ଜଗତ୍‌ସିଂହପୁର ଜିଲା: ଅଭିମତ ବାକ୍ସ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୧।୯: ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା। ଜିଲାର କଳା, ସଂସ୍କୃତି, ସାହିତ୍ୟ ମହାନ୍‌। ବିଜ୍ଞାନ ଓ ରାଜନୀତି ଆଦି କ୍ଷେତ୍ରରେ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। କିନ୍ତୁ ସମୟଚକ୍ରରେ ଜିଲାରେ ଦୁର୍ନୀତି ଆଶାତୀତ ଭାବେ ବଢ଼ିଛି। ଅତୀତରେ ଅର୍ଥାତ୍‌ ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିକାଶକୁ ଅଗ୍ରାଧିକାର ସହ ଦୁର୍ନୀତି ହଟାଇବାକୁ ପ୍ରତିଶ୍ରୁତି ଦେଇ ପ୍ରତି ସରକାରୀ କାର୍ଯ୍ୟାଳୟରେ ଅଭିମତ ବାକ୍ସ ରଖାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି କରିବାର ଉଦ୍ଦେଶ୍ୟ ଥିଲା, ଲୋକେ ସେମାନଙ୍କ ମତାମତ ଏହି ବାକ୍ସରେ ପକାଇବେ। ବାକ୍ସରୁ ସଂଗୃହୀତ ଅଭିଯୋଗ ଓ ପରାମର୍ଶ ଆଦି ଜିଲାପାଳଙ୍କ ଦୃଷ୍ଟିକୁ ଆସିପାରିବ, ଯାହାଦ୍ୱାରା ବିଭାଗୀୟ ସ୍ବଚ୍ଛତା ସାଙ୍ଗକୁ ଲୋକଙ୍କ ଅସୁବିଧା ଦୂର ହୋଇପାରିବ। ଜିଲାପାଳଙ୍କ ଏହି ନିର୍ଦ୍ଦେଶ କିଛିମାସ କାମ କରିଥିଲା। ବର୍ତ୍ତମାନର ଜିଲାପାଳ ପାରୁଲ ପଟୱାରୀଙ୍କ ସମୟରେ ଏହି ବାକ୍ସର ନଁାଗନ୍ଧ ନାହିଁ ।
ତତ୍କାଳୀନ ଜିଲାପାଳ ମହାପାତ୍ର ପ୍ରଥମେ ବ୍ଲକ, ତହସିଲ, ଆର୍‌ଟିଓ ଏବଂ ପୌର ପରିଷଦ ଆଦି କାର୍ଯ୍ୟାଳୟରେ ଅଭିମତ ବାକ୍ସ ରଖାଯିବା ବ୍ୟବସ୍ଥା କରିଥିଲେ। ଉଦ୍ଦେଶ୍ୟ ଥିଲା, କୌଣସି ବ୍ୟକ୍ତି କାର୍ଯ୍ୟାଳୟଗୁଡିକରେ ପହଞ୍ଚତ୍ଲା ପରେ କିଛି ଅସୁବିଧାର ସମ୍ମୁଖୀନ ହେଉଥିଲେ, କେଉଁ ଅଧିକାରୀ କି କର୍ମଚାରୀ ହଇରାଣ କରିଥିଲେ, କିଏ ଜାଣିଶୁଣି କାମ କରିବାରେ ବିଳମ୍ବ କରୁଥିଲେ ସେଠାରେ ଉପଲବ୍ଧ ଅଭିମତ (ଫିଡ୍‌ବ୍ୟାକ୍‌) ଫର୍ମ ପୂରଣ କରି ଏହି ବାକ୍ସରେ ପକାଇପାରିବେ। ଏହି ଫର୍ମରେ ଅଭିମତ ଦାତାଙ୍କ ନାମ, ଠିକଣା, ଫୋନ୍‌ ନମ୍ବର, କେଉଁ କାର୍ଯ୍ୟ ନିମନ୍ତେ ଆସିଛନ୍ତି, କେତେଥର ଆସିଲେଣି, କେଉଁ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଭେଟିଛନ୍ତି, ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କ ଉତ୍ତରରେ ସନ୍ତୁଷ୍ଟ କି ନା ଇତ୍ୟାଦି ପୂରଣ କରିବାକୁ ପଡ଼ିବ। କାର୍ଯ୍ୟାଳୟରେ ସେମାନଙ୍କ ଅନୁଭୂତି, ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ମତାମତ ସମ୍ପର୍କିତ ଫର୍ମ ଅଭିମତ ବାକ୍ସରେ ପକାଇବାକୁ ଆହ୍ବାନ ଦିଆଯାଇଥିଲା। ଇଣ୍ଟରନେଟ୍‌ ମାଧ୍ୟମରେ ଅର୍ଥାତ୍‌ https://jagatsinghpur.nic.inରେ ଯାଇ ପଞ୍ଜୀକରଣ ଫର୍ମ ପୂରଣ କରି ଅଭିଯୋଗ କରିବା ବ୍ୟବସ୍ଥା କରାଯାଇଥିଲା। ତେବେ ସମ୍ପୃକ୍ତ ଅଧିକାରୀମାନେ ବାକ୍ସ ରଖିସାରିବା ପରେ ଚାବି ଜିଲାପାଳଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଥିଲା। ୧୫ ଦିନ କି ୧ ମାସରେ ଜିଲାପାଳ ଚାବି ଖୋଲି ଲୋକଙ୍କ ଅଭିଯୋଗର ଶୁଣାଣି କରିବା ବ୍ୟବସ୍ଥା ହୋଇଥିଲା। ଜିଲାପାଳଙ୍କ ଏହି ନିଷ୍ପତ୍ତିକୁ ଜିଲାବାସୀ ସ୍ବାଗତ କରିଥିବା ବେଳେ ଖିଲାପକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଛାନିଆ ହୋଇପଡିଥିଲେ। ସେତେବେଳେ ବାକ୍ସରୁ ସଂଗୃହୀତ ପରାମର୍ଶ ଓ ଅଭିଯୋଗକୁ ଦେଖି ଜିଲାପାଳ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ। କିନ୍ତୁ ଧୀରେ ଧୀରେ ବାକ୍ସ ଖୋଲାଯିବା ସମୟ କୋହଳ ହୋଇଯାଇଥିଲା। ଏପରି କି କେତେକ ବ୍ଲକ ଓ ତହସିଲରେ ଅଭିମତ ବାକ୍ସ ତାଲା ଖୋଲିବାକୁ ୩/୪ ମାସ ଲାଗିଥିଲା। ଯେହେତୁ ତାଲା ଚାବି ଜିଲାପାଳଙ୍କ ପାଖରେ ରହୁଥିଲା ତେଣୁ ଏହା ଖୋଲିବାରେ ବିଳମ୍ବ ଓ ପ୍ରତିକାର ନ ହେବାରୁ ନାନା କଥା ଆଲୋଚନା ହୋଇଥିଲା। ପରେ ଆଉ ଲୋକେ ପୂର୍ବପରି ଏହି ବାକ୍ସରେ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଦେବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତଥାପି ଏହି ଧାରା ଚାଲିଥିଲା। କିନ୍ତୁ ସମୟକ୍ରମେ ଜିଲାପାଳ ବଦଳିଗଲେ। ଲୋକେ କିଛି ଅଭିଯୋଗ କରିବାକୁ ଚାହିଁଲେ ଅଭିମତ ବାକ୍ସରେ ନ ପକାଇ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ଦେବାକୁ ଚେଷ୍ଟା କଲେ। ଏହା ଦ୍ୱାରା କୌଣସି ପ୍ରତିକାର ନ ହେବାରୁ ଧୀରେ ଧୀରେ ଅଭିଯୋଗ କମିବାକୁ ଲାଗିଲା। ଏବେ ସେଥିପାଇଁ ପ୍ରତିକାର କ’ଣ ହେଉଛି ତାହା ଜାଣିବା ସମ୍ଭବ ହେଉନି। କାରଣ ଜିଲାପାଳ ଏ ବାବଦରେ ଆଗ୍ରହୀ ଥିଲାଭଳି ଅନୁଭବ ହେଉନି। କେବଳ ଚିରାଚରିତ ଢାଞ୍ଚାରେ ଜନଅଭିଯୋଗ ଶୁଣାଣିରେ ଜିଲାପାଳ ଲୋକଙ୍କ ସମସ୍ୟା କଥା ଶୁଣାଣି କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ ପଟୱାରୀଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୦୦୫୪୯୬ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?