ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ସୁରକ୍ଷାରେ ଅବହେଳା

ପୁରୀ ଅଫିସ,୨।୯: ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ବେଳାଭୂମିକୁ ଲାଗି ରହିଛି। ଏହାକୁ ନେଇ ଗଢ଼ିଉଠିଛି ଉପକୂଳ ନିୟନ୍ତ୍ରିତ ଅଞ୍ଚଳ। ଜୈବ ବିବିଧତାରେ ପରିପୂର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟ ସମେତ ଏହି ଉପକୂଳ ନିୟନ୍ତ୍ରଣ ଅଞ୍ଚଳର ସୁରକ୍ଷା ଲାଗି ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଫନୀରେ ବାଲୁଖଣ୍ଡ ଅଭୟାରଣ୍ୟ ଧ୍ୱଂସପ୍ରାୟ ସ୍ଥିତିରେ ପହଞ୍ଚିଥିଲା। ସଂପ୍ରତି ଏହା କ୍ରମଶଃ ଜବରଦଖଲ ହେବାରେ ଲାଗିଛି। ଫଳରେ ଅଭୟାରଣ୍ୟ ସଙ୍କୁଚିତ ହେବାର ଆଶଙ୍କା ବଢ଼ିଛି। ସଦ୍ୟ ପ୍ରକାଶିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ (ସିଏଜି)ଙ୍କ ରିପୋର୍ଟ ଅନୁଯାୟୀ, ଉପକୂଳ ନିୟନ୍ତ୍ରଣ ଅଞ୍ଚଳକୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଛି। ଏପରି କି ସରକାର ନିଜେ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ କୋଠା ନିର୍ମାଣ କରି ଏହାକୁ ସଙ୍କୁଚିତ କରିବାରେ ଲାଗିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟର ସୀମା ମଧ୍ୟରେ ପୁରୀ ଜିଲା କାରାଗାର ନିର୍ମାଣ ହୋଇଛି। ସମ୍ପୃକ୍ତ ଅଞ୍ଚଳ ଅଲିଭ ରିଡ୍‌ଲେଙ୍କ ନେଷ୍ଟିଂ ସାଇଟ୍‌ ଭାବେ ଚିହ୍ନିତ। ସାମୁଦ୍ରିକ ଜୀବଙ୍କ ସୁରକ୍ଷାକୁ ବାଜିରେ ଲଗାଇ ପ୍ରଶାସନ ସେଠାରେ କୋଠା ନିର୍ମାଣ କରିବାକୁ କିପରି ନିଷ୍ପତ୍ତି ନେଲା ସେନେଇ ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।
ସିଏଜି ରିପୋର୍ଟ ତଥ୍ୟରେ ଦର୍ଶାଯାଇଛି ଯେ, ରାଜ୍ୟସ୍ତରରେ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି କାର୍ଯ୍ୟକ୍ଷମ ଥିବାବେଳେ ଜିଲାସ୍ତରରେ ଜିଲାସ୍ତରୀୟ କମିଟିମାନ ମଧ୍ୟ ରହିଛି। ଉଭୟ ରାଜ୍ୟ ଓ ଜିଲା କର୍ତ୍ତୃପକ୍ଷ ମିଳିତ ଭାବେ ଉପକୂଳ ଅଞ୍ଚଳର ସୁରକ୍ଷା ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ଥିଲେ ମଧ୍ୟ ଠିକ ଭାବେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ଉଭୟ ସରକାରୀ ଓ ଘରୋଇ ଜବରଦଖଲ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପ୍ରଭାବିତ ହେଉଛି। ସେହିଭଳି ଜିଲାରେ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର ସୁରକ୍ଷା ପାଇଁ ଥିବା କମିଟି କାର୍ଯ୍ୟକ୍ଷମ ହୋଇନାହିଁ। ବନ୍ୟଜନ୍ତୁ ପ୍ରଭାବିତ ହେଉଥିବା ସତ୍ତ୍ୱେ ପ୍ରଶାସନ ଆଇନକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରିବାରେ ଲାଗିଛି। ସେହିଭଳି ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ମଧ୍ୟ ପୁରୀ ବେଳାଭୂମିର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ଆସୁଛି। ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ପୁରୀ କାରାଗାର ହୋଇଥିବା ସ୍ଥାନ ଅଲିଭ ରିଡ୍‌ଲେଙ୍କ ଅଣ୍ଡା ଦେବା ସ୍ଥଳ ହୋଇଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଜିଲା ବନ ଅଧିକାରୀ ରାମସ୍ବାମୀ କହିଛନ୍ତି, ଅଲିଭ ରିଡ୍‌ଲେ ଅଣ୍ଡା ଦେବା ସମୟ ପାଖେଇ ଆସୁଥିବାରୁ ଅଭୟାରଣ୍ୟ ସଂଶ୍ଳିଷ୍ଟ ବେଳାଭୂମିରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯିବ। ଶୀତଋତୁ ପାଖେଇ ଆସୁଥିବାରୁ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସମୟ ନିକଟତର ହେଲାଣି। ଏଭଳି ସ୍ଥଳେ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଓ ପ୍ରଜନନ ପ୍ରକ୍ରିୟାର ସଫଳ ପରିଚାଳନା ଉପରେ ବିଭାଗ ଧ୍ୟାନ ଦେଉଛି। ତେବେ ପୁରୀ ଜିଲାର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ଜବରଦଖଲ ହୋଇଥିବା ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ଆମ ପାଖରେ ନାହିଁ। ଏନେଇ ତଦନ୍ତ କରାଯିବ। ସେହିପରି ପରିବେଶବିତ୍‌ ହେକ୍ଟର ମିଶ୍ର କହିଛନ୍ତି, ନିୟନ୍ତ୍ରିତ ଅଞ୍ଚଳରେ ସାଧାରଣତଃ ୩ ପ୍ରକାରର ଆଇନ ଉଲ୍ଲଂଘନ ହୋଇଥାଏ। ପ୍ରଥମତଃ ଜନବସତି ନିର୍ମାଣ ଉଦ୍ଦେଶ୍ୟରେ ସମୁଦ୍ରକୁ ପୋତାଯାଇ କୋଠାବାଡ଼ି କିମ୍ବା କୌଣସି ଭିତ୍ତିଭୂମି ନିର୍ମାଣ କରାଗଲେ ଏହାକୁ ସିଆର୍‌ଜେଡ୍‌-୧ ବୋଲି କୁହାଯାଏ। ଦ୍ୱିତୀୟରେ ସମୁଦ୍ରର ୫ଶହ ମିଟର ଦୂରତା ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ ହେଲେ ଏଥିପାଇଁ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବା ଦରକାର, ନଚେତ୍‌ ଏହାକୁ ବେଆଇନ ବୋଲି ଗ୍ରହଣ କରାଯିବ। ଏହାକୁ ସିଆରଜେଡ୍‌-୨ କୁହାଯାଏ। ସେହିପରି ତୃତୀୟରେ ସମୁଦ୍ରକୁ ଯାତାୟାତ କରିବା ପାଇଁ ଥିବା ରାସ୍ତାକୁ କେହି ଅବରୋଧ କଲେ ତାହାକୁ ନିୟମ ଉଲ୍ଲଂଘନ ଭାବେ ବିବେଚନା କରାଯାଏ। ଏହାକୁ ସିଆରଜେଡ୍‌-୩ କୁହାଯାଏ। ଏହା ବ୍ୟତୀତ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ ଚିହ୍ନଟ ହୋଇଥିବା ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ ନିମନ୍ତେ ମଧ୍ୟ ଅନୁମତି ଆବଶ୍ୟକ ବୋଲି ମିଶ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?