‘ଉନ୍ନତ କିସମ ଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱଦେବି’

କଟକ ଅଫିସ,୨ା୯:ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ନିର୍ଦ୍ଦେଶକ ଭାବେ ଡ. ଭାସ୍କର ଚନ୍ଦ୍ର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନୁଷ୍ଠାନର ଦୀର୍ଘ ୭୬ ବର୍ଷର ଯାତ୍ରାରେ ଡ. ପାତ୍ର ହେଉଛନ୍ତି ୨୬ତମ ନିର୍ଦ୍ଦେଶକ। ଧାନ ଗବେଷଣା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୨ ବର୍ଷର ଅଭିଜ୍ଞତା ରହିଛି। ସେ ୧୯୮୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ୧୯୮୯ରେ ଉଦ୍ଭିଦ ଟ୍ୟାକ୍ସୋନୋମିରେ ପି.ଏଚ୍‌ଡି. ଲାଭ କରିଥିଲେ। ୧୯୮୬ରେ ସର୍ବଭାରତୀୟ ସ୍ତରରେ ହୋଇଥିବା କୃଷି ଅନୁସନ୍ଧାନ ସେବା ପରୀକ୍ଷାର ଇକୋନୋମିକ୍‌ ବଟାନି ବିଷୟରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଜଣେ ବୈଜ୍ଞାନିକ ଭାବରେ ୧୯୯୦ ମସିହାରେ ସେ ଯୋଗ ଦେଇଥିଲେ। ୧୯୯୯ରେ ବରିଷ୍ଠ ବୈଜ୍ଞାନିକ ଏବଂ ୨୦୦୭ରେ ପ୍ରଧାନ ବୈଜ୍ଞାନିକ ଭାବେ ସେ ପଦୋନ୍ନିତ ପାଇଥିଲେ ା ଏଥିସହ ୨୦୧୯ ମସିହାରେ ସେ ଫସଲ ଉନ୍ନୟନ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ା ଡ. ପାତ୍ର ୧୯୬୧ ଜୁନ୍‌ ୧୧ରେ ବାଲେଶ୍ୱର ଜିଲାର ସହଦେବଖୁଣ୍ଟା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ ମସିହାରେ ସେ ବାଲେଶ୍ୱରସ୍ଥିତ ଅଯୋଧ୍ୟା ହାଇସ୍କୁଲରୁ ମାଟ୍ରିକ୍‌ ପାସ, ୧୯୮୦ରେ ବାଲେଶ୍ୱର ଫକୀର ମୋହନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଇକୋନୋମିକ୍‌ ବଟାନି କ୍ଷେତ୍ରରେ ଡ. ପାତ୍ର ଜଣେ ବିଶିଷ୍ଟ ବୈଜ୍ଞାନିକ, ଯାହାଙ୍କ ନେତୃତ୍ୱରେ ପ୍ରତିଷ୍ଠାନ ଏକ ନୂତନ ଉଚ୍ଚତା ସ୍ପର୍ଶ କରିବ ବୋଲି ସହଯୋଗୀ ବୈଜ୍ଞାନିକମାନେ ଆଶାପୋଷଣ କରିଛନ୍ତି। ଏହି ଅବସରରେ ଡ. ପାତ୍ର କହିଛନ୍ତି, ନୂତନ କିସମର ଧାନ ବିକଶିତ କରିବା ଓ ପାଗ ପରିବର୍ତ୍ତନଜନିତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରିବା ଭଳି ଉନ୍ନତ କିସମର ଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱଦେବି। ଚାଷୀମାନେ ପରିବେଶ ପରିବର୍ତ୍ତନଜନିତ ଫସଲ କ୍ଷତିରୁ ଯେପରି ରକ୍ଷା ପାଇପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିସହ ଜଳାଭାବ ଓ ଜଳାଧିକ୍ୟ ଜନିତ ପରିସ୍ଥିତିକୁ ସାମ୍ନା କରିପାରିବା ଭଳି ବିହନ କିସମ ବିକାଶ ଉପରେ କାର୍ଯ୍ୟଧାରାକୁ ପରିବର୍ତ୍ତନ କରାଯାଉଛି। ଚାଷୀମାନେ କୃଷିରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ମୋବାଇଲ ଆପ୍‌ ମାଧ୍ୟମରେ ବୈଜ୍ଞାନିକମାନଙ୍କ ପରାମର୍ଶ ନେଇପାରିବେ। କମ୍‌ ଶ୍ରମରେ ଅଧିକ ଅମଳ କରାଯିବା ନେଇ ଚାଷୀମାନଙ୍କୁ ଆବଶ୍ୟକ ସୂଚନା ଓ ପରାମର୍ଶ ଦେଇ ଶିକ୍ଷିତ କରାଇବା ଉପରେ ଜୋର୍‌ ଦେବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏନ୍‌ଆର୍‌ଆର୍‌ଆଇର ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ବାଇଁ ଗତ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri