ଜଗତ୍‌ସିଂହପୁର ଜିଲା: ଅଭିମତ ବାକ୍ସ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୧।୯: ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା। ଜିଲାର କଳା, ସଂସ୍କୃତି, ସାହିତ୍ୟ ମହାନ୍‌। ବିଜ୍ଞାନ ଓ ରାଜନୀତି ଆଦି କ୍ଷେତ୍ରରେ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। କିନ୍ତୁ ସମୟଚକ୍ରରେ ଜିଲାରେ ଦୁର୍ନୀତି ଆଶାତୀତ ଭାବେ ବଢ଼ିଛି। ଅତୀତରେ ଅର୍ଥାତ୍‌ ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିକାଶକୁ ଅଗ୍ରାଧିକାର ସହ ଦୁର୍ନୀତି ହଟାଇବାକୁ ପ୍ରତିଶ୍ରୁତି ଦେଇ ପ୍ରତି ସରକାରୀ କାର୍ଯ୍ୟାଳୟରେ ଅଭିମତ ବାକ୍ସ ରଖାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି କରିବାର ଉଦ୍ଦେଶ୍ୟ ଥିଲା, ଲୋକେ ସେମାନଙ୍କ ମତାମତ ଏହି ବାକ୍ସରେ ପକାଇବେ। ବାକ୍ସରୁ ସଂଗୃହୀତ ଅଭିଯୋଗ ଓ ପରାମର୍ଶ ଆଦି ଜିଲାପାଳଙ୍କ ଦୃଷ୍ଟିକୁ ଆସିପାରିବ, ଯାହାଦ୍ୱାରା ବିଭାଗୀୟ ସ୍ବଚ୍ଛତା ସାଙ୍ଗକୁ ଲୋକଙ୍କ ଅସୁବିଧା ଦୂର ହୋଇପାରିବ। ଜିଲାପାଳଙ୍କ ଏହି ନିର୍ଦ୍ଦେଶ କିଛିମାସ କାମ କରିଥିଲା। ବର୍ତ୍ତମାନର ଜିଲାପାଳ ପାରୁଲ ପଟୱାରୀଙ୍କ ସମୟରେ ଏହି ବାକ୍ସର ନଁାଗନ୍ଧ ନାହିଁ ।
ତତ୍କାଳୀନ ଜିଲାପାଳ ମହାପାତ୍ର ପ୍ରଥମେ ବ୍ଲକ, ତହସିଲ, ଆର୍‌ଟିଓ ଏବଂ ପୌର ପରିଷଦ ଆଦି କାର୍ଯ୍ୟାଳୟରେ ଅଭିମତ ବାକ୍ସ ରଖାଯିବା ବ୍ୟବସ୍ଥା କରିଥିଲେ। ଉଦ୍ଦେଶ୍ୟ ଥିଲା, କୌଣସି ବ୍ୟକ୍ତି କାର୍ଯ୍ୟାଳୟଗୁଡିକରେ ପହଞ୍ଚତ୍ଲା ପରେ କିଛି ଅସୁବିଧାର ସମ୍ମୁଖୀନ ହେଉଥିଲେ, କେଉଁ ଅଧିକାରୀ କି କର୍ମଚାରୀ ହଇରାଣ କରିଥିଲେ, କିଏ ଜାଣିଶୁଣି କାମ କରିବାରେ ବିଳମ୍ବ କରୁଥିଲେ ସେଠାରେ ଉପଲବ୍ଧ ଅଭିମତ (ଫିଡ୍‌ବ୍ୟାକ୍‌) ଫର୍ମ ପୂରଣ କରି ଏହି ବାକ୍ସରେ ପକାଇପାରିବେ। ଏହି ଫର୍ମରେ ଅଭିମତ ଦାତାଙ୍କ ନାମ, ଠିକଣା, ଫୋନ୍‌ ନମ୍ବର, କେଉଁ କାର୍ଯ୍ୟ ନିମନ୍ତେ ଆସିଛନ୍ତି, କେତେଥର ଆସିଲେଣି, କେଉଁ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଭେଟିଛନ୍ତି, ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କ ଉତ୍ତରରେ ସନ୍ତୁଷ୍ଟ କି ନା ଇତ୍ୟାଦି ପୂରଣ କରିବାକୁ ପଡ଼ିବ। କାର୍ଯ୍ୟାଳୟରେ ସେମାନଙ୍କ ଅନୁଭୂତି, ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ମତାମତ ସମ୍ପର୍କିତ ଫର୍ମ ଅଭିମତ ବାକ୍ସରେ ପକାଇବାକୁ ଆହ୍ବାନ ଦିଆଯାଇଥିଲା। ଇଣ୍ଟରନେଟ୍‌ ମାଧ୍ୟମରେ ଅର୍ଥାତ୍‌ https://jagatsinghpur.nic.inରେ ଯାଇ ପଞ୍ଜୀକରଣ ଫର୍ମ ପୂରଣ କରି ଅଭିଯୋଗ କରିବା ବ୍ୟବସ୍ଥା କରାଯାଇଥିଲା। ତେବେ ସମ୍ପୃକ୍ତ ଅଧିକାରୀମାନେ ବାକ୍ସ ରଖିସାରିବା ପରେ ଚାବି ଜିଲାପାଳଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଥିଲା। ୧୫ ଦିନ କି ୧ ମାସରେ ଜିଲାପାଳ ଚାବି ଖୋଲି ଲୋକଙ୍କ ଅଭିଯୋଗର ଶୁଣାଣି କରିବା ବ୍ୟବସ୍ଥା ହୋଇଥିଲା। ଜିଲାପାଳଙ୍କ ଏହି ନିଷ୍ପତ୍ତିକୁ ଜିଲାବାସୀ ସ୍ବାଗତ କରିଥିବା ବେଳେ ଖିଲାପକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଛାନିଆ ହୋଇପଡିଥିଲେ। ସେତେବେଳେ ବାକ୍ସରୁ ସଂଗୃହୀତ ପରାମର୍ଶ ଓ ଅଭିଯୋଗକୁ ଦେଖି ଜିଲାପାଳ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ। କିନ୍ତୁ ଧୀରେ ଧୀରେ ବାକ୍ସ ଖୋଲାଯିବା ସମୟ କୋହଳ ହୋଇଯାଇଥିଲା। ଏପରି କି କେତେକ ବ୍ଲକ ଓ ତହସିଲରେ ଅଭିମତ ବାକ୍ସ ତାଲା ଖୋଲିବାକୁ ୩/୪ ମାସ ଲାଗିଥିଲା। ଯେହେତୁ ତାଲା ଚାବି ଜିଲାପାଳଙ୍କ ପାଖରେ ରହୁଥିଲା ତେଣୁ ଏହା ଖୋଲିବାରେ ବିଳମ୍ବ ଓ ପ୍ରତିକାର ନ ହେବାରୁ ନାନା କଥା ଆଲୋଚନା ହୋଇଥିଲା। ପରେ ଆଉ ଲୋକେ ପୂର୍ବପରି ଏହି ବାକ୍ସରେ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଦେବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତଥାପି ଏହି ଧାରା ଚାଲିଥିଲା। କିନ୍ତୁ ସମୟକ୍ରମେ ଜିଲାପାଳ ବଦଳିଗଲେ। ଲୋକେ କିଛି ଅଭିଯୋଗ କରିବାକୁ ଚାହିଁଲେ ଅଭିମତ ବାକ୍ସରେ ନ ପକାଇ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ଦେବାକୁ ଚେଷ୍ଟା କଲେ। ଏହା ଦ୍ୱାରା କୌଣସି ପ୍ରତିକାର ନ ହେବାରୁ ଧୀରେ ଧୀରେ ଅଭିଯୋଗ କମିବାକୁ ଲାଗିଲା। ଏବେ ସେଥିପାଇଁ ପ୍ରତିକାର କ’ଣ ହେଉଛି ତାହା ଜାଣିବା ସମ୍ଭବ ହେଉନି। କାରଣ ଜିଲାପାଳ ଏ ବାବଦରେ ଆଗ୍ରହୀ ଥିଲାଭଳି ଅନୁଭବ ହେଉନି। କେବଳ ଚିରାଚରିତ ଢାଞ୍ଚାରେ ଜନଅଭିଯୋଗ ଶୁଣାଣିରେ ଜିଲାପାଳ ଲୋକଙ୍କ ସମସ୍ୟା କଥା ଶୁଣାଣି କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ ପଟୱାରୀଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୦୦୫୪୯୬ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri