ସିକ୍ୟୁରିଟି ଗାର୍ଡ ଦେଉଛନ୍ତି ରୋଗୀଙ୍କୁ ଇଞ୍ଜେକ୍‌ଶନ

ନାଉଗାଁ,୧।୯(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ୫ଟି ପଞ୍ଚାୟତର ୨୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଉଛି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ବଦଳରେ ରୋଗୀଙ୍କୁ ନିଯୁକ୍ତ ସିକ୍ୟୁରିଟି ଗାର୍ଡ ଇଞ୍ଜକଶନ ଦେଉଥିବା ଦେଖିବାକୁ ମିଳିଛି। ଏହି ଇଞ୍ଜକସନ ଦେବା ଖବରଟି ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଇଞ୍ଜକସନ ଦେବା ପ୍ରସଙ୍ଗକୁ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଫାର୍ମାସିଷ୍ଟ ଖଣ୍ଡନ କରିଛନ୍ତି। ଫାର୍ମାସିଷ୍ଟ ମିହିର ଲେଙ୍କାଙ୍କ କହିବା ମୁତାବକ, ଗତ ଶନିବାର ୨ଟା ପରେ ସ୍ଥାନୀୟ ମଝିପଡା ଗ୍ରାମର ଏହି ରୋଗୀ ଜଣଙ୍କ ବାଲିକୁଦାର ପ୍ରେସିକ୍ରିପସନ ଆଣି ଆସିଥିଲେ। ୨ ଟା ପରେ ସାର ଆଉଟଡୋର ବନ୍ଦ କରିଥିବା ବେଳେ ମୁଁ ଖାଇବା ପାଇଁ ଯାଇଥିଲି। ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିବାରୁ ସେ ଇଞ୍ଜକସନ ଦେଇଥିବା କହିଥିଲେ। କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ବର୍ତ୍ତମାନ ଦିନ ୧୦ ଟା ହୋଇଛି ବୋଲି ବ୍ୟକ୍ତି ଜଣଙ୍କ କହୁଛନ୍ତି। ତେଣୁ ଫାର୍ମାସିଷ୍ଟ ନିଜକୁ ଦୋଷ ମୁକ୍ତ କରିବା ପାଇଁ ଦିନ ୨ ଟା ବାଜି ଥିବା ମିଛରେ କହୁଥବା ଜଣାପଡୁଛି। ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଉନାହାନ୍ତି। ଏଠାରେ ପ୍ରଶ୍ନ ଉଠେ ଯଦି ଇଞ୍ଜକସନ ଦେବା ପରେ କିମ୍ବା ସମୟରେ ରୋଗୀର କିଛି ଅସୁବିଧା ହୋଇଥାନ୍ତା ତେବେ ଏଥିପାଇଁ ଦାୟୀ କିଏ ରହିଥାନ୍ତା।

ସୂଚନା ଯୋଗ୍ୟ, ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି। କିନ୍ତୁ ଉକ୍ତ ବ୍ଲକରେ ରୋଗୀ ସେବା ଦେଖିଲେ ଗାଁ ଗହଳିରେ ରୋଗୀ ସେବା କିପରି ପାଉଛନ୍ତି ତାହା ସହଜରେ ଅନୁମେୟ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୨ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି। ଫାର୍ମାସିଷ୍ଟ ଭାବେ ଲେଙ୍କା ଥିବା ବେଳେ ଡାକ୍ତର ଭାବେ ଆୟୁଷ ବିଭାଗର ଓମ ପ୍ରକାଶ ଲେଙ୍କା ଓ ଚିକିତ୍ସାଧିକାରୀ ଭାବେ ଡାକ୍ତର ଆଶିଷ ଦଳାଇ ନିଯୁକ୍ତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଧିକାଂଶ ସମୟ ଏଠାରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ରୁହନ୍ତି ନାହିଁ। ଫଳରେ ସିକ୍ୟୁରଟ ଗାର୍ଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଛନ୍ତି। ଏ ସମ୍ପର୍କରେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ମାନସ ମହାପାତ୍ରଙ୍କୁ ପଚାରିବାରେ ଏହି ରୋଗୀ ଜଣଙ୍କ ବାଲିକୁଦାର ପ୍ରେସିକ୍ରିପସନ ଆଣି ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଇଞ୍ଜକସନ ଦେଇଥିବା କହି ହାଲକା ଭାବେ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପୁଣି ଦୁଇ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଦୁଇ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୭୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁର...

‘ଓଡ଼ିଆ ଜାତି ବିରାଟ ପରିବାର’

ଭୁବନେଶ୍ୱର,୨।୪(ବ୍ୟୁରୋ): ଓଡ଼ିଶା ଆମର ମା’ ା ଆମ ଓଡ଼ିଆ ଜାତି ହେଉଛି ଗୋଟିଏ ବିରାଟ ପରିବାର ା ନିଜ ପରିବାରର ଉନ୍ନତି ପରି ଓଡିଆ ଜାତିର...

ଆଇବୁଢ଼ୀର ହାତେ ନାତି ନାତେନର ଭବିଷତ୍‌

ଭବାନୀପାଟଣା, ୧୬।୨ (ଡି.ଏନ୍‌.ଏ.)- ମୁଡ଼ ଗୁଁଜ୍‌ବାକେ ଘର ନାଇଁ କି ଭୋକ୍‌ ମେଟାବାକେ ଖାଏଦ୍‌ ନାଇଁ। ଇଆଡ଼େ କମେଇ ଖାଏବାକେ ଦିହିରେ ବଲ୍‌ବପୁ ନାଇଁ। ଉପରେ...

ମୁହଁ ଫେରାଉଛନ୍ତି ଚାଷୀ

ଭୁବନେଶ୍ୱର,୨୧।୧୨: କୃଷି ସାମଗ୍ରୀର ବଜାର ଅଭାବ, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଶୀତଳ ଭଣ୍ଡାରର ଅଭାବ, କୃଷିଯନ୍ତ୍ର ଓ ବୈଷୟିକ ସହାୟତାର ଅଭାବ, ସର୍ବନିମ୍ନ ସହାୟକ ମୂଲ୍ୟରେ...

ଲାଇଫ୍‌ ଲାଇନ ପାଲଟିଛି ହାଲେର ଯୋର

ଭବାନୀପାଟଣା,୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାର ପନିପରିବାର ଗାଁ କହିଲେ ଜୁନାଗଡ ବ୍ଲକର କେଲିଆକୁ ବୁଝାଏ। କାରଣ ଏହି ଗଁା ବର୍ଷ ତମାମ ଜିଲାର ବିଭିନ୍ନ ଅଞ୍ଚଳକୁ ପନିପରିବା...

ଆରମ୍ଭ ହେଲା ଧରିତ୍ରୀର ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ। ଏହି ଅବସରରେ ଧରିତ୍ରୀ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ-୨୦୨୨’ ଆରମ୍ଭ ହୋଇଛି। ଗୁରୁବାର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

ଆହାର କେନ୍ଦ୍ରରେ ଦିଆଯାଉଛି ନିମ୍ନମାନର ଖାଦ୍ୟ, ପ୍ରତିବାଦ କଲେ ମାଡ଼ ମାରୁଛନ୍ତି କର୍ମଚାରୀ

ବରଗଡ଼ ଅଫିସ, ୧୧।୩: କମ୍‌ ଦାମରେ ସୁଷମ ଖାଦ୍ୟ ଯୋଗାଣ ପାଇଁ ସରକାର ଆହାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି କ୍ରମରେ ବରଗଡ଼ ସହରରେ ଆହାର...

Advertisement
Archives

Model This Week