ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା ବନ୍ୟା

ଜଗତ୍‌ସିଂହପୁର ଅଫିସ,୨୨ା୮: ଜଗତ୍‌ସିଂହପୁର ଜିଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଅମଳ ବେଳେ ପ୍ରାକୃତିକ ବିପତ୍ତି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଭିନ୍ନ ମାଧ୍ୟମରେ ଏପରି କି କରଜ କରି ଅନେକ ଚାଷୀ ପରିବା ଚାଷ କରିଥିଲେ। ଏବେ ଚାଷ ନଷ୍ଟ ହୋଇଯାଇଥିବାରୁ ଆଗକୁ କ’ଣ କରିବେ ସେନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ଜିଲାର ୮ ବ୍ଲକ ଅଞ୍ଚଳରେ ପନିପରିବା ଚାଷ ପ୍ରଭାବିତ ହୋଇଛି। କିନ୍ତୁ କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ କ୍ଷତି ହୋଇଥିବା ସୂଚନା ମିଳିଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀ ବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଥିଯୋଗୁ ହଂସୁରା ପଞ୍ଚାୟତର ହଂସୁରା, ଅନଳିପାଟଣା, ସାଁପୁର, ଖୋସାଲପୁର, ମମଦଲପୁର ଓ ଶ୍ରୀଚନ୍ଦନପୁର ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି କାଠକୋଟ ପଞ୍ଚାୟତର କାଠକୋଟ, ବାଣଶର, ବାରମାଣିଆ, ଗୋବର୍ଦ୍ଧନପୁର ସମେତ ବାଲିକଣି ପଞ୍ଚାୟତର ବଡ଼ବାଲିକଣି, ସାନବାଲିକଣି, ସରଣି, କାଳିକୁଦ, ଚୌଧୁରୀକୁଦ, ମାଧପୁର ଓ ଜିଲାନାସୀ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏ ସମ୍ପର୍କରେ କାଠକୋଟ ଗ୍ରାମର ଦୀନବନ୍ଧୁ ଦାସ, ନୃସିଂହ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ବାଲିକଣିର ନିତ୍ୟାନନ୍ଦ ରାଉତ, ସୁଧିର ସେଠୀ, ହଂସୁରା ପଞ୍ଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁରର ମାଗୁଣି ଦାସ, ବିପିନ ମଳିକ, ଅଜୟ ସାହୁ, ନୃସିଂହ ମଲ୍ଲିକ, ବଳରାମ ଦାସ, ନିରଞ୍ଜନ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବିପିନ ବିହାରୀ ମଲ୍ଲିକ, ମାନସ ମଲ୍ଲିକ ଓ ହଂସୁରାର ଲିଟୁ ମହାପାତ୍ର ପ୍ରମୁଖ କହିଛନ୍ତି, ସେମାନଙ୍କ ଅଞ୍ଚଳକୁ ଧୋୟା ମୌଜା ବୋଲି କୁହାଯାଏ। କିନ୍ତୁ ଲୋକେ କଷ୍ଟକରି ଜୀବିକା ନିର୍ବାହ କରିଥାନ୍ତି। ବିଶେଷକରି ଜୀବିକାର ମାଧ୍ୟମ ହେଉଛି ପରିବା ଚାଷ। ଚଳିତବର୍ଷ ଭେଣ୍ଡି, କଲରା, ବାଇଗଣ, ପୋଟଳ, କାକୁଡ଼ି, ଶାଗ, ଲଙ୍କା, ଲୋଧିଛୁଇଁ, କଖାରୁ ଓ ଜହ୍ନି ଆଦି ପରିବା ଭଲ ହୋଇଥିଲା। କିନ୍ତୁ ବନ୍ୟା ସେମାନଙ୍କ ସବୁ ଫସଲ ନଷ୍ଟ କରିଦେଇଛି। ବିଲରେ ଏବେ ଡଙ୍ଗା ଚାଲୁଛି। ଏଣେ ଜୀବିକା ଚାଲିଯିବା ସହ ଗୋସମ୍ପଦଙ୍କୁ ନେଇ ବଞ୍ଚତ୍ବା ପାଇଁ ସଂଗ୍ରାମ ଜାରି ରହିଛି । ପରିସ୍ଥିତି ସୁଧୁରିଲେ ସେମାନେ କ’ଣ କରିବେ ବୋଲି ଭାବିପାରୁ ନ ଥିବା ଦୁଃଖରେ କହିଛନ୍ତି । ଅନ୍ୟପଟେ ନିକଟସ୍ଥ ରାହାମା, କୁଜଙ୍ଗ, ତିର୍ତ୍ତୋଲ, ଏରସମା ସମେତ ଜିଲାର ପ୍ରତ୍ୟେକ ସ୍ଥାନରେ ପନିପରିବା ଦର ଆକାଶଛୁଆଁ ହୋଇଛି। କିଲୋ ପ୍ରତି ପୋଟଳ ଦର ୮୦ ଟଙ୍କା ଥିବାବେଳେ ଲୋଧି ୬୦, ଟମାଟୋ ୫୦, କାକୁଡି ୬୦, ବିନ୍ସ ୬୦, ଭେଣ୍ଡି ୮୦, ବାଇଗଣ ୬୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଏହି ଦର ଆହୁରି ବଢ଼ିବାର ସମ୍ଭାବନା ରହିଛି।
ଏ ସମ୍ପର୍କରେ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ପ୍ରଦୀପ ବଳ କହିଛନ୍ତି, ଜିଲାରେ ଖରିଫ ଋତୁରେ ପାଖାପାଖି ୧୪,୦୦୦ ହେକ୍ଟର ଜମିରେ ପନିପରିବା ଚାଷ ହୁଏ। ବନ୍ୟା ପରେ ଏପର୍ଯ୍ୟନ୍ତ ବାସ୍ତବ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ ହୋଇପାରିନାହିଁ। ତେବେ ଯେଉଁ ଚାଷୀଙ୍କ ଚାଷର ୩୩% ଉପରେ କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ମିଳିବ। ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥିବା ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ। ସେହିପରି ଜଳସେଚନ ଉପରେ ନିର୍ଭର କରି ଚାଷ କରିଥିବା ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ମିଳିବ। ସେହିପରି ଫଳ ଓ ଅନ୍ୟ ଗଛ ଲଗାଇଥିବା ଚାଷୀଙ୍କୁ ହେକ୍ଟର ପିଛା ୧୮,୦୦୦ ଦିଆଯିବ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଏବେ ସୁଦ୍ଧା ୧୯୭ ହେକ୍ଟର ଜମିର ପରିବା କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି। ଚାରିଆଡ଼େ ପାଣି ଜମି ରହିଥିବାରୁ ଅନୁଧ୍ୟାନରେ ବାଧା ଉପୁଜିଛି। ପାଣି କମିଲେ ରାଜସ୍ବ ବିଭାଗ ସହ ମିଶି ଯୁଗ୍ମ ତଦନ୍ତ ହେବ। ଅଗଷ୍ଟ ୨୭ ସୁଦ୍ଧା ଅନୁଧ୍ୟାନ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ ହେବ। ତା’ପରେ ସରକାରୀ ନିଷ୍ପତ୍ତି ମୁତାବକ କ୍ଷତିପୂରଣ ଯୋଗାଇ ଦିଆଯିବ। ଏହାପରେ ଅର୍ଥାତ୍‌ ଶୀତ ଆରମ୍ଭରୁ ହାଇବ୍ରିଡ୍‌ ପନିପରିବା ଚାରା, ମିନି କିଟ୍‌ (୫ରୁ ୧୦ ପ୍ରକାର ମଞ୍ଜି ଥିବା) ଆଦି ଯୋଗାଇଦେବା ପାଇଁ ବ୍ୟବସ୍ଥା ହେବ ବୋଲି ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri