ଆମ ଜିଲା ଖବର

ଆଜି ଝୁରୁଛି ଜନ୍ମମାଟି

ଝାରସୁଗୁଡ଼ା ଅଫିସ,୨୪ା୭: ଝାରସୁଗୁଡ଼ା ଜିଲା ବେଲପାହାଡର ସାମାଜିକ କର୍ମୀ ପାରଶ ଜୟସ୍ବାଲ(୬୪)ଙ୍କ ହୃଦଘାତରେ ରବିବାର ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ନିକଟସ୍ଥ ଟାଟାକ୍ରୋସାକୀ ହସ୍ପିଟାଲ୍‌କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲାର ବହୁ…

ଭୟାନକ ରୂପ ନେଉଛି କଲେରା: କାଶୀପୁରରେ ୫ ଶିଶୁ ଆକ୍ରାନ୍ତ

ରାୟଗଡ଼ା ଅଫିସ/ଟିକିରି,୨୪ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ଛୋଟ ପିଲା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୩ରୁ ୧୨ ବର୍ଷ ବୟସର ୫ ଶିଶୁ କଲେରାରେ ଆକ୍ରାନ୍ତ ହୋଇ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ…

ଝାରସୁଗୁଡ଼ାରୁ ରାୟପୁର ଦେଇ ଦିଲ୍ଲୀକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨୪ା୭: ଏଲାୟନ୍ସ ଏୟାର ତରଫରୁ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦରରୁ ଭାୟା ରାୟପୁର ଦେଇ ଦିଲ୍ଲୀକୁ ରବିବାର ପରୀକ୍ଷାମୂଳକ ଭାବେ ୨ ବିମାନ ଚଳାଚଳ ଆରମ୍ଭ କରିଛି। ଏହି ଅବସରରେ ଏଲାୟନ୍ସ ଏୟାରର ୯୧୭୪୮ ନଂ.ବିଶିଷ୍ଟ ୭୦ ସିଟେଡ୍‌ ବିମାନରେ ଝାରସୁଗୁଡ଼ାରୁ…

ଖରିଫ ଚାଷ ପାଇଁ ବାଘୁଆ ଜଳଭଣ୍ଡାରରୁ ଛଡ଼ାଗଲା ପାଣି

ବୁଗୁଡ଼ା,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅଧୀନ ମତାଝରୀ ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ଖରିଫ ଚାଷ ପାଇ ପାଣି ଛଡାଯାଇଛି। ଦୁଇଟି କେନାଲ ଦେଇ ଏହି ପାଣି ଛଡ଼ାଯାଇଛି। ଏହି ଅବସରରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ…

ଡାକ୍ତରଖାନା ଗ୍ରୀଲ୍‌ ଭାଙ୍ଗି ନେଇଗଲେ ଇନ୍‌ଭର୍ଟର

ପାତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଚାମ ଜିଲା ପାତ୍ରପୁର ବ୍ଲକ ତୁରିବୁଡ଼ି ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ରବିବାର ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ ସକାଳୁ ଡାକ୍ତରଖାନା ଖୋଲିବାକୁ ଆସି ପ୍ରବେଶ ପଥରେ ଥିବା ଗ୍ରୀଲ୍‌ ଭାଙ୍ଗିଥିବା…

ସାପ କାମୁଡ଼ାରେ ଚାଲିଗଲା ନାବାଳକଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୪।୭: ସାପ କାମୁଡ଼ାରେ ଗୁରୁତର ହୋଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଦେବିଝର ଗ୍ରାମର ଦୀନବନ୍ଧୁ ଶବରଙ୍କ ପୁଅ ମଳୟ ଶବର(୧୬)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ…

ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌, ଅଭିଯୁକ୍ତ ଗିରଫ

ବଡ଼ବିଲ,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୨ ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ଼ବିଲ ନ୍ୟୁ…

ହାତୀ କଙ୍କାଳ ଠାବ କଲା ଏସ୍‌ଟିଏଫ୍‌ ଟିମ୍‌

ସମ୍ବଲପୁର,୨୪ା୭(ବ୍ୟୁରୋ): ସମ୍ବଲପୁରରେ ଏସ୍‌ଟିଏଫ୍‌ର ୩ ଜଣିଆ ଟିମ୍‌ ଖୋଳତାଡ଼ କରି ହାତୀ କଙ୍କାଳ ଠାବ କରିଛି । ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଞ୍ଜ କେଶାପାଲି ପଞ୍ଚାୟତ କୋଲଗାଁ ଜଙ୍ଗଲରେ ହାତୀକୁ ହତ୍ୟା କରି ଜଙ୍ଗଲ ଭିତରେ ଫିଙ୍ଗି…

ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ସମ୍ବଲପୁର,୨୪ା୭(ବ୍ୟୁରୋ): କୁଚିଣ୍ଡାରେ ରବିବାର ଜଣେ ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୁଚିଣ୍ଡାର ସଇଡା ଭେଡେନ ନଦୀକୁ ଯୁବତୀ ଜଣଙ୍କ ଡେଇଁ ପଡ଼ିଛନ୍ତି। ପୁରୁଷ ବନ୍ଧୁଙ୍କ ସହିତ ଝଗଡ଼ା ପରେ ଯୁବତୀ ନଦୀକୁ ଡେଇଁ ପଡ଼ିଥିଲେ । ଗୁରୁତର…

ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କ ଚୁଟି କାଟିଲେ, ଶୌଚାଳୟରେ କିରୋସିନି ଢାଳି ପୋଡ଼ି ମାରିଦେଲେ

ଖଇରା,୨୪।୭: ବାଲେଶ୍ବର ଜିଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ଦୟାନିଧି ଜେନା ନାମକ ଯୁବକ ତାଙ୍କୁ ପୋଡି ମାରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଖଇରା…

ବାଘୁଆ ଜଳଭଣ୍ଡାରୁ ୨ କେନାଲ ଦେଇ ଛଡାଗଲା ଜଳ

ବୁଗୁଡ଼ା,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରୀ ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ୨ କେନାଲ ଦେଇ ଜଳ ଛଡ଼ା ହୋଇଛି। ଖରିଫ ଚାଷ ପାଇଁ ୨ କେନାଲ ଦେଇ ଏହି ଜଳ ଛଡ଼ା ଯାଇଥିବା ଜଣାପଡ଼ିଛି। କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ…

ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

କେସିଙ୍ଗା,୨୪।୭(ଡି.ଏନ୍‌.ଏ.): କଳାହାଣ୍ଡିର ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କ ରବିବାର ପରଲୋକ ହୋଇଛି । ସକାଳେ ଭବାନୀପାଟଣା ମେଡିକାଲରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?