡିଆରଏଫ୍‌ ଟିମ୍‌ର ସହାୟତା ଅଣାଯିବ। ଏଥିସହ ବ୍ଲକର ଲକ୍ଷ୍ମୀନଗର ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ ସୁରକ୍ଷିତ ରଖାଯାଇଛି। ତଳେ ଗୋରୁମାନଙ୍କୁ ରଖାଯିବ ଏବଂ ଉପରେ ବନ୍ୟା ବିପନ୍ନମାନେ ରହିବାକୁ ବ୍ୟବସ୍ଥା କରାଯାଇଛି। ବ୍ଲକରେ ୮୦ କୁଇଣ୍ଟାଲ ଚାଉଳ ମହଜୁଦ ରଖାଯାଇଛି ବୋଲି ବିଡିଓ ଅବନିକାନ୍ତ ସାହୁ ସୂଚନା ଦେଇଛନ୍ତି।
ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ବା ଦ୍ୱାରା ରସୁଲପୁର, ବରୀ, ଧର୍ମଶାଳା ନିର୍ବାଚନମଣ୍ଡଳୀର ଅଧିକାଂଶ ଅଞ୍ଚଳ34bb ପ୍ରଭାବିତ ହୋଇପାରେ। ରିପୋର୍ଟ ଲେଖାହେବା ସୁଦ୍ଧା ନଦୀରେ ପ୍ରବାହିତ ବନ୍ୟାଜଳ ରସୁଲପୁର ବ୍ଲକର ଭୋଟକା ପଞ୍ଚାୟତର ଭୋଟକା, ରସୁଲପୁର ପଞ୍ଚାୟତର ସୁଆଁସାହି, ଗନ୍ଧଣ ପଞ୍ଚାୟତର ବଣ୍ଟରା, ଏକତଳା, ଗନ୍ଧଣ, ପାରିକଇଁଚି, ଦରକୁଣ୍ଡି, ଟିକରପଡ଼ା ପଞ୍ଚାୟତର କୁଜିବର ଗ୍ରାମର ୧୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମିରେ ମାଡିଗଲାଣି। ଏହାଦ୍ୱାରା ଧାନ, ପନିପରିବା ଉପତ୍ାଦନ ପ୍ରବାହିତ ହେବା ସ୍ପଷ୍ଟ ହୋଇଯାଇଛି। ଫଳରେ ପରିବା ଦର ଆକାଶଛୁଅଁା ହେବା ସହ ଚାଷୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri