ଆମ ଜିଲା ଖବର

ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ଚାଳକ ଗୁରୁତର

ସୁନ୍ଦରଗଡ଼,୨୫ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ୧୦ ନମ୍ବର ରାଜ୍ୟ ରାଜପଥର ଜରଙ୍ଗଲୋଇ ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ସୋମବାର ସକାଳୁ ଏକ ସରକାରୀ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୫ ଜଣ…

ଅଳପୁଆ-ଦାମୋଦରପାଟଣା ରାସ୍ତା ଶୋଚନୀୟ

ପଟ୍ଟାମୁଣ୍ଡାଇ,୨୫ା୭ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ-ଦାମୋଦରପାଟଣା ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ରାସ୍ତାରେ ଆଣ୍ଢୁଏ ଲେଖାଏ ଗାତ ସୃଷ୍ଟି ହୋଇଛି। ଏହି ରାସ୍ତାରେ ଶତାଧିକ ବଡ଼ ବଡ଼ ଖାଲଖମା ସୃଷ୍ଟିହୋଇ ବର୍ଷାଦିନେ ଯାତାୟାତ ଅସମ୍ଭବ ହୋଇପଡୁଛି। ବର୍ଷାଦିନେ…

କାଉଡ଼ିଆଙ୍କ ଭୟ କେନାଲବନ୍ଧ ରାସ୍ତା

ରଘୁନାଥପୁର,୨୫ା୭ (ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ଜମୁଛି। ତେବେ ପୀଠକୁ ଆସିବା ପାଇଁ ରାହାଡ଼ିଙ୍ଗା ଜଳସେଚିତ କେନାଲ ବନ୍ଧ ରାସ୍ତାକୁ ସଫା କରାଯାଇ ନଥିବାରୁ…

ଛାତରୁ ଗଳୁଛି ପାଣି, ରୋଗୀ ହନ୍ତସନ୍ତ

ଖୁଣ୍ଟୁଣୀ,୨୫ା୭(ଡି.ଏନ୍‌.ଏ.): ୫୫ ନମ୍ବର ଜାତୀୟ ରାଜପଥ ଶିଳ୍ପାଞ୍ଚଳ ପାର୍ଶ୍ୱରେ ଥିବା ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନା ଛାତ ଫାଟି ପାଣି ଗଳୁଛି। ଏଥିସହ ଷ୍ଟୋରରୁମ୍‌ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ରଡ଼ ପଦାକୁ ଦେଖାଯିବା ସହ କିଛି ସ୍ଥାନ ଦବିଯାଇ ବିପଦସଙ୍କୁଳ ଅବସ୍ଥାରେ…

ଚାଷୀ ଅନୁକୂଳ କଲେ ପହିଲି ମୁଣ୍ଡା

ମହାକାଳପଡ଼ା,୨୫ା୭(ଡି.ଏନ୍‌.ଏ.): ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅନେକ ଅଞ୍ଚଳରେ ତଳିଘେରା ପ୍ରସ୍ତୁତ ହୋଇଥିବା ବେଳେ ଚାଷୀମାନେ ଜମିରେ ପହିଲି ମୁଣ୍ଡା ଅନୁକୂଳ କରିଛି। ଖରିଫ୍‌ ଋତୁରେ ଧାନଫସଲ ଭଲ ଅମଳ ପାଇଁ…

କୃଷି ଅର୍ଥନୀତିକୁ ବିଗାଡୁଛି ପ୍ରାକୃତିକ ବିପର୍ଯ୍ୟୟ

କେନ୍ଦ୍ରାପଡ଼ା ଅଫିସ,୨୫ା୭: କେନ୍ଦ୍ରାପଡ଼ା ଜିଲାରେ ଉର୍ବର ଭୂମି ସହ ଲୋକସମ୍ବଳ ଅଛି। ଏହାସତ୍ତ୍ୱେ କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାର ସାମାଜିକ ଓ ଅର୍ଥନୀତି ଦୁର୍ବଳ ରହୁଛି। ଏହାର ମୁଖ୍ୟ କାରଣ ବନ୍ୟା, ବାତ୍ୟା ପରି ପ୍ରାକୃିତକ ବିପର୍ଯ୍ୟୟର ଠିକ୍‌ ପରିଚାଳନା…

ସଙ୍କୁଚିତ ହେଉଛି ସରକାରୀ ଜମି

ଯାଜପୁର ଅଫିସ,୨୫ା୭: ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ଯାଜପୁର ଜିଲା ପ୍ରଶାସନର ନୀତି ଅସ୍ପଷ୍ଟ ଓ ବିଚିତ୍ର। କେତେକ ସ୍ଥାନରେ ଜବରଦଖଲ ଯୋଗୁ ସରକାରୀ ଶିକ୍ଷାନୁଷ୍ଠାନ ପରିସର ସଙ୍କୁଚିତ ହୋଇ ତାହା ଅସାମାଜିକ ଲୋକଙ୍କ କବଜାକୁ ଚାଲିଯାଉଛି। ଆଉ କେଉଁଠି…

ଦୁର୍ଲଭ ବୃକ୍ଷ ଗବେଷଣାରେ ୨ ଯୁବ ଓଡ଼ିଆ

ପୁରୀ ଅଫିସ,୨୫।୭: ହିମାଳୟ ପାଦଦେଶର ଘଞ୍ଚ ଜଙ୍ଗଲରେ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷରାଜିର ଅନୁସନ୍ଧାନ କରୁଛନ୍ତି ଦୁଇଜଣ ଓଡ଼ିଆ ଯୁବ ଗବେଷକ। ସେମାନେ ହେଲେ ପୁରୀର ବିଭୂତି ଭୂଷଣ ଚମ୍ପତି ଓ ଯାଜପୁରର ପ୍ରଭାତ କୁମାର ଦାସ। ଭାରତ ସରକାରଙ୍କ ଜୈବ…

ରାସ୍ତାରେ ୮ ଫୁଟ ଲମ୍ବର ଖାଲ

ଗୋପ,୨୫।୭(ଡି.ଏନ୍‌.ଏ.): କୋଣାର୍କ – ଗୋପ ମୁଖ୍ୟ ରାସ୍ତାର ଗୋପ ବଜାର ଛକ ନିକଟରେ ଦୀର୍ଘ ୩ ମାସରୁ ଉଦ୍ଧର୍‌ବ ସମୟ ହେବ ୮ ଫୁଟ ଲମ୍ବର ଗୋଟିଏ ଖାଲ ସହ ଛୋଟ ବଡ଼ ଖାଲଖମା ହୋଇଯାଇଛି। ପାଣି ପାଇପ ପଡିବା ପରେ…

ବଡ଼ଦାଣ୍ଡକୁ ସଙ୍କୁଚିତ କରୁଛି ଜବରଦଖଲ

ପୁରୀ ଅଫିସ,୨୫।୭: ଜାତୀୟ ରାଜପଥ ପ୍ରାଧିକରଣ ଆଇନ ପୁରୀ ବଡ଼ଦାଣ୍ଡରେ ଲାଗୁ ହେଉନାହିଁ। ବଡ଼ଦାଣ୍ଡ ୩୧୬ ନମ୍ବର ଜାତୀୟ ରାଜପଥ ଭାବେ ମାନ୍ୟତାପ୍ରାପ୍ତ। ଜାତୀୟ ରାଜପଥ ଆଇନକାନୁନ ଅନୁଯାୟୀ ରାଜପଥ ଅବରୋଧ କରାଯାଇପାରିବ ନାହିଁ। ବିଗତ ଦିନରେ ସୁପ୍ରିମକୋର୍ଟ ନିଜ ରାୟରେ…

ଜୁ’ରେ ହୀନସ୍ତା ଜଙ୍ଗଲୀଜୀବ

ଢେଙ୍କାନାଳ ଅଫିସ,୨୫।୭: ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଢେଙ୍କାନାଳର କପିଳାସ ପ୍ରାଣୀ ଉଦ୍ୟାନ। ଜୁ’ରେ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଏହାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ…

କେନ୍ଦୁଝର ଜିଲାର ୩ ହାଇସ୍କୁଲକୁ ଅପ୍‌ଗ୍ରେଡ୍‌

କେନ୍ଦୁଝର,୨୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩ଟି ହାଇସ୍କୁଲକୁ ଅପ୍‌ଗ୍ରେଡ୍‌ କରି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଳା)ରେ ପରିଣତ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି ପକ୍ଷରୁ ଚିଠି ନମ୍ବର ୮୮୦୭/୧୯ା୭ା୨୨ରେ ରାଜ୍ୟର ୫୭ ସ୍କୁଲକୁ ଅପ୍‌ଗ୍ରେଡ୍‌ କରଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?