ଅସରାଏ ବର୍ଷାରେ ରାସ୍ତା ବେହାଲ, ସବୁଦିନିଆ ରାସ୍ତା ପାଇଁ ଦାବି
ଦାରିଙ୍ଗବାଡ଼ି,୯ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର କିରିକୁଟି ପଞ୍ଚାୟତ ତଜଡ଼ବାଡ଼ି ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନ ଥିବା ବେଳେ ଏବେ ସେହି ପାଦଚଲା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗ୍ରାମବାସୀ କର୍ଦ୍ଦମାକ୍ତ ରାସ୍ତାରେ ଯାତାୟାତ କରୁଛନ୍ତି। ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ…
ରଥ ଟଣା ଆରମ୍ଭ: ଗଡ଼ୁଛି ବଡ଼ ଭାଇ ବଳଭଦ୍ରଙ୍କ ରଥ
ପୁରୀ ଅଫିସ, ୯।୭: ମହାପ୍ରଭୁଙ୍କ ରଥ ଟଣା ଆରମ୍ଭ ହୋଇଛି । ମହାବାହୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି । ପ୍ରଥମେ ଶରଧାବାଲିରୁ ବଡ ଭାଇ ବଳଭଦ୍ରଙ୍କ ରଥ ବାହାରିଛି । ବଡ ଦାଣ୍ଡରେ କୋଟି କୋଟି ଶ୍ରଦ୍ଧାଳୁ ବଡଭାଇଙ୍କ…
ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ: ଚାଲିଗଲା ହେଲପର୍ଙ୍କ ଜୀବନ
କଟକ ସଦର,୯ା୭: କଟକ-ନୂଆଗାଁ ଜାତୀୟ ରାଜପଥ କନ୍ଦରପୁର ଥାନା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ହେଲପର୍ ସୁରେନ୍ଦ୍ର ଲେଙ୍କାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ…
ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
ରାୟଗଡ଼ା ଅଫିସ,୯।୭: ରାୟଗଡ଼ା ବାରିଝୋଲାସ୍ଥିତ ଜନ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍ଓ)ଙ୍କ କାର୍ଯ୍ୟାଳୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଓ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚିି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟସର୍କିଟ…
ବର ପ୍ରଶେସନ ଗାଡ଼ିରେ ଲାଗିଗଲା ବିଦ୍ୟୁତ୍ ତାର
କେନ୍ଦୁଝର,୯।୭(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଟପୁର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାହାଘର ଶୋଭାଯାତ୍ରା ଯାଉଥିଲା। ଏହି ସମୟରେ ବରଗାଡ଼ି ଆଗରେ ଯାଉଥିବା ଏକ ଡିଜେ ଗାଡ଼ିର କର୍ମଚାରୀଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ଶିବାନନ୍ଦ ନାୟକ…
ଆରମ୍ଭ ହେଲା ଛେରାପହଁରା
ପୁରୀ ଅଫିସ, ୯ା୭: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପୂର୍ବ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହା ସମାପନ ପରେ ଠାକୁରଙ୍କ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ପରେ…
ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼
ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ ନାହାନ୍ତି ଛାତ୍ରୀଛାତ୍ରଙ୍କୁ ତାହାଠୁ ଅଧିକ ମାଡ ମାରୁଛନ୍ତି। ମାଲକାନଗିରି ଜିଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ…
ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୯।୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଆଜି ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନ,ବଳଭଦ୍ର,ସୁଭଦ୍ରା ରଥାରୂଢ ହେବା ପରେ ଶେଷରେ ରଥାରୂଢ ହୋଇଛନ୍ତି ପ୍ରଭୁ ଜଗନ୍ନାଥ।…
ପହଣ୍ଡି ବିଜେ କରୁଛନ୍ତି କାଳିଆ ସାଆନ୍ତ
ପୁରୀ ଅଫିସ,୯।୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଭଉଣୀଙ୍କୁ ଧରି ଆଜି ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ସୁଦର୍ଶନ,ବଳଭଦ୍ର,ସୁଭଦ୍ରା ରଥାରୂଢ ହେବା ପରେ ଏବେ ପହଣ୍ଡି ବିଜେ କରୁଛନ୍ତି କାଳିଆ ସାଆନ୍ତ।…
ଉପଖଣ୍ଡ ଡାକ୍ତରଖାନା ପ୍ରତିଶ୍ରୁତି ଧୂଆଁବାଣ
ଯାଜପୁର ଅଫିସ, ୯ା୭: ଯାଜପୁର ଜିଲାର ଅନ୍ୟତମ ସହର ଯାଜପୁର ରୋଡ୍ ସବୁ କ୍ଷେତ୍ରରେ ଅବହେଳିତ। ସହରର ଆୟତନ ଓ ଲୋକସଂଖ୍ୟା ବଢ଼ି ଚାଲିଥିଲେ ହେଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ହୋଇପାରୁନାହିଁ। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହରବାସୀଙ୍କୁ ଚିନ୍ତିତ…
ମାନସ ସ୍ବାଇଁ ହତ୍ୟା ଘଟଣା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ
ଚାନ୍ଦବାଲି ୯।୭(ଡି.ଏନ୍.ଏ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ…
ସ୍ମାର୍ଟ ସ୍କୁଲରେ ତାଲା, ପ୍ରାଥମିକ ବିଦ୍ୟାଳୟରେ ପାଠପଢା
ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ଛାତ୍ରୀଛାତ୍ରଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଗତ ଜୁନ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଏସବୁ ସ୍ମାର୍ଟ ସ୍କୁଲର ଉଦଘାଟନ କରାଯାଇଥିଲା। ଏଥିମଧ୍ୟରେ ବ୍ରହ୍ମପୁରରେ ୭ଟି…

