ଲଜ୍‌ ସିଲ, ୬ ଜେଲ୍‌ ଗଲେ

ପାଣିକୋଇଲି,୨ା୯(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଲଜ୍‌ରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ପୋଲିସ ବୁଧବାର ସକାଳେ ଚଢ଼ାଉ କରିଥିବାବେଳେ ତାହାକୁ ସିଲ୍‌ କରିଛି। ଏଥିସହିତ ଗୁରୁବାର ଜଣେ ଗ୍ରାହକ, ମାଲିକ, କର୍ମଚାରୀ ଓ ସହଯୋଗୀଙ୍କୁ ମିଶାଇ ମୋଟ୍‌ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗ୍ରାହକ କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡାଇ ଉତ୍ତର ଖଜିରା ଗ୍ରାମର ମାନସ ମିଶ୍ର (୩୮), ଲଜ୍‌ ମାଲିକ ସୋତି ଗ୍ରାମର ଚନ୍ଦ୍ରକାନ୍ତ ଖଣ୍ଡାଇ(୪୧), କର୍ମଚାରୀ କେନ୍ଦ୍ରାପଡ଼ା ଜିଲା କଳପଡ଼ା ଗ୍ରାମର ଅଭୟ ସାହୁ (୫୧), ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗ୍ରାମର ରଞ୍ଜନ ମଳିକ(୨୬), ସହଯୋଗୀ କେଳାଗଡିଆ ଗ୍ରାମର ଦେବାଶିଷ ମଲିକ(୨୦) ଓ ଭଦ୍ରକ ଜିଲା ଧାମନଗର ଥାନା ନୃସିଂହ ପ୍ରସାଦ ଗ୍ରାମର ହେମନ୍ତ କୁମାର ପ୍ରଧାନ(୩୫)। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ରଗଡ଼ିସ୍ଥିତ ଯାଜପୁରରୋଡ୍‌ ଉପକାରାଗାରକୁ ପଠାଇ ଦିଆଯାଇଛି।
ବୁଧବାର ପୋଲିସ ଚଢ଼ାଉ କରିବାବେଳେ ଜଣେ ଦେହଜୀବୀ ସହ ଜଣେ ଗ୍ରାହକଙ୍କୁ ଧରି ଥାନାକୁ ଆଣିଥିଲା। ପରେ ଅଧିକ ତଦନ୍ତ ନିମନ୍ତେ ଲଜର ଦୁଇ କର୍ମଚାରୀଙ୍କ ସମେତ ମାଲିକଙ୍କୁ ଥାନାକୁ ଡାକି ତଦନ୍ତ ପରିସରଭୁକ୍ତ କରିଥିଲା। ସନ୍ଧ୍ୟାରେ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ଥାନାଧିକାରୀ ଚିନ୍ମୟୀ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ପରେ ମାଜିଷ୍ଟ୍ରେଟ୍‌ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଲଜ୍‌କୁ ସିଲ୍‌ କରାଯାଇଥିଲା। ଦେହଜୀବୀଙ୍କ ସୂଚନା ମୁତାବକ ପୁଣି ରାତିରେ ଦୁଇ ଜଣଙ୍କୁ ପୋଲିସ ଉଠାଇ ଆଣିବା ସହ ଫୁଲବାଣୀ ଅଞ୍ଚଳର ଉକ୍ତ ଦେହଜୀବୀଙ୍କୁ ସ୍ବଧାର ଗୃହରେ ଛାଡିଥିଲା। ଲଜ୍‌ରେ ବେଆଇନ କାର୍ଯ୍ୟ ଚାଲୁ ରହିଥିବା ଓ ଲଜ ନିମନ୍ତେ କୌଣସି ଅନୁମତି ନ ଥିବା ପୋଲିସ ତଦନ୍ତରୁ ଜାଣିଥିଲା। ଏପରିକି କ୍ରମାଗତ ବାହାର ଜିଲାରୁ ଝିଅମାନଙ୍କୁ ଧରି ଗ୍ରାହକମାନେ ଆସୁଥିବା ଘଟଣା ସମ୍ନାକୁ ଆସିଥିଲା। ଏନେଇ ଥାନାରେ ଏକ ମାମଲା ନଂ.୨୦୦/୨୨ ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri