ଆମ ଜିଲା ଖବର

୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ ୩ ଦିନ ପରେ ବାହାରିବାକୁ ଥିବା ରିଜୋଲ୍ୟୁଶନ ଏଯାଏ ହୋଇପାରି ନାହିଁ। ଫଳରେ ସହରର…

ପ୍ରଥମ ଦିନରେ ୪୦ ହଜାର ଜନସମାଗମ

ବଇଣ୍ଡା,୨୩।୫ (ଡି.ଏନ.ଏ.): ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଏହି ୪ ଦିନିଆ ଯାତ୍ରାର ପ୍ରଥମ ରାତିରେ ୪୦ ହଜାର ଜନସମାଗମ ହୋଇଥିଲା। ଚନ୍ଦନ ପୋଖରୀରେ ଠାକୁରଙ୍କ ଚାପ ଖେଳ ଦେଖିବା ସହ ସମସ୍ତେ…

ନାହାନ୍ତି ୧୧ ଡାକ୍ତର, ନାହିଁ ମହାପ୍ରୟାଣ ଗାଡ଼ି

ଛତ୍ରପୁର,୨୩।୫(ଡି.ଏନ.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ବ୍ରହ୍ମପୁର ସହରରେ ମୁଖ୍ୟ ହସ୍ପିଟାଲ( ସିଟି ହସ୍ପିଟାଲ) ରହିଛି। ଦୀର୍ଘବର୍ଷ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ହେଡ୍‌କ୍ୱାର୍ଟର ମାନ୍ୟତା ଦେବା ଲାଗି ଦାବି ହୋଇଆସୁଛି ା ମାତ୍ର ଏହାଉପରେ କୌଣସି ପଦକ୍ଷେପ…

କାର୍‌-ବାଇକ୍‌ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ

ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ …

ଦିନକରେ ୧.୯୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୨୩।୫: ସଡ଼କ ସୁରକ୍ଷା ନିୟମ କଡାକଡି କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିଥିଲେ। ବିଶେଷକରି ହେଲ୍‌ମେଟ ଓ ନିଶାସକ୍ତ ଚାଳକ ଧରପଗଡ ଅଭିଯାନ ଏବେ ଜୋରଦାର କରାଯାଇଛି। ଅମାନିଆଙ୍କ ପାଇଁ ହେଲମେଟ ନ ପିନ୍ଧିଲେ ଏବେ…

ଆମ ଶୌଚାଳୟ ପରିଷ୍କାର ପରିଚ୍ଛନ୍ନତା ଦାବି

ବ୍ରହ୍ମପୁର ଅଫିସ,୨୩।୫: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ସାହି ଓ ପୋଖରୀଗୁଡିକୁ ସ୍ବଚ୍ଛତା ଲକ୍ଷ୍ୟରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ୱାର୍ଡରେ ଆମ ଶାୈଚାଳୟ ନିର୍ମାଣ କରାଯାଇଛି। ଯେଉଁଠାରେ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ପାଇଖାନା ବ୍ୟବସ୍ଥା…

ଶିବାନୀ ପାଇବେ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ବ୍ରହ୍ମପୁର ଅଫିସ,୨୩।୫: ବ୍ରହ୍ମପୁର ବଡ଼ମେଡିକାଲ ନର୍ସିଂ ଅଫିସର ଶିବାନୀ ଦାଶ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପାଇଁ ମନୋନୀତ ହୋଇଛନ୍ତି। ସେବା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ସ୍ବୀକୃତି ସ୍ବରୂପ ତାଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର। ଶିବାନୀ…

ବିଏମ୍‌ସି କାର୍ଯ୍ୟାଳୟରେ ଖତ ଖାଉଛି ଡଷ୍ଟବିନ

ବ୍ରହ୍ମପୁର ଅଫିସ୍‌,୨୩।୫: ବ୍ରହ୍ମପୁର ମହାନଗରକୁ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ପ୍ରଥମ ସ୍ଥାନକୁ ନେଇ ବିଏମସି ଆଶା ରଖିଛି। ବିଏମସି ପକ୍ଷରୁ ସ୍ବଚ୍ଛତାକୁ ନେଇ ଜନସାଧାରଣଙ୍କ ମତାମତ ସଂଗ୍ରହ ପ୍ରକ୍ରିିୟା ମଧ୍ୟ ସରିଛି। କେବଳ ଫଳାଫଳକୁ ଅପେକ୍ଷା ରହିଛି। ଅନ୍ୟପଟେ ବିଏମସି ପକ୍ଷରୁ…

୩ ନାବାଳକଙ୍କ ଭରସା ମଧ୍ୟାହ୍ନଭୋଜନ

ସିମୁଳିଆ,୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଆଦିବାସୀ ସାହିର ରାମ ମୁର୍ମୁ ଗତ ୩ ତାରିଖରେ ସ୍ତ୍ରୀ ଦେଉଳାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଛନ୍ତି। ସେମାନଙ୍କ ୩ ନାବାଳକ ଶିଶୁପୁତ୍ର କୁଆଁର(୬) ଗୋବିନ୍ଦ(୮)…

ଛତ୍ରପୁର ଉତ୍ସବ ମୁଖର

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଯାତ୍ରା ନେଇ ଉତ୍ସବ ମୁଖର ହୋଇଉଠିଛି। ମାସେ ଧରି ଚାଲିବାକୁ ଥିବା ଏହି ଯାତ୍ରାର ୧୭ତମ ଦିବସ ରବିବାର ଅସ୍ଥାୟୀ ପୀଠରେ ସନ୍ଧ୍ୟାରେ ମା’ଙ୍କ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ…

ବେକାରି ସମସ୍ୟା ଦୂର ଶ୍ୟାମସୁନ୍ଦରଙ୍କ ଲକ୍ଷ୍ୟ

ସିମୁଳିଆ,୨୩।୫: ଚାକିରି ପଛରେ ଗୋଡ଼ାଇ ନିରାଶ ହେବା ଅପେକ୍ଷା ଛୋଟ ଛୋଟ ଉଦ୍ୟୋଗ କରି ଆମତ୍ନିର୍ଭରଶୀଳ ହେବାକୁ ବାଟ ଦେଖାଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଅଞ୍ଚଳର ଶ୍ୟାମସୁନ୍ଦର ଦାଶ। ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ବେକାରୀ ସମସ୍ୟା ଦୂର…

ଆରମ୍ଭ ହୋଇପାରିଲାନି ତଦନ୍ତ

ଖଇରା, ୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ରହି ଛେଳି ଚରାଉଥିବା ପିଲା ୧୭ତାରିଖରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହେବା, ଭଦ୍ରକରୁ କଟକ ମେଡିକାଲରେ ୩ଦିନ ଧରି ଚିକିତ୍ସିତ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri