ସାତୋପନ୍ଥ ପର୍ବତ ଶିଖରରେ ଯାଜପୁରର ସତ୍ୟବ୍ରତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୧।୯: ଯାଜପୁରର ପର୍ବତାରୋହୀ ସତ୍ୟବ୍ରତ ଦାସ ମଙ୍ଗଳବାର ଉତ୍ତରାଖଣ୍ଡର ସାତୋପନ୍ଥ ପର୍ବତ ଶିଖରରେ ପହଞ୍ଚି ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍‌ ମାଉଣ୍ଟେନିୟରିଂ ଫାଉଣ୍ଡେଶନ୍‌ ପକ୍ଷରୁ ଏକ ୮ ଜଣିଆ ପର୍ବତାରୋହୀ ଦଳ ଗତ ୧୦ ତାରିଖରୁ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ୫ ଜଣ ସଫଳତା ପାଇଥିବାବେଳେ ସେଥିମଧ୍ୟରୁ ଯାଜପୁର ଜିଲା ଦାନଗଦି ବ୍ଲକ କୁମ୍ଭୀରଗାଡ଼ିଆ ଗ୍ରାମର ସତ୍ୟବ୍ରତ ଦାସ ଅନ୍ୟତମ। ତାଙ୍କ କହିବା ଅନୁସାରେ ସମୁଦ୍ର ପତ୍ତନଠାରୁ ୭୦୭୫ ମିଟର୍‌ ଉଚ୍ଚରେ ଥିବା ସାତୋପନ୍ଥ ପର୍ବତାରୋହଣ ଅଭିଯାନ ବହୁତ କଷ୍ଟକର। ବେଳେ ବେଳେ ତାପମାତ୍ରା ମାଇନସ(-)୩୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚି ଯାଉଥିଲା। ଯାହାକି ଅସହ୍ୟ ହେଉଥିଲା। ଆଗକୁ ବଢ଼ିବା ଲାଗି ଅନେକ ସମୟରେ ଜଟିଳ ପଦ୍ଧତି ବ୍ୟବହାର କରିବାକୁ ପଡୁଥିଲା। କିନ୍ତୁ ଦୃଢ ମନୋବଳ ସଫଳତା ଦେଇଛି। ମୋର ବିଶ୍ୱାସ ରହିଛି ଆହୁରି ଉଚ୍ଚ ପର୍ବତ ଆରୋହଣ ପାରି ପାରିବି। ପର୍ବତ ଶୀର୍ଷରେ ପହଞ୍ଚି ଜାତୀୟ ପତାକା ଉଡ଼ାଇବା ଅତ୍ୟନ୍ତ ଆମୋଦଦାୟକ ଥିଲା।

ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ ସହଯୋଗରେ ସତ୍ୟବ୍ରତ ଟାଟା ଷ୍ଟିଲ୍‌ ଆଡ୍‌ଭେନ୍‌ଚର ଫାଉଣ୍ଡେଶନ୍‌ (ଟିଏସ୍‌ଏଏଫ୍‌)ଠାରେ ଉଭୟ ମୌଳିକ ଓ ଉନ୍ନତ ପର୍ବତାରୋହଣ ପାଠ୍ୟକ୍ରମ ସମାପ୍ତ କରିଛନ୍ତିି। ଏହାସହିତ ସେ ଫାଉଣ୍ଡେଶନ୍‌ ସହାୟତାରେ ପୂର୍ବରୁ ବହୁ ସଂଖ୍ୟକ ପର୍ବତାରୋହଣ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ର ଉଦ୍ୟମରେ କଳିଙ୍ଗନଗର ପାର୍ଶ୍ୱବର୍ତ୍ତୀଅଞ୍ଚଳର ବହୁ ଯୁବବର୍ଗ ପର୍ବତାରୋହଣକୁ ଗୁରୁତ୍ୱ ସହ ଗ୍ରହଣ କରିଛନ୍ତି। ୨୦୦୯ ପ୍ରାରମ୍ଭରେ ଫାଉଣ୍ଡେଶନ୍‌ ପକ୍ଷରୁ ଯାଜପୁରର ଯୁବବର୍ଗଙ୍କୁ ପର୍ବତାରୋହଣ ସମ୍ପର୍କିତ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି କୁହାଯାଇଥିଲା। ସେବେଠାରୁ ଟିଏସ୍‌ଏଏଫ୍‌ ଜରିଆରେ ଏହି ଅଞ୍ଚଳର ୧୦୦୦ରୁ ଊର୍ଦ୍ଧ୍ୱ ଯୁବବର୍ଗଙ୍କୁ ବିଭିନ୍ନ ପ୍ରକାର ପର୍ବତାରୋହଣ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ସମଭାବାପନ୍ନ ଯୁବବର୍ଗଙ୍କ ସହ ସତ୍ୟବ୍ରତ ଓ ତାଙ୍କର କେତେଜଣ ବନ୍ଧୁ ମିଳିତ ଭାବେ କଳିଙ୍ଗନଗର ମାଉଣ୍ଟେରିଂ ଗ୍ରୁପ୍‌ ଗଠନ କରିଛନ୍ତି। ଯାହା ନିୟମିତ ଭାବେ ଜିଲାର ନିକଟତମ ପାହାଡ଼ଗୁଡ଼ିକରେ ପର୍ବତାରୋହଣ ଅଭିଯାନ ଆୟୋଜନ କରୁଛି । ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ପର୍ବତାରୋହଣକୁ ନେଇ ସଚେତନତା ସୃଷ୍ଟି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri