ଦୋଛକିରେ ଆଦିବାସୀ ମହିଳା ଶ୍ରମିକଙ୍କ ଜୀବନ

ମହାକାଳପଡ଼ା,୨ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହିଳା ଶ୍ରମିକମାନଙ୍କୁ ମିଳୁନି ପୁରୁଷ ଶ୍ରମିକମାନଙ୍କ ପରି ଉପଯୁକ୍ତ ପାରିଶ୍ରମିକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶ୍ରମିକମାନଙ୍କୁ ନିଜ ଗଁା ଓ ପଞ୍ଚାୟତ ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କାମ ଯୋଗାଇ ଦେବାକୁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ତେବେ ବ୍ଲକର ପେଟଛେଲା, ବଉଳକଣି, ଖରିନାସୀ ପଞ୍ଚାୟତର ଆଦି ଆଦିବାସୀ ଅଧ୍ୟୁଷିତ ଗଁାର ମହିଳା ଶ୍ରମିକମାନଙ୍କୁ ମିଳୁନି ଜବ୍‌କାର୍ଡରେ କାମ। ବାଧ୍ୟ ହୋଇ ଏହି ଆଦିବାସୀ ମହିଳା ଶ୍ରମିକମାନେ ନିଜର ପରିବାର ପ୍ରତିପୋଷଣ ପାଇଁ ନିଜ ଜୀବନକୁ ବାଜି ଲଗାଇ ଅସୁରକ୍ଷିତ ଭାବେ ଡାଲା ଅଟୋରେ ଜିଲାର ବିଭିନ୍ନ ପ୍ରାନ୍ତରକୁ ଯାଇ ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି। ଏମାନେ ଠିକାଦାରଙ୍କ ଠକାମିର ଶିକାର ହେଉଛନ୍ତି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଆଦିବାସୀ ମହିଳା ଶ୍ରମିକମାନେ କହିଛନ୍ତି। ଭୋରୁ ଭୋରୁ କ’ଣ ମୁଠେ ଖାଇ ନିଜ ଘରୁ ଏହି ମହିଳା ଶ୍ରମିକମାନେ ବାହାରି ଯାନ୍ତି। ଗାଁ ଛକରେ ଅପେକ୍ଷା କରିଥିବା ଡାଲା ଅଟୋରେ ବସି କର୍ମ କ୍ଷେତ୍ରକୁ। କର୍ମ କ୍ଷେତ୍ରରୁ ଫେରୁ ଫେରୁ ରାତି ହୋଇଥାଏ। ଅନ୍ୟପକ୍ଷରେ କୁନି କୁନି ପିଲାମାନେ ମା’ର ଫେରିବା ବାଟକୁ ଚାହିଁ ବସିଥାନ୍ତି। ମା’ ପହଞ୍ଚତ୍ଲା ପରେ ଘରେ ଚୁଲି ଜଳେ। ଦିନମାନର ଅକ୍ଲାନ୍ତ ପରିଶ୍ରମ କୁନି କୁନି ପିଲାମାନଙ୍କ ମୁହଁ ଦେଖିଲେ ପରିଶ୍ରମର ଦୁଃଖ ଲାଘବ ହୋଇଯାଏ ବୋଲି କୁହନ୍ତି ଏହି ମହିଳା ଶ୍ରମିକମାନେ। ପିଲାମାନଙ୍କ ଯତ୍ନ ନେବା ପାଇଁ ଏହି ମହିଳା ଶ୍ରମିକମାନଙ୍କ ପାଖରେ ସମୟ ନ ଥାଏ। ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଥିବା ବହୁ ନଜିର ରହିଛି। ଏହି ମହିଳା ଶ୍ରମିକମାନେ ସଚେତନତାର ଅଭାବ ଯୋଗୁ ନିଜ ନାମ ସରକାରୀ ନଥିପତ୍ରରେ ପଞ୍ଜୀକରଣ ହୋଇନାହିଁ ବୋଲି କୁହାଯାଇଛି। ମହିଳା ଶ୍ରମିକମାନେ କାମ କ୍ଷେତ୍ରରେ କିଛି ଅଘଟଣ ଘଟିଲେ ସରକାରୀ ସହାୟତାରୁ ବଞ୍ଚତ୍ତ ହେବେ ପରିବାର ଲୋକ। ପ୍ରଶାସନିକ ସ୍ତରରେ ଏହି ମହିଳା ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏମାନଙ୍କୁ ପ୍ରାଥମିକ ସ୍ତରରେ ପଞ୍ଜୀକୃତ ଶ୍ରମିକ ଭାବେ ନାମ ପଞ୍ଜୀକରଣ କରାଯାଉ ବୋଲି ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?