ଚାଷଜମିରୁ ନିଷ୍କାସନ ହୋଇପାରୁନି ବନ୍ୟାଜଳ

ଆଳି,୨ା୯(ଡି.ଏନ.ଏ.): ଚଳିତ ଥର ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀନଦୀରେ ଜଳସ୍ତର ବୃଦ୍ଧି ପାଇ ମୁଖ୍ୟ ରାସ୍ତା ବୁଡ଼ିଯିବା ସହ ହଜାର ହଜାର ହେକ୍ଟର ଚାଷଜମି ବୁଡାଇ ଦେଇଥିଲା। ସପ୍ତାହେ ହେବ ବନ୍ୟା କମିଯାଇଛି। କିନ୍ତୁ ବିଭିନ୍ନ ସ୍ଥାନରେ ଥିବା ଚାଷଜମିକୁ ବନ୍ୟା ଜଳ ବୁଡାଇ ରଖିଛି। ଚଳିତଥର କାଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଆଳି ଧୋୟାଞ୍ଚଳର ଡିମିରିପାଳ, ଅରଗଳ, ଜୁଆଣିଆ, ଗୋବିନ୍ଦପୁର, କେତୁଆପାଳ, ଦେସାହି, ପାଳିମୀ, ଏରଡଙ୍ଗ, ପେତପଡା ଓ ସଂସିଧା ଆଦି ୧୦ ପଞ୍ଚାୟତର ହେକ୍ଟର ହେକ୍ଟର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ବନ୍ୟା ଜଳ କମିଥିବା ବେଳେ କେତୁଆପାଳ, ଏରଡ଼ଙ୍ଗ, ଦେସାହି ଓ ପାଳିମୀ ପଞ୍ଚାୟତରେ ଥିବା ଚାଷ ଜମିରେ ଏବେବି ୧ ଫୁଟ ଲେଖାଏ ପାଣି ଜମି ରହିଛି। ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି, ପାନପେଣ୍ଠଠାରୁ ଏରଡଙ୍ଗ ପର୍ଯ୍ୟନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। କାରଣ ଏହି ବାଟ ଦେଇ ଆଳି ବ୍ଲକର କେତୁଆପାଳ, ଦେସାହି, ଏରଡ଼ଙ୍ଗ ଓ ପାଳିମୀ ପଞ୍ଚାୟତ ସମେତ ଯାଜପୁର ଜିଲାର ମଧୁସୂଦନପୁର, ବୋଇତାଳୁପାଟଣା, କଣ୍ଟିପୁର ଆଦି ପଞ୍ଚାୟତର ପାଣି ଯାଇଥାଏ। ତେଣୁ ଏହି ରାସ୍ତା ନିର୍ମାଣ ସମୟରେ ୨୦୧୭ରେ ଦେସାହି ସମବାୟ ସମିତିର ପୂର୍ବତନ ସଭାପତି ସରୋଜ ଜେନା ଓ କେତୁଆପାଳରେ ପୂର୍ବତନ ସରପଞ୍ଚ ରଶ୍ମିତା ଜେନା ତତ୍କାଳୀନ ଜିଲାପାଳ ରେଘୁ ଜୀଙ୍କ ନିକଟରେ ଜଳ ନିଷ୍କାସନକୁ ନେଇ ଅଭିଯୋଗ କରିଥିଲେ। ଜିଲାପାଳ ରେଘୁ ଜୀ ଘଟଣାସ୍ଥଳ ପରିଦର୍ଶନ କରି ଜଳ ନିଷ୍କାସନ ନିମନ୍ତେ ଦୁଇଟି କଲଭର୍ଟ ନିର୍ମାଣ କରିବାକୁ ବିଭାଗକୁ ଜଣାଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ଓ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଏହାକୁ ଅମାନ୍ୟ କରି ଚାଷଜମିରୁ ୩ ଫୁଟ ଉଚ୍ଚାରେ ରାସ୍ତା ନିର୍ମାଣ କରିଥିଲେ। ଫଳରେ ଚାଷଜମିରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଜମି ରହିଛି। ତେଣୁ ତୁରନ୍ତ ଏହି ସମସ୍ୟା ସମାଧାନର ଆବଶ୍ୟକତା ଦେଖାଦେଇଛି। ତୁରନ୍ତ ଏହା କରା ନ ଗଲେ ଚାଷୀମାନେ ସେମାନଙ୍କ ବର୍ଷକର ଦାନା ହରାଇବେ। ଚାଷୀମାନଙ୍କ ଜୀବନ ଜୀବିକା ସହ ସମ୍ପୃକ୍ତ ଏହି ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଅଞ୍ଚଳର ଚାଷୀ ଗଜେନ୍ଦ୍ର ଜେନା, ମାଧବାନନ୍ଦ ମଲିକ, ସୁରେନ୍ଦ୍ର ସାମଲ, ମହେନ୍ଦ୍ର ଦାସ, କଳ୍ପତରୁ ଦାସ, ଜୟଦେବ ମଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?