ପୂର୍ବତଟ ରେଳପଥ: ଆୟ ବଢୁଛି, ହେଲେ ନୂତନ ପ୍ରକଳ୍ପକୁ ଉପେକ୍ଷା

ଯାଜପୁର ଅଫିସ,୧।୯: ପୂର୍ବତଟ ରେଳପଥରେ ଗତ ୫ ବର୍ଷରେ ବ୍ୟୟ ତୁଳନାରେ ଆୟ ୩ ଗୁଣରୁ ଊର୍ଦ୍ଧ୍ୱ ହୋଇଛି। ହେଲେ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର ରୋଡରୁ ଧାମରା ଭାୟା ବିରଜା ମନ୍ଦିର ନୂତନ ରେଳପଥ ନିର୍ମାଣ ହୋଇ ପାରିନାହିଁ। ଏହାବାଦ୍‌ ଯାଜପୁର ରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତଟ ରେଳପଥରେ ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ୨୭,୯୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୮୯,୬୬୯ କୋଟି ଟଙ୍କା ଆୟ ହୋଇଛି। ପାସେଞ୍ଜର, ଗୁଡ୍‌ସ, ସଣ୍ଡ୍ରି ଓ ଅନ୍ୟାନ୍ୟ କୋଚିଂ ବାବଦକୁ ୨୦୧୭-୧୮ରେ ୧୬୮୩୬.୫୩ କୋଟି, ୨୦୧୮-୧୯ରେ ୧୭୬୭୧.୧୬ କୋଟି, ୨୦୧୯-୨୦ରେ ୧୭୭୨୨.୬୫ କୋଟି, ୨୦୨୦-୨୧ରେ ୧୭୪୭୨.୧୧ କୋଟି ଓ ୨୦୨୧-୨୨ରେ ୧୯୯୬୧.୦୮ କୋଟି ଟଙ୍କା ଆୟ ହୋଇଛି। ହେଲେ ୧୦୪୨.୬୨ କୋଟି ଟଙ୍କାର ଯାଜପୁର ରୋଡ-ଧାମରା ପ୍ରକଳ୍ପ ନିର୍ମାଣ ହୋଇ ପାରୁନାହିଁ। ସତ୍ୟପ୍ରକାଶ ବେହୁରିଆ ମାଗିଥିବା ଆରଟିଆଇ ତଥ୍ୟ ଅନୁସାରେ ୨୦୧୨-୧୩ ରେ ଏହି ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ସର୍ବେକ୍ଷଣ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧୀନ ରେଳବାଇ ବୋର୍ଡ଼ ନିକଟରେ ଏହାର ନଥିପତ୍ର ଦାଖଲ ହୋଇଥିଲା ା ଏହି ରେଳପଥ ନିର୍ମାଣ ପାଇଁ ୯୯୫.୩୯୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଥମେ ଆକଳନ ହୋଇଥିଲା। ଏହା ବର୍ତ୍ତମାନ ୧୦୪୨.୬୨ କୋଟି ଖର୍ଚ୍ଚ ବଢିବ ବୋଲି ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ଏହି ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଳବାଇ ବର୍ଷକୁ ୩୧.୧୫ ପ୍ରତିଶତ ଲାଭ ପାଇବ। ଏହି ପ୍ରକଳ୍ପରେ ୮ଟି ଷ୍ଟେଶନ ନିର୍ମାଣ କରାଯିବ। ଏଥିପାଇଁ ଗତ ୧ ଦଶନ୍ଧି ଧରି ଦାବି, ଆନ୍ଦୋଳନ ଆଦି ହେଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ଯାଜପୁରରେ ବିଶ୍ୱପ୍ରସିଦ୍ଧ କ୍ଷେତ୍ରେଶ୍ୱରୀ ମା’ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲାର ଆରଡ଼ିଠାରେ ବିଶ୍ୱପ୍ରସିଦ୍ଧ ଆଖଣ୍ଡଳମଣୀ ଧାମ ରହିଛି । ଏହି ୨ ଜାଗାକୁ ପ୍ରତିଦିନ ଦେଶ ବିଦେଶରୁ ଯାତ୍ରୀମାନେ ଆସିଥାଆନ୍ତି । ଏହି ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ସମ୍ଭବ ହେବ ।

ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀଭାବେ ପରିଗଣିତ ହୋଇସାରିଲାଣି । ଏଠାରୁ ଧାମରା ଦେଇ ଦେଶ ବିଦେଶକୁ ମାଲ ପରିବହନ କରିବା ପାଇଁ ସୁଗମ ହେବ । ଏହି ରେଳପଥ ନିର୍ମାଣ ଦ୍ୱାରା ଜିଲାର ଉପତ୍ାଦିତ କୃଷିଜାତ ଦ୍ରବ୍ୟର ପରିବହନ ଉନ୍ନତି ଆସିବା ସହିତ ଖାଉଟୀ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁବିଧାଜନକ ହେବ ବୋଲି ଦାବି ହୋଇ ଆସିଛି । ହେଲେ ବିଗତ ବଜେଟ୍‌ରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପାରାଦୀପ-ଧାମରା (୮୦ କିିମି) ରେଳପ୍ରକଳ୍ପ ପାଇଁ ୧୪୭୨ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାରାଦୀପ ଠାରୁ ଭଦ୍ରକ ଭାୟା କଟକ ୩୮ କି.ମି. ହ୍ରାସ ପାଇବ ବୋଲି ଆକ୍ସନ ପ୍ଲାନରେ ଦର୍ଶାଯାଇଛି।
ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦାବିକୁ ସଦାସର୍ବଦା ଅଗ୍ରାହ୍ୟ କରାଯାଉଛି। ଡିଭିଜନ ପାଇଁ ଏଠାରେ ଆବଶ୍ୟକ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲାରେ ବିଶ୍ୱର ୯୮ ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରପୁର ରହିଛି । ଏହାବାଦ ଜିଲାରେ ପର୍ଯ୍ୟଟନର ସୁବିଧା ରହିଛି । ଏବେ ଜିଲାରେ ୪ଟି ଜଙ୍କସନ ଓ ୨୧ଟି ରେଳ ଷ୍ଟେଶନ ରହିଛି । ପଡୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି । ବିରଜା ମନ୍ଦିରକୁ ରେଳପଥ ସଂଯୋଗ ଦାବି କରି ଆସୁଥିବା ସତ୍ୟପ୍ରକାଶ ବେହୁରା କୁହନ୍ତି, ପୂର୍ବତଟ ରେଳପଥ ବର୍ଷକୁ ହାରାହାରି ପ୍ରାୟ ୧୮ ହଜାର କୋଟି ଟଙ୍କା ଆୟ କରୁଛି। ହେଲେ ବିଡମ୍ବନା ଯେ, ୧୦୪୨.୬୨ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି। ଯାଜପୁର ରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଉପରେ ରେଳବାଇ ଡିଭିଜନ କମିଟିର ଆବାହକ ଦୁଷ୍ମନ୍ତ କୁମାର ରାଉତ କୁହନ୍ତି, ସୁଦୃଢ ଭିତ୍ତିଭୂମି ରହିଥିଲେ ହେଁ ଏହି ଷ୍ଟେଶନକୁ ବିଭାଗୀୟ ଅବହେଳା କରାଯାଉଛି। ତେଣୁ ଏହା ପୁରଣ ନ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?