‘ଉନ୍ନତ କିସମ ଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱଦେବି’

କଟକ ଅଫିସ,୨ା୯:ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ନିର୍ଦ୍ଦେଶକ ଭାବେ ଡ. ଭାସ୍କର ଚନ୍ଦ୍ର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନୁଷ୍ଠାନର ଦୀର୍ଘ ୭୬ ବର୍ଷର ଯାତ୍ରାରେ ଡ. ପାତ୍ର ହେଉଛନ୍ତି ୨୬ତମ ନିର୍ଦ୍ଦେଶକ। ଧାନ ଗବେଷଣା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୨ ବର୍ଷର ଅଭିଜ୍ଞତା ରହିଛି। ସେ ୧୯୮୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ୧୯୮୯ରେ ଉଦ୍ଭିଦ ଟ୍ୟାକ୍ସୋନୋମିରେ ପି.ଏଚ୍‌ଡି. ଲାଭ କରିଥିଲେ। ୧୯୮୬ରେ ସର୍ବଭାରତୀୟ ସ୍ତରରେ ହୋଇଥିବା କୃଷି ଅନୁସନ୍ଧାନ ସେବା ପରୀକ୍ଷାର ଇକୋନୋମିକ୍‌ ବଟାନି ବିଷୟରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଜଣେ ବୈଜ୍ଞାନିକ ଭାବରେ ୧୯୯୦ ମସିହାରେ ସେ ଯୋଗ ଦେଇଥିଲେ। ୧୯୯୯ରେ ବରିଷ୍ଠ ବୈଜ୍ଞାନିକ ଏବଂ ୨୦୦୭ରେ ପ୍ରଧାନ ବୈଜ୍ଞାନିକ ଭାବେ ସେ ପଦୋନ୍ନିତ ପାଇଥିଲେ ା ଏଥିସହ ୨୦୧୯ ମସିହାରେ ସେ ଫସଲ ଉନ୍ନୟନ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ା ଡ. ପାତ୍ର ୧୯୬୧ ଜୁନ୍‌ ୧୧ରେ ବାଲେଶ୍ୱର ଜିଲାର ସହଦେବଖୁଣ୍ଟା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ ମସିହାରେ ସେ ବାଲେଶ୍ୱରସ୍ଥିତ ଅଯୋଧ୍ୟା ହାଇସ୍କୁଲରୁ ମାଟ୍ରିକ୍‌ ପାସ, ୧୯୮୦ରେ ବାଲେଶ୍ୱର ଫକୀର ମୋହନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଇକୋନୋମିକ୍‌ ବଟାନି କ୍ଷେତ୍ରରେ ଡ. ପାତ୍ର ଜଣେ ବିଶିଷ୍ଟ ବୈଜ୍ଞାନିକ, ଯାହାଙ୍କ ନେତୃତ୍ୱରେ ପ୍ରତିଷ୍ଠାନ ଏକ ନୂତନ ଉଚ୍ଚତା ସ୍ପର୍ଶ କରିବ ବୋଲି ସହଯୋଗୀ ବୈଜ୍ଞାନିକମାନେ ଆଶାପୋଷଣ କରିଛନ୍ତି। ଏହି ଅବସରରେ ଡ. ପାତ୍ର କହିଛନ୍ତି, ନୂତନ କିସମର ଧାନ ବିକଶିତ କରିବା ଓ ପାଗ ପରିବର୍ତ୍ତନଜନିତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରିବା ଭଳି ଉନ୍ନତ କିସମର ଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱଦେବି। ଚାଷୀମାନେ ପରିବେଶ ପରିବର୍ତ୍ତନଜନିତ ଫସଲ କ୍ଷତିରୁ ଯେପରି ରକ୍ଷା ପାଇପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିସହ ଜଳାଭାବ ଓ ଜଳାଧିକ୍ୟ ଜନିତ ପରିସ୍ଥିତିକୁ ସାମ୍ନା କରିପାରିବା ଭଳି ବିହନ କିସମ ବିକାଶ ଉପରେ କାର୍ଯ୍ୟଧାରାକୁ ପରିବର୍ତ୍ତନ କରାଯାଉଛି। ଚାଷୀମାନେ କୃଷିରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ମୋବାଇଲ ଆପ୍‌ ମାଧ୍ୟମରେ ବୈଜ୍ଞାନିକମାନଙ୍କ ପରାମର୍ଶ ନେଇପାରିବେ। କମ୍‌ ଶ୍ରମରେ ଅଧିକ ଅମଳ କରାଯିବା ନେଇ ଚାଷୀମାନଙ୍କୁ ଆବଶ୍ୟକ ସୂଚନା ଓ ପରାମର୍ଶ ଦେଇ ଶିକ୍ଷିତ କରାଇବା ଉପରେ ଜୋର୍‌ ଦେବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏନ୍‌ଆର୍‌ଆର୍‌ଆଇର ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ବାଇଁ ଗତ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?