ଋଣ ନେଣଦେଣରେ ଦଲାଲ ସକ୍ରିୟ

ପୁରୀ ଅଫିସ,୧।୯: ଋଣରେ ଇକ୍ୟୁଏଟେଡ୍‌ ମନ୍ଥ୍‌ଲି ଇନ୍‌ଷ୍ଟଲମେଣ୍ଟ୍‌ (ଇଏମ୍‌ଆଇ) ବ୍ୟବସ୍ଥା ଲାଗୁ ହେବା ପରେ ବଜାରରେ ଅର୍ଥନୈତିକ ଉତ୍ସାହ ପରିଲକ୍ଷିତ ହୋଇଛି। ଲୋକେ ସୁଧ ସହ ଋଣ ଶୁଝିବାର ସହଜ ରାସ୍ତା ପାଇଛନ୍ତି। ଫଳରେ ବ୍ୟାଙ୍କିଂ ବ୍ୟବସ୍ଥା ଲାଭବାନ ହେବା ସହ ଗ୍ରାହକଙ୍କ କ୍ରୟ କ୍ଷମତା ବଢ଼ିଛି। ଏଭଳି ପରିବର୍ତ୍ତନ ଅର୍ଥନୀତି ବଜାର ପାଇଁ ଉତ୍ତମ ଖବର। ମାତ୍ର ଏହାକୁ ଆଳ କରି ଦଲାଲମାନେ ଟଙ୍କା ଲୁଟିବାରେ ସକ୍ଷମ ହେଉଛନ୍ତି। ଗ୍ରାହକମାନଙ୍କୁ ଏନେଇ କୌଣସି ସୂଚନା ମିଳୁନାହିଁ।

କ୍ରେଡିଟ୍‌ ଇନ୍‌ଫର୍ମେଶନ୍‌ ବ୍ୟୁରୋ ଇଣ୍ଡିଆ ଲିମିଟେଡ୍‌ (ସିବିଲ୍‌) ପକ୍ଷରୁ ସ୍କୋର ଠିକ୍‌ କରିବା ଆଳରେ ଅଧିକାଂଶ ଗ୍ରାହକଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଉଛି। ସାଧାରଣତଃ ଋଣ ପାଇଁ ସିବିଲ୍‌ ସ୍କୋରକୁ ପ୍ରମୁଖ ମାପଦଣ୍ଡ ଭାବେ ବିଚାର କରାଯାଇ ଥାଏ। ଅର୍ଥାତ୍‌ ଯାହାର ସିବିଲ୍‌ ସ୍କୋର ଅଧିକ ରହିଥାଏ, ସମ୍ପୃୃକ୍ତ ବ୍ୟକ୍ତିଙ୍କୁ ଋଣ ମିଳିବା ସହଜ ହୋଇଯାଏ। ୭୫୦ ସିବିଲ ସ୍କୋରକୁ ଆଦର୍ଶ ବୋଲି ଗ୍ରହଣ କରାଯାଉଥିବାବେଳେ ଏହାଠାରୁ ୩୦-୫୦ ସ୍କୋର କମ୍‌ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଋଣ ମିଳିଥାଏ। ସ୍କୋରକୁ ଧ୍ୟାନରେ ରଖି ଋଣର ମାତ୍ରା କମ୍‌-ବହୁତ ହୁଏ। ଅନେକ ଏଜେନ୍ସି ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ଏଜେନ୍ସିମାନେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଦ୍ୱାରା ଅନୁମୋଦିତ ହୋଇଥିବାରୁ ବ୍ୟାଙ୍କ ଏମାନଙ୍କ ସହ ଅର୍ଥନୈତିକ କାର୍ଯ୍ୟକଳାପ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ତେବେ ଏହି ଏଜେନ୍ସିମାନଙ୍କ ଏଜେଣ୍ଟ ମାନେ ହିଁ ଦଲାଲ ସାଜି ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି। ଯେଉଁମାନଙ୍କର ସିବିଲ୍‌ ଖରାପ ସେମାନଙ୍କୁ ଋଣ ଯୋଗାଇବାରେ ସହାୟତା କରୁଛନ୍ତି ଓ ପ୍ରତିବଦଳରେ ମୋଟା ଅଙ୍କର ଅର୍ଥ ନେଉଛନ୍ତି। ଋଣ ମିଳିସାରିବା ପରେ ଏଜେଣ୍ଟମାନେ ଋଣର ୫ ପ୍ରତିଶତ ନଗଦ ରାଶି ଦାବି କରୁଛନ୍ତି। ବାରମ୍ବାର ଆବେଦନ କରି ବିଫଳ ହୋଇଥିବା ବ୍ୟକ୍ତି ଋଣ ପାଇବା ଲୋଭରେ ଏଜେଣ୍ଟମାନଙ୍କୁ ଟଙ୍କା ଦେଉଛନ୍ତି। ପୁରୀ ସହରରେ ଏଭଳି ଏଜେଣ୍ଟମାନେ କ୍ରମାଗତ ଭାବେ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କୁ ଋଣ ନେବା ପାଇଁ କଲ୍‌ କରୁଥିବା ବ୍ୟକ୍ତି କୌଣସି ସରକାରୀ କିମ୍ବା ଘରୋଇ ବ୍ୟାଙ୍କର କର୍ମଚାରୀ ନୁହଁନ୍ତି ବୋଲି ଜଣାପଡ଼ୁଛି। ସମ୍ପୃକ୍ତ ଏଜେଣ୍ଟ ଋଣ କରାଇଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଜଣେ ବ୍ୟକ୍ତିଙ୍କର ସିବିଲ୍‌ ଯେତେ ଖରାପ ଥିଲେ ମଧ୍ୟ ତାହାକୁ ଠିକ୍‌ ସ୍କୋରକୁ ଅଣାଯାଇପାରିବ ବୋଲି ସେ ଦାବି କରୁଛନ୍ତି। ପ୍ରତିବଦଳରେ ଅତିକମ୍‌ରେ ଋଣର ୫ ପ୍ରତିଶତ ଦେବା ପାଇଁ କହୁଛନ୍ତି। ସଂପୃକ୍ତ ଟଙ୍କା ବଦଳରେ କୌଣସି ରସିଦ ମିଳିବ ନାହିଁ ବୋଲି ମଧ୍ୟ କୁହାଯାଉଛି। ଏଭଳି ଘଟଣା ବଢ଼ିବାରେ ଲାଗିଛି। ଋଣ ଚାହୁଁଥିବା ଲୋକେ ଏନେଇ ବିରୋଧ କରୁନାହାନ୍ତି, ଓଲଟା ଟଙ୍କା ଦେଇ ଋଣ ଉଠାଇ ଆଣୁଛନ୍ତି ବୋଲି ଏକ ବ୍ୟାଙ୍କର ଗ୍ରାହକ ଚିରଞ୍ଜୀବୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ଜଣେ ବ୍ୟକ୍ତି ଯଦି ଋଣ ନେବା ପାଇଁ ଯୋଗ୍ୟ ନୁହେଁ, ତେବେ ତାଙ୍କୁ ଋଣ ନ ମିଳିବା ଉଚିତ ନଚେତ ସ୍ବଳ୍ପ ଋଣ ଦିଆଯିବା ଦରକାର। ମାତ୍ର ସଂପୃକ୍ତ ଅର୍ଥନୈତିକ ପରାମର୍ଶଦାତା ଏଜେନ୍ସିମାନେ ନିଜ କ୍ଷମତାର ଦୂରୁପଯୋଗ କରୁଛନ୍ତି। ଅନୈତିକ ଉପାୟରେ ଲୋକଙ୍କୁ ଋଣ ଦେଇ ନିଜେ ଲାଭବାନ ହେଉଛନ୍ତି। ସେହିଭଳି ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର ନିଜ ନାମ ଗୋପନ ରଖି କହିଛନ୍ତି, ସରକାରୀ ବ୍ୟାଙ୍କରେ ଏଭଳି କାର୍ଯ୍ୟକଳାପ ହେଉଥାଇପାରେ। ମାତ୍ର ଘରୋଇ ବ୍ୟାଙ୍କରେ ଏହା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଅର୍ଥନୈତିକ ବିଶେଷଜ୍ଞ ପ୍ରିୟମ୍ବଦା ପ୍ରିୟଦର୍ଶିନୀ କହିଛନ୍ତି, ସିବିଲ ସ୍କୋରକୁ ଅଚାନକ ଭାବେ ବଢାଯାଇପାରିବ ନାହିଁ। ଯଦି ଋଣ ପଇଠରେ ଅନିୟମିତତା ହୋଇଛି, ତେବେ ଏହାକୁ ଧିରେ ଧିରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଠିକ୍‌ କରାଯାଇପାରିବ। ସିବିଲ୍‌ ସୁଧାରିବା ପାଇଁ ଅନେକ ଏଜେନ୍ସି ମଧ୍ୟ ରହିଛନ୍ତି। ସେମାନେ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି। ମାତ୍ର ଯେଉଁ ଅଭିଯୋଗ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଯାଉଛି ତାହା ସମ୍ପୂର୍ଣ୍ଣ ରୂପେ ଅନୈତିକ। ଅକସ୍ମାତ୍‌ ସିବିଲ୍‌ ଠିକ୍‌ କରି ଋଣ ଦେବା ଦ୍ୱାରା ଅନେକ ପ୍ରମୁଖ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ମୁଖ୍ୟତଃ ଋଣ ନେବାର କ୍ଷମତା ନ ଥିବା ଲୋକଙ୍କୁ ମାତ୍ରାଧିକ ଋଣ ଦେବା ଫଳରେ ଏନ୍‌ପିଏ (ନନ୍‌ ପର୍‌ଫର୍ମିଂ ଆସେଟ୍‌) ବଢ଼ୁଛି। ସେହିଭଳି ଦଲାଲମାନେ ଟଙ୍କା ଲୁଟୁଥିବାରୁ ବଜାରରେ କଳାଧନ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri