ନିରାପଦ ନୁହେଁ ସହର ରାସ୍ତା

ନୟାଗଡ଼ ଅଫିସ,୧।୯: ନୟାଗଡ଼ ଜିଲା ସଦର ମହକୁମାର ରାସ୍ତା ନିରାପଦ ନୁହେଁ । ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁୁ ବଢ଼ୁଛି ଦୁର୍ଘଟଣା । ଗତ ୧୦ ଦିନ ଭିତରେ ଦୁର୍ଘଟଣାରେ ଗଲାଣି ଗୋଟିଏ ଜୀବନ । ଆହତ ହେଲେଣି ୨୩ ଜଣ । ଏହି ଭଳି ପରିସ୍ଥିତି ଲାଗି ରହିଲେ ଗୋଟିଏ ପରେ ଗୋଟିଏ ଜୀବନ ଅକାରଣରେ ଯାଉଥିବ ବୋଲି ଅଭିଯୋଗ ହୋଇଛି । ଦୁଇ ଗୃହପାଳିତ ପ୍ରାଣୀଙ୍କ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ଦୁର୍ଘଟଣାକୁ ନିମନ୍ତ୍ରଣ କରି ଚାଲିଛି । ଏଣୁ ସହରର ବିକାଶ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନୟାଗଡ଼ ସହରାଞ୍ଚଳ ସୌନ୍ଦର୍ଯ୍ୟକୁ ବାଟବଣା କରିଛି ।

ଜିଲା ସଦର ମହକୁମାର ନୟାଗଡ଼ ଏନଏସି ନୟାଗଡ଼ ମ୍ୟୁନିସିପାଲିଟି ହୋଇଛି। ନୂୂଆ ନବକଳେବର ହୋଇଛି ହେଲେ ସହର ବଦଳି ପାରୁନି। ସହରର ରାସ୍ତା ଅଣଓସାରିଆ ହୋଇଥିବା ବେଳେ ପାର୍କିଂ ପାଇଁ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଏଭଳିସ୍ଥଳେ ସହର ଭିତର ଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥ ଓ ୨୧ ନଂ. ରାଜ୍ୟ ରାଜପଥ ନୟାଗଡ଼- ନାଉଖାଲ ରାସ୍ତା ଯାଇଛି । ଜାତୀୟ ରାଜପଥ ହେଉକି ରାଜ୍ୟ ରାଜପଥ ଏପରିକି ଜିଲା ସଡ଼କ ସହ ନୟାଗଡ଼ ସହରର ବିଭିନ୍ନ ୱାର୍ଡ ରାସ୍ତାରେ ଗୋରୁ ଓ କୁକୁର ପଲ ଘୁରି ବୁଲୁଛନ୍ତି । ମାଲିକମାନେ ଘରେ ଗୁହାଳ ନ କରି ଗୋରୁଙ୍କୁ ବଜାରକୁ ଛାଡି ଦେଉଛନ୍ତି । ଘରେ କେବଳ କ୍ଷୀର ଦୁହିଁବା ବେଳକୁ ଆଣୁଛନ୍ତି । ଏଣୁ ଗୋରୁ ସବୁ ସମୟରେ ରାସ୍ତାରେ ଘୁରି ବୁଲୁଛନ୍ତି । ପୁଣି ରାସ୍ତାରେ ମଳତ୍ୟାଗ କରିବା ଦ୍ୱାରା ରାସ୍ତା ମଧ୍ୟ ଅପରିଷ୍କାର ହେଉଛି । ହେଲେ ସେମାନଙ୍କୁ ଘଉଡାଇବା ପାଇଁ ଅଥବା ଗାଈମାଲିକଙ୍କୁ ଜରିମାନା ବି କରାଯାଉନି। ଏଣୁ ଗୋରୁ ମାଲିକମାନେ ସେମାନଙ୍କ ଗୋରୁଙ୍କୁ ଘରେ ରଖୁ ନାହାନ୍ତି । ଅନ୍ୟପକ୍ଷେ ବିଭିନ୍ନ ସମୟରେ କଟକ, ପୁରୀ ଓ ଭୁବନେଶ୍ୱରରୁ ବହୁ କୁକୁରଙ୍କୁ ଟ୍ରକ ଯୋଗେ ଆଣି ନୟାଗଡ଼ରେ ଛଡା ଯାଉଛି । ଏଣୁ କୁକୁରଙ୍କ ସଂଖ୍ୟା ମଧ୍ୟ ନୟାଗଡ଼ ସହରରେ ବଢ଼ି ଚାଲିଛି ।
ଏନେଇ ଭାଜପାର ଯୁବନେତା ସନ୍ତୋଷ ପ୍ରଧାନ କୁହନ୍ତି, ନୟାଗଡ଼ ସହରରେ ଗୋରୁ, ଗାଈ ଓ କୁକୁରଙ୍କ ସଂଖ୍ୟା ବଢ଼ି ଚାଲବାରୁ ଦୁର୍ଘଟଣା ବଢ଼ୁଛି । ଦୁଇ ଦିନ ତଳେ ଭାଟସାହିର ଜଣେ ବ୍ୟକ୍ତି ଗାଈ ଯୋଗୁ ପ୍ରାଣ ହରାଇଛି । ତେବେ ମ୍ୟୁନିସିପାଲିଟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନାହିଁ କି ସଚେତନତା ନାହିଁ । ସାଧାରଣ ଲୋକ ବି ଏହାର ନିରାକରରଣ ପାଇଁ ଗୁରୁତ୍ୱ ଦେଉ ନାହାନ୍ତି। ପୂର୍ବତନ ଏନଏସି ଚେୟାରମ୍ୟାନ ଭବାନୀ ଦାଶ କୁହନ୍ତି, ଜିଲାପାଳ ପରେଶ ନାୟକଙ୍କ ସମୟରେ ବାରମ୍ବାର ଗୋରୁ ଓ କୁକୁରଙ୍କ ଦୌରାମତ୍‌ୟ ନେଇ ଅବଗତ କରାଇଥିଲି । ଏହା ପରେ ଏନଏସି ପକ୍ଷରୁ କାଞ୍ଜିଆହୁଦା ହୋଇଥିଲା। ତେବେ ଏଥିପାଇଁ ସ୍ବତନ୍ତ୍ର କର୍ମଚାରୀ ନ ଥିବାରୁ ସୁଫଳ ମିଳିଲା ନାହିଁ। ସଫେଇ କର୍ମଚାରୀ କୁକୁର ଓ ଗାଈଙ୍କୁ ଧରିଲେ ନାହିଁ। ଏବେ ନୟାଗଡ଼ ସହରରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ହେଲେ ନିରାକରଣ ବ୍ୟବସ୍ଥା ଶୂନ । ନୟାଗଡ଼ ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା କୁହନ୍ତି, ସହରକୁ ଗୋରୁ ନ ଛାଡିବାକୁ ଗୋରୁ ମାଲିକମାନଙ୍କୁ ବିଭିନ୍ନସମୟରେ ଅନୁରୋଧ କରାଯାଇଛି । ହେଲେ ମାଲିକାମାନେ ଏଥିପାଇଁ ସଚେତନ ନୁହଁନ୍ତି। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ...

ହେଟାବାଘ ଆକ୍ରମଣରେ ଗର୍ଭବତୀ ଗୁରୁତର

ରାଇଘର,୩ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ରବିବାର ହେଟାବାଘ ଆକ୍ରମଣରେ ୩ ଗୁରୁତର ଏବଂ ୫ ଆହତ ହୋଇଛନ୍ତି। ତିମନପୁର ଗ୍ରାମବାସୀ...

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଶେରଗଡ଼,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ...

ରାସ୍ତାରେ ପୋଲିସ ଅଧିକାରୀ, ପ୍ରେମିକାଙ୍କ ହାଇଡ୍ରାମା

ରସୁଲପୁର,୧୭ା୫(ଡି.ଏନ୍‌.ଏ.):ପ୍ରେମରେ ପ୍ରତାରଣା କରି ଜଣେ ପୋଲିସ ଅଧିକାରୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କଲେ। ଏହି ଖବର ପାଇ ନୂଆପଡ଼ା ଜିଲାରୁ ଯାଜପୁର ଜିଲାରେ ପହଞ୍ଚତ୍ ଯାଇଥିଲେ...

ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ି ନେଇ ଡ୍ରାଇଭର ଛୁ’

ଖଡ଼ିଆଳ,୬।୭(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଶାଖାରୁ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ିକୁ ନେଇ ଡ୍ରାଇଭର ଫେରାର...

ମୂର୍ତ୍ତି ଉଚ୍ଚତା ବିବାଦ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୭ା୯: ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ଆଜି ପ୍ରକାଶ ପାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ...

ସମୟ ସହ ୧୮ ମିନିଟ୍‌ ସଂଘର୍ଷ

ଅନୁଗୋଳ ଅଫିସ, ୨୨।୩ – ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିବା ରୋଗୀଟିଏ ପାଇଁ ସମୟର ମୂଲ୍ୟ କାହାକୁ ଅଛପା ନାହିଁ। କେସହିପରି ସମ୍ପୃକ୍ତ ରୋଗୀଙ୍କ ଜୀବନର...

ପାଏନ୍‌ ଲାଗି ଡହକ୍‌ବିକଲ ବୋର୍ଡ଼ା ଅଂଚଲବାସୀ

ଭବାନୀପାଟଣା, ୧୨ା୫ (ଡି.ଏନ୍‌.ଏ):  ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଂଚଲ ଏହେଦେ ମୁଡ଼ଫଟା ଖରାରେ ସିଝୁଛେ। ୪୬ ଡିଗ୍ରୀ ତାତି ସଂଗେ ଗୁଲଗୁଲିରେ ଲୋକ୍‌ ଡହକ୍‌ବିକଲ...

Advertisement
Archives

Model This Week