ଆବର୍ଜନାରେ ପୋତି ହେଉଛି ମୂଳ ଖରସ୍ରୋତା

ରସୁଲପୁର,୨ା୯(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀ ଏବେ ଆବର୍ଜନାରେ ପୋତି ହେଉଛି। ଏହି ନଦୀର ତଳମୁଣ୍ଡ ଖଣ୍ଡିତରଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ବନ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ଫଳରେ ନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ ନଦୀ ଅବବାହିକାରେ ଥିବା ୪ଟି ପଞ୍ଚାୟତ ଯଥା; ଭୋଟକା, ଗନ୍ଧଣ, ଟିକରପଡ଼ା, ରସୁଲପୁର ଆଦିର ୧,୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ଜଳମଗ୍ନ ହୋଇ ଖରିଫ ଚାଷ ପ୍ରଭାବିତ ହୋଇଛି।
୩ ଦଶନ୍ଧି ତଳେ ଖରସ୍ରୋତା ନଦୀରେ ବନ୍ୟା ଆସିବା ଫଳରେ ବ୍ଲକର ଟିକରପଡ଼ାଠାରେ ଘାଇ ହୋଇଥିଲା। ଏହି ଘାଇ ଏକ ପାଟଦେଇ ପ୍ରବାହିତ ହୋଇ ଖଣ୍ଡିତରଠାରେ ପୁଣି ଖରସ୍ରୋତା ନଦୀରେ ବିଲୀନ ହୋଇଥିଲା। ନଦୀର ସେହି ଅଂଶକୁ ପାଟିଆ ବୋଲି କୁହାଯାଉଛି। ହେଲେ ମୂଳ ଖରସ୍ରୋତା ନଦୀର ଘାଇ ସୃଷ୍ଟି ହୋଇଥିବା ସ୍ଥାନରୁ ବ୍ଲକର ଟିକରପଡ଼ା, ଶ୍ରୀବନ୍ତପୁର, ନଠୁଆବର, ବଡ଼କଇଞ୍ଚତ୍, ଗନ୍ଧଣ, ଭୋଟକା, ରାହାମ୍ବା, ରସୁଲପୁର ଆଦି ପଞ୍ଚାୟତ ଦେଇ(୧୩ କି.ମି. ଦୀର୍ଘ) ପ୍ରବାହିତ ହୋଇଥିଲା। ଖରସ୍ରୋତାରେ ବନ୍ୟା ଆସିଲେ ଏହି ପଞ୍ଚାୟତର ଲୋକେ ପ୍ରବାହିତ ହୁଅନ୍ତି। ମୂଳ ଖରସ୍ରୋତା ଓ ଘାଇ ଉପତ୍ତ୍ତି ସ୍ଥଳରୁ ଖରସ୍ରୋତାର ଅଧିକ ବନ୍ୟାଜଳ ପାଟିଆ ଦେଇ ପ୍ରବାହିତ ହୁଏ। କାଳକ୍ରମେ ମୂଳ ଖରସ୍ରୋତାର ଉପରମୁଣ୍ଡ ପୋତି ହୋଇ ଯାଇଥିଲେ ମଧ୍ୟ ନଦୀକୂଳିଆ ବନ୍ୟାଦାଉରୁ ରକ୍ଷା ପାଇପାରୁ ନ ଥିଲେ। ଉପରମୁଣ୍ଡରୁ ବନ୍ୟାଜଳ ବିଳମ୍ବରେ ନଦୀରେ ପ୍ରବାହିତ ହେଉଥିଲେ ବି ତଳମୁଣ୍ଡ ଦେଇ ବନ୍ୟାଜଳ ମୂଳ ଖରସ୍ରୋତାରେ ପ୍ରବେଶ କରୁଥିବାରୁ ତଟବାସୀ ପ୍ରଭାବିତ ହେଉଥିଲେ। ଏହି ଧାରାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୂଳ ଖରସ୍ରୋତାକୁ ମାରି ଦେବାର ଅପଚେଷ୍ଟା କରାଯାଇଛି। ୨୦୦୨ ଅର୍ଥାତ୍‌ ୨୦ବର୍ଷ ତଳେ ନଦୀ ଉପରମୁଣ୍ଡକୁ ପୋତିଦେବା ଯୋଗୁ ନଦୀକୂଳିଆଙ୍କୁ ଅନେକ ଦୁଃଖ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି। ମୂଳ ଖରସ୍ରୋତାର ଉପରମୁଣ୍ଡରେ ବନ୍ଧ ବନ୍ଧାଯାଇ ଜଳ ପ୍ରବାହିତ ଧାରାକୁ ବନ୍ଦ କରି ଦିଆଯାଇଥିଲା। ତଳମୁଣ୍ଡ (ଖଣ୍ଡିତରଠାରେ) ନଦୀରେ ବନ୍ୟାଜଳ ପ୍ରବେଶ ନ କରିବା ପାଇଁ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲା। ବନ୍ୟା ସମୟରେ ଏହି ଗେଟ୍‌ ବନ୍ଦ ରହୁଛି। ଏହି ନଦୀଅଂଶ ସହ ବିଭିନ୍ନ ପଞ୍ଚାୟତର ପାଟନାଳୀରୁ ବହି ଆସୁଥିବା ଆବର୍ଜନା ଜଳ ସ୍ଲୁଇସ ଗେଟ୍‌ ଦେଇ ଖରସ୍ରୋତା ଗର୍ଭକୁ ବହିଯିବ। ମାତ୍ର ସ୍ଲୁଇସ୍‌ଗେଟରେ ରହିଥିବା ତ୍ରୁଟି ଯୋଗୁ ଏହିଭଳି ପ୍ରୟାସ ବିଫଳ ହେଲା, ଯାହାର ପରିଣାମ ମୂଳ ଖରସ୍ରୋତା ନଦୀକୂଳିଆବାସୀଙ୍କୁ ଭୋଗିବାକୁ ପଡୁଛି। ତେଣୁ ଏହି ନଦୀକୁ ଚିରସ୍ରୋତା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଖରସ୍ରୋତା ପୁନରୁଦ୍ଧାର ସମିତି ନଦୀକୁ ବଞ୍ଚାଇବା ପାଇଁ ଆନ୍ଦୋଳନ ଜାରି ରଖିଛି। ସଂଗଠନ ପକ୍ଷରୁ ନଦୀର ଉପରମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରାଯିବା ସହ ବର୍ଷସାରା ନଦୀରେ ଜଳ ପ୍ରବାହିତ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ତଳମୁଣ୍ଡ ସ୍ଲୁଇସ୍‌ ଗେଟରେ ପରିଲକ୍ଷିତ ହୋଇଥିବା ତ୍ରୁଟିବିଚ୍ୟୁତିରେ ସୁଧାର ଆଣିବା ପାଇଁ ବିଭିନ୍ନ ପଞ୍ଚାୟତରେ ପଦଯାତ୍ରା କରାଯାଉଛି। ଆଗକୁ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଉଛି। ଏହି ନଦୀ ଗର୍ଭରୁ ଅଳିଆଅବର୍ଜନାକୁ ତୁରନ୍ତ ସଫା କରିବା ସହ ଉପରମୁଣ୍ଡରେ ସ୍ଲୁଇସ୍‌ ଗେଟ ନିର୍ମାଣକୁ ନେଇ ଜାରକା ଜଳ ସମ୍ପଦ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ଦାବି ହେଉଛି। ଏ ନେଇ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସୁବାସ ସାହୁ କହିଛନ୍ତି, ତଳମୁଣ୍ଡରେ ନିର୍ମିତ ସ୍ଲୁଇସ୍‌ ଗେଟ୍‌ରେ ଫାଟ ସୃଷ୍ଟି ହେବାରୁ ୨୦୨୦ ବନ୍ୟାରେ ସ୍ଲୁଇସ୍‌ ଗେଟ ସ୍ଥାନରେ ଏକ ଘାଇ ହୋଇଥିଲା। ଏହି ଘାଇ ଦ୍ୱାରା ସ୍ଲୁଇସ୍‌ ଗେଟ ପ୍ରବାହିତ ହୋଇଥିଲା। ପରେ ଏହି ଗେଟ୍‌କୁ ମରାମତି କରିଦିଆଯାଇଛି। ତେବେ କାହିଁକି ବନ୍ୟା ଜଳ ନିୟନ୍ତ୍ରଣ ହୋଇପାରୁ ନାହିଁ, ତାହାକୁ ସେ ଅନୁଧ୍ୟାନ କରି ଦେଖିବେ। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ବନ୍ୟା ସମୟରେ ଗେଟ୍‌ ଖୋଲି ଦେଉଥିବାରୁ ଏଭଳି ସ୍ଥିତି ଉପୁଜୁଥାଇ ପାରେ ବୋଲି ସେ ଅନୁମାନ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri