ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା ବନ୍ୟା

ଜଗତ୍‌ସିଂହପୁର ଅଫିସ,୨୨ା୮: ଜଗତ୍‌ସିଂହପୁର ଜିଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଅମଳ ବେଳେ ପ୍ରାକୃତିକ ବିପତ୍ତି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଭିନ୍ନ ମାଧ୍ୟମରେ ଏପରି କି କରଜ କରି ଅନେକ ଚାଷୀ ପରିବା ଚାଷ କରିଥିଲେ। ଏବେ ଚାଷ ନଷ୍ଟ ହୋଇଯାଇଥିବାରୁ ଆଗକୁ କ’ଣ କରିବେ ସେନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ଜିଲାର ୮ ବ୍ଲକ ଅଞ୍ଚଳରେ ପନିପରିବା ଚାଷ ପ୍ରଭାବିତ ହୋଇଛି। କିନ୍ତୁ କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ କ୍ଷତି ହୋଇଥିବା ସୂଚନା ମିଳିଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀ ବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଥିଯୋଗୁ ହଂସୁରା ପଞ୍ଚାୟତର ହଂସୁରା, ଅନଳିପାଟଣା, ସାଁପୁର, ଖୋସାଲପୁର, ମମଦଲପୁର ଓ ଶ୍ରୀଚନ୍ଦନପୁର ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି କାଠକୋଟ ପଞ୍ଚାୟତର କାଠକୋଟ, ବାଣଶର, ବାରମାଣିଆ, ଗୋବର୍ଦ୍ଧନପୁର ସମେତ ବାଲିକଣି ପଞ୍ଚାୟତର ବଡ଼ବାଲିକଣି, ସାନବାଲିକଣି, ସରଣି, କାଳିକୁଦ, ଚୌଧୁରୀକୁଦ, ମାଧପୁର ଓ ଜିଲାନାସୀ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏ ସମ୍ପର୍କରେ କାଠକୋଟ ଗ୍ରାମର ଦୀନବନ୍ଧୁ ଦାସ, ନୃସିଂହ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ବାଲିକଣିର ନିତ୍ୟାନନ୍ଦ ରାଉତ, ସୁଧିର ସେଠୀ, ହଂସୁରା ପଞ୍ଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁରର ମାଗୁଣି ଦାସ, ବିପିନ ମଳିକ, ଅଜୟ ସାହୁ, ନୃସିଂହ ମଲ୍ଲିକ, ବଳରାମ ଦାସ, ନିରଞ୍ଜନ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବିପିନ ବିହାରୀ ମଲ୍ଲିକ, ମାନସ ମଲ୍ଲିକ ଓ ହଂସୁରାର ଲିଟୁ ମହାପାତ୍ର ପ୍ରମୁଖ କହିଛନ୍ତି, ସେମାନଙ୍କ ଅଞ୍ଚଳକୁ ଧୋୟା ମୌଜା ବୋଲି କୁହାଯାଏ। କିନ୍ତୁ ଲୋକେ କଷ୍ଟକରି ଜୀବିକା ନିର୍ବାହ କରିଥାନ୍ତି। ବିଶେଷକରି ଜୀବିକାର ମାଧ୍ୟମ ହେଉଛି ପରିବା ଚାଷ। ଚଳିତବର୍ଷ ଭେଣ୍ଡି, କଲରା, ବାଇଗଣ, ପୋଟଳ, କାକୁଡ଼ି, ଶାଗ, ଲଙ୍କା, ଲୋଧିଛୁଇଁ, କଖାରୁ ଓ ଜହ୍ନି ଆଦି ପରିବା ଭଲ ହୋଇଥିଲା। କିନ୍ତୁ ବନ୍ୟା ସେମାନଙ୍କ ସବୁ ଫସଲ ନଷ୍ଟ କରିଦେଇଛି। ବିଲରେ ଏବେ ଡଙ୍ଗା ଚାଲୁଛି। ଏଣେ ଜୀବିକା ଚାଲିଯିବା ସହ ଗୋସମ୍ପଦଙ୍କୁ ନେଇ ବଞ୍ଚତ୍ବା ପାଇଁ ସଂଗ୍ରାମ ଜାରି ରହିଛି । ପରିସ୍ଥିତି ସୁଧୁରିଲେ ସେମାନେ କ’ଣ କରିବେ ବୋଲି ଭାବିପାରୁ ନ ଥିବା ଦୁଃଖରେ କହିଛନ୍ତି । ଅନ୍ୟପଟେ ନିକଟସ୍ଥ ରାହାମା, କୁଜଙ୍ଗ, ତିର୍ତ୍ତୋଲ, ଏରସମା ସମେତ ଜିଲାର ପ୍ରତ୍ୟେକ ସ୍ଥାନରେ ପନିପରିବା ଦର ଆକାଶଛୁଆଁ ହୋଇଛି। କିଲୋ ପ୍ରତି ପୋଟଳ ଦର ୮୦ ଟଙ୍କା ଥିବାବେଳେ ଲୋଧି ୬୦, ଟମାଟୋ ୫୦, କାକୁଡି ୬୦, ବିନ୍ସ ୬୦, ଭେଣ୍ଡି ୮୦, ବାଇଗଣ ୬୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଏହି ଦର ଆହୁରି ବଢ଼ିବାର ସମ୍ଭାବନା ରହିଛି।
ଏ ସମ୍ପର୍କରେ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ପ୍ରଦୀପ ବଳ କହିଛନ୍ତି, ଜିଲାରେ ଖରିଫ ଋତୁରେ ପାଖାପାଖି ୧୪,୦୦୦ ହେକ୍ଟର ଜମିରେ ପନିପରିବା ଚାଷ ହୁଏ। ବନ୍ୟା ପରେ ଏପର୍ଯ୍ୟନ୍ତ ବାସ୍ତବ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ ହୋଇପାରିନାହିଁ। ତେବେ ଯେଉଁ ଚାଷୀଙ୍କ ଚାଷର ୩୩% ଉପରେ କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ମିଳିବ। ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥିବା ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ। ସେହିପରି ଜଳସେଚନ ଉପରେ ନିର୍ଭର କରି ଚାଷ କରିଥିବା ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ମିଳିବ। ସେହିପରି ଫଳ ଓ ଅନ୍ୟ ଗଛ ଲଗାଇଥିବା ଚାଷୀଙ୍କୁ ହେକ୍ଟର ପିଛା ୧୮,୦୦୦ ଦିଆଯିବ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଏବେ ସୁଦ୍ଧା ୧୯୭ ହେକ୍ଟର ଜମିର ପରିବା କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି। ଚାରିଆଡ଼େ ପାଣି ଜମି ରହିଥିବାରୁ ଅନୁଧ୍ୟାନରେ ବାଧା ଉପୁଜିଛି। ପାଣି କମିଲେ ରାଜସ୍ବ ବିଭାଗ ସହ ମିଶି ଯୁଗ୍ମ ତଦନ୍ତ ହେବ। ଅଗଷ୍ଟ ୨୭ ସୁଦ୍ଧା ଅନୁଧ୍ୟାନ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ ହେବ। ତା’ପରେ ସରକାରୀ ନିଷ୍ପତ୍ତି ମୁତାବକ କ୍ଷତିପୂରଣ ଯୋଗାଇ ଦିଆଯିବ। ଏହାପରେ ଅର୍ଥାତ୍‌ ଶୀତ ଆରମ୍ଭରୁ ହାଇବ୍ରିଡ୍‌ ପନିପରିବା ଚାରା, ମିନି କିଟ୍‌ (୫ରୁ ୧୦ ପ୍ରକାର ମଞ୍ଜି ଥିବା) ଆଦି ଯୋଗାଇଦେବା ପାଇଁ ବ୍ୟବସ୍ଥା ହେବ ବୋଲି ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?