ଗାଇଡ୍‌ଲାଇନ ଉଲ୍ଲଂଘନ, ଲକ୍ଷେ ଟଙ୍କା ଫାଇନ

କେନ୍ଦ୍ରାପଡ଼ା ଅଫିସ,୨ା୯: କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଏନ୍‌ପିଏ (ନନ୍‌ ଫର୍ମିଂ ଆସେଟ୍‌ସ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଅଛି। ଏହି ସମୟରେ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ୧ ଲକ୍ଷ ଟଙ୍କା ଆର୍‌ବିଆଇ (ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ପକ୍ଷରୁ ଫାଇନ ଦେବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଗତ ଜୁନ୍‌ ୩୦ରେ ବ୍ୟାଙ୍କ ପକ୍ଷରୁ ଡିଏ (ଡିୟରନେସ୍‌ ଆଲାଉନ୍‌ସ) ବୃଦ୍ଧି ପ୍ରସ୍ତାବ (ଚିଠି ନଂ.୨୩୯)କୁ ଡେପୁଟି ରେଜିଷ୍ଟ୍ରାର ଅଗଷ୍ଟ ୨୯ରେ ଏହା ଉପରେ ଆପତ୍ତି ଦର୍ଶାଇଛନ୍ତି। ଗତ ଅଗଷ୍ଟ ୨୯ରେ ଆର୍‌ବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗେଶ ଯାଦବ ଏକ ପ୍ରେସ୍‌ ରିଲିଜ ଜାରି କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, କେନ୍ଦ୍ରାପଡ଼ା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥନୈତିକ ସ୍ଥିତି ତନଖି ହୋଇଥିଲା। ଏଥିରେ ଆର୍‌ବିଆଇର କେତେକ ଗାଇଡଲାଇନ କାର୍ଯ୍ୟକାରୀ ହୋଇନାହିଁ। ଏହି ଅନିୟମିତତା ପାଇଁ ପୂର୍ବରୁ ଫାଇନ କାହିଁକି ହେବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏ ନେଇ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ରିପୋର୍ଟର ତର୍ଜମା ପରେ ଲକ୍ଷେ ଟଙ୍କା ଫାଇନ ହୋଇଛି।
ସୂଚନାଯୋଗ୍ୟ, ଏପରି କାରଣ ପାଇଁ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମେତ ଦେଶର ମୋଟ ୮ଟି ବ୍ୟାଙ୍କକୁ ଫାଇନ ହୋଇଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ଦି ବିଶାଖାପଟନମ୍‌ କୋ ଅପରେଟିଭ ବ୍ୟାଙ୍କ ଉପରେ ୫୫ ଲକ୍ଷ ଟଙ୍କା, ନେଲୋର ଜିଲା ଗାନ୍ଧୀନଗରସ୍ଥ ଦି ନେଲୋର କୋଅପରେଟିଭ ଅର୍ବାନ ବ୍ୟାଙ୍କ ଲିମିଟେଡ ଉପରେ ୧୦ ଲକ୍ଷ ଟଙ୍କା, କାକିନାଡାସ୍ଥ ଆନ୍ଧ୍ରପ୍ରଦେଶ ଆଣ୍ଡ କାକିନାଡା କୋ ଅପରେଟିଭ ଟାଉନ ବ୍ୟାଙ୍କ ଲିମିଟେଡ ଉପରେ ୧୦ ଲକ୍ଷ ଟଙ୍କା, ଉତ୍ତରପ୍ରଦେଶ ପ୍ରତାପଗଡସ୍ଥ ନ୍ୟାଶନାଲ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ ଉପରେ ୫ ଲକ୍ଷ ଟଙ୍କା, ତାମିଲନାଡୁ ରାଜ୍ୟ ତିରୁଚିରାପଲ୍ଲୀସ୍ଥ କୈଳାସପୁରମ୍‌ର ଭାରତ ହେଭି ଇଲେକ୍ରିକାଲ୍‌ସ ଏମ୍ପଲୟିଜ କୋଅପରେଟିଭ ବ୍ୟାଙ୍କ ଉପରେ ୧୦ ଲକ୍ଷ ଟଙ୍କା, କେରଳ ରାଜ୍ୟ ପଲକ୍କଡ ଜିଲା ଓଟାପାଲାମର ଓଟାପାଲମ କୋଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କା, ତେଲଙ୍ଗାନା ରାଜ୍ୟ ହାଇଦ୍ରାବାଦର ଦି ଦାରୁସାଲାମ କୋ ଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଫାଇନ କରାଯାଇଛି। ସେହିପରି ଅଗଷ୍ଟ ୨୯ରେ ଡେପୁଟି ରେଜିଷ୍ଟ୍ରାର ଡିଏ ବୃଦ୍ଧି ଉପରେ ଆପତ୍ତି ଉଠାଇ ଅର୍ବାନ ବ୍ୟାଙ୍କକୁ ଏକ ଚିଠି (ଚିଠି ନଂ. ୧୩୩୨୮) କରିଛନ୍ତି। ଓଡ଼ିଶା ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟିରେ ୮୦ ପ୍ରତିଶତ ଡିଏ ପାଇଁ ବ୍ୟବସ୍ଥା ଥିବା ବେଳେ ୧୩୨ ପ୍ରତିଶତ ଡିଏ କେଉଁ ପରିସ୍ଥିତିରେ କରିବା ଓ ଅନ୍ୟ ଖର୍ଚ୍ଚ କାଗଜପତ୍ର ଦର୍ଶାଇବା ପାଇଁ ଏହି ଚିଠିରେ ଦର୍ଶାଯାଇଛି। ଏ ସମ୍ପର୍କରେ ଅର୍ବାନ ବ୍ୟାଙ୍କ ସିଇଓ ରାଜୀବ ପଣ୍ଡା କହିଛନ୍ତି, ଋଣ ଗ୍ରହୀତାଙ୍କ ତାଲିକାର କାଟେଗୋରି ରହିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଅଛି। ତେବେ ବ୍ୟାଙ୍କକୁ ମିଳିଥିବା ସିଷ୍ଟମରେ ଉଚ୍ଚ, ମଧ୍ୟମ ଓ ନିମ୍ନ ଋ଼ଣ ଗ୍ରହୀତାଙ୍କ ତାଲିକା ରହିବାର ବ୍ୟବସ୍ଥା ନାହିଁ। ଋଣ ଗ୍ରହୀତାଙ୍କ କାଟେଗୋରି ତାଲିକା ହାତଲେଖା ବ୍ୟବହାର ହେଉ ନ ଥିବାରୁ ଏପରି ସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ପ୍ରଥମ କରୋନା ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୮ ଢେଙ୍କାନାଳ ଜିଲାରେ ପ୍ରଥମ ମୁଣ୍ଡ ନେଇଛି କରୋନା। ମୃତକ ଭୁବନ ଏନ୍‌ଏସିର ୬୧ ବର୍ଷୀୟ ପୁରୁଷ। ସେ ଉଚ୍ଚ ରକ୍ତଚାପ ଏବଂ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାଜ୍ୟରୁ ରବିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୬୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ସହରଠୁ ୩ କି.ମି. ଦୂର ଗୁମିକୁ ରାସ୍ତା ନାହିଁ

ଫୁଲବାଣୀ ଅଫିସ, ୨୪ା୧୨- ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ। ଫୁଲବାଣୀ ସହରଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଗଁ। ଗୁମିକୁ ସବୁଦିନିଆ...

‘ଶାନ୍ତି ଶୃଙ୍ଖଳାରେ ପୌର ନିର୍ବାଚନ ପରିଚାଳନା କର’

ଭୁବନେଶ୍ୱର, ୮ା୩(ବ୍ୟୁରୋ): ଶାନ୍ତି, ଶୃଙ୍ଖଳାର ସହ ପୌର ନିର୍ବାଚନ ପରିଚାଳନା କରିବା ଲାଗି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କଟକ-ଭୁବନେଶ୍ୱର ଦୈତନଗରୀର ଜିଲା...

ମୁଖ୍ୟ ରାସ୍ତା ପାର୍ଶ୍ୱରେ ମୁକୁଳା ଟ୍ରାନ୍ସଫର୍ମର

ନାଉଗାଁ ,୧୯ା୫(ସ୍ବ,ପ୍ର): ବିଦ୍ୟୁତ୍‌ ସେବା ଯୋଗାଉଥିବା କମ୍ପାନୀ ଏହାର ସରଞ୍ଜାମଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେଉ ନ ଥିବାରୁ ବହୁ ସମୟରେ ଧନଜୀବନ ହାନି ଘଟୁଛି।...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବହୁ କୋଟି ଟଙ୍କାର ପାଇପ୍‌

ସୋନପୁର,୧୨ା୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଗା ପାଣି ପ୍ରୋଜେକ୍ଟ ପାଇଁ ଗଚ୍ଛିତ...

ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ିଲା

ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ...

କଟକରେ କାୟା ମେଲାଉଛି କରୋନା: ଆଜି ୧୪୩ ଆକ୍ରାନ୍ତ ଚିହ୍ନଟ

କଟକ,୫।୮(ବ୍ୟୁରୋ)-କଟକରେ କାୟା ମେଲାଉଛି କରୋନା। ସହରରେ ବୁଧବାର ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ କେବଳ...

Advertisement
Archives

Model This Week