ସାତୋପନ୍ଥ ପର୍ବତ ଶିଖରରେ ଯାଜପୁରର ସତ୍ୟବ୍ରତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୧।୯: ଯାଜପୁରର ପର୍ବତାରୋହୀ ସତ୍ୟବ୍ରତ ଦାସ ମଙ୍ଗଳବାର ଉତ୍ତରାଖଣ୍ଡର ସାତୋପନ୍ଥ ପର୍ବତ ଶିଖରରେ ପହଞ୍ଚି ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍‌ ମାଉଣ୍ଟେନିୟରିଂ ଫାଉଣ୍ଡେଶନ୍‌ ପକ୍ଷରୁ ଏକ ୮ ଜଣିଆ ପର୍ବତାରୋହୀ ଦଳ ଗତ ୧୦ ତାରିଖରୁ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ୫ ଜଣ ସଫଳତା ପାଇଥିବାବେଳେ ସେଥିମଧ୍ୟରୁ ଯାଜପୁର ଜିଲା ଦାନଗଦି ବ୍ଲକ କୁମ୍ଭୀରଗାଡ଼ିଆ ଗ୍ରାମର ସତ୍ୟବ୍ରତ ଦାସ ଅନ୍ୟତମ। ତାଙ୍କ କହିବା ଅନୁସାରେ ସମୁଦ୍ର ପତ୍ତନଠାରୁ ୭୦୭୫ ମିଟର୍‌ ଉଚ୍ଚରେ ଥିବା ସାତୋପନ୍ଥ ପର୍ବତାରୋହଣ ଅଭିଯାନ ବହୁତ କଷ୍ଟକର। ବେଳେ ବେଳେ ତାପମାତ୍ରା ମାଇନସ(-)୩୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚି ଯାଉଥିଲା। ଯାହାକି ଅସହ୍ୟ ହେଉଥିଲା। ଆଗକୁ ବଢ଼ିବା ଲାଗି ଅନେକ ସମୟରେ ଜଟିଳ ପଦ୍ଧତି ବ୍ୟବହାର କରିବାକୁ ପଡୁଥିଲା। କିନ୍ତୁ ଦୃଢ ମନୋବଳ ସଫଳତା ଦେଇଛି। ମୋର ବିଶ୍ୱାସ ରହିଛି ଆହୁରି ଉଚ୍ଚ ପର୍ବତ ଆରୋହଣ ପାରି ପାରିବି। ପର୍ବତ ଶୀର୍ଷରେ ପହଞ୍ଚି ଜାତୀୟ ପତାକା ଉଡ଼ାଇବା ଅତ୍ୟନ୍ତ ଆମୋଦଦାୟକ ଥିଲା।

ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ ସହଯୋଗରେ ସତ୍ୟବ୍ରତ ଟାଟା ଷ୍ଟିଲ୍‌ ଆଡ୍‌ଭେନ୍‌ଚର ଫାଉଣ୍ଡେଶନ୍‌ (ଟିଏସ୍‌ଏଏଫ୍‌)ଠାରେ ଉଭୟ ମୌଳିକ ଓ ଉନ୍ନତ ପର୍ବତାରୋହଣ ପାଠ୍ୟକ୍ରମ ସମାପ୍ତ କରିଛନ୍ତିି। ଏହାସହିତ ସେ ଫାଉଣ୍ଡେଶନ୍‌ ସହାୟତାରେ ପୂର୍ବରୁ ବହୁ ସଂଖ୍ୟକ ପର୍ବତାରୋହଣ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ର ଉଦ୍ୟମରେ କଳିଙ୍ଗନଗର ପାର୍ଶ୍ୱବର୍ତ୍ତୀଅଞ୍ଚଳର ବହୁ ଯୁବବର୍ଗ ପର୍ବତାରୋହଣକୁ ଗୁରୁତ୍ୱ ସହ ଗ୍ରହଣ କରିଛନ୍ତି। ୨୦୦୯ ପ୍ରାରମ୍ଭରେ ଫାଉଣ୍ଡେଶନ୍‌ ପକ୍ଷରୁ ଯାଜପୁରର ଯୁବବର୍ଗଙ୍କୁ ପର୍ବତାରୋହଣ ସମ୍ପର୍କିତ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି କୁହାଯାଇଥିଲା। ସେବେଠାରୁ ଟିଏସ୍‌ଏଏଫ୍‌ ଜରିଆରେ ଏହି ଅଞ୍ଚଳର ୧୦୦୦ରୁ ଊର୍ଦ୍ଧ୍ୱ ଯୁବବର୍ଗଙ୍କୁ ବିଭିନ୍ନ ପ୍ରକାର ପର୍ବତାରୋହଣ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ସମଭାବାପନ୍ନ ଯୁବବର୍ଗଙ୍କ ସହ ସତ୍ୟବ୍ରତ ଓ ତାଙ୍କର କେତେଜଣ ବନ୍ଧୁ ମିଳିତ ଭାବେ କଳିଙ୍ଗନଗର ମାଉଣ୍ଟେରିଂ ଗ୍ରୁପ୍‌ ଗଠନ କରିଛନ୍ତି। ଯାହା ନିୟମିତ ଭାବେ ଜିଲାର ନିକଟତମ ପାହାଡ଼ଗୁଡ଼ିକରେ ପର୍ବତାରୋହଣ ଅଭିଯାନ ଆୟୋଜନ କରୁଛି । ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ପର୍ବତାରୋହଣକୁ ନେଇ ସଚେତନତା ସୃଷ୍ଟି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?