ସାର, କୀଟନାଶକ ଦରରେ ନିୟନ୍ତ୍ରଣ ନାହିଁ

ବେଗୁନିଆ,୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ରାସାୟନିକ ସାର ଓ କୀଟନାଶକ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସରକାରୀ ଧାର୍ଯ୍ୟ ଦର ଠାରୁ ରସାୟନିକ ସାର ବସ୍ତା ପ୍ରତି ୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ସେହିପରି କୀଟନାଶକ ଦର ମଧ୍ୟ ୨୦ରୁ ୫୦ ଟଙ୍କା ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଜଣାପଡ଼ିଛି। ବ୍ଲକ କୃଷି କାର୍ଯ୍ୟାଳୟରେ କର୍ମଚାରୀ ପଦବୀ ଖାଲି ପଡ଼ିଛି ବୋଲି ଚଢ଼ାଉ କରାଯାଇପାରୁନାହିଁ ବୋଲି ସଫେଇ ଦିଆଯାଉଛି। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଚାଷୀଙ୍କ ଅଭିଯୋଗ ମୁତାବକ, ଚଳିତ ଖରିଫ ଋତୁରେ ହୋଇଥିବା ଧାନ ଫସଲର ବର୍ତ୍ତମାନ ହେଉଛି ରାସାୟନିକ ସାର ପ୍ରୟୋଗର ଉପଯୁକ୍ତ ସମୟ। ଧାନ ଗଛରେ ଥୋଡ ଅବସ୍ଥା ଆସିଛି। ଅଧିକ ଶସ୍ୟ ଅମଳର ସହାୟକ ପାଇଁ ଏହି ସମୟରେ ୟୁରିଆ, ଗ୍ରୋମୋର ଓ ପଟାସ ସାର ପ୍ରୟୋଗର ଆବଶ୍ୟକ ରହିଛି। ସେହିପରି ଅନେକ ଧାନ ଗଛ ଏବେ ପରିପକ୍ବ ଅବସ୍ଥାକୁ ଆସିଯାଇଛି। ଏହି ସମୟରେ ଗଛରେ ରୋଗ ଓ ପୋକ ଲାଗିବାର ଆଶଙ୍କା ରହିଛି। ପ୍ରତିକାର ପାଇଁ କୀଟନାଶକ ଛିଞ୍ଚନ କରାଯାଇଥାଏ। ହେଲେ ସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁଚୁରା ବିକ୍ରୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଅଧିକ ଦର ଶୁଣି ବ୍ୟଥିତ କରୁଛି ବୋଲି କେତେଜଣ ଚାଷୀ କହିଛନ୍ତି। କଣ୍ଟାବାଡ, ସିମୋର, ବାଘମାରୀ, ଗୁଡୁମ, ଡାଳତୋଳା, ପରିଚଳନ, ସିକୋ, ହଜ୍‌, ପାଟଣାହାଟ, ବେଗୁନିଆ ଆଦି ବଜାରରେ ଥିବା ବିଭିନ୍ନ ଖୁଚୁରା କେନ୍ଦ୍ରରେ ଅଧିକ ମୂଲ୍ୟରେ ସାର ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଏପରିକି କୀଟନାଶକ ଦରରେ କୌଣସି ସ୍ଥିରତା ରହୁନାହିଁ। ଅନେକ ବ୍ୟବସାୟ କେନ୍ଦ୍ରରେ ମେଶିନ ଅଚଳ ଅଛି ବୋଲି ଆଳ ଦେଖାଇ ଚାଷୀଙ୍କ ଟିପ ଚିହ୍ନ ନିଆଯାଉ ନାହିଁ। ଫଳରେ ଚାଷୀ ସବ୍‌ସିଡି ଯୋଗାଣରୁ ବାଦ୍‌ ପଡୁଛନ୍ତି। ସେହିପରି କୋ-ଅପରେଟିଭ ସୋସାଇଟି ମାଧ୍ୟମରେ ସବ୍‌ସିଡି ସାର ଯୋଗାଣର ସୁବିଧା ସୁଯୋଗ ଅନେକ ସମୟରେ ଚାଷୀ ପାଇପାରୁ ନାହାନ୍ତି। ଅନେକ ସମୟରେ ସୋସାଇଟି ବନ୍ଦ ରହୁଛି। ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ରଖୁଥିବା ଓ ସବ୍‌ସିଡି ସାର ଚାଷୀଙ୍କୁ ନ ଦେଇ ବାଟମାରଣା କରାଯାଇଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ହେଲେ ଅଭିଯୋଗର କୌଣସି ସୁଫଳ ପାଇପାରୁ ନାହାନ୍ତି ବୋଲି ଚାଷୀ ଅରୁଣ କୁମାର ମହାପାତ୍ର, ମାନସ ରଞ୍ଜନ ପଣ୍ଡା, ଅଭୟ ନାହାକ, ରବି ନାରାୟଣ ସାହୁ ପ୍ରମୁଖ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ବ୍ଲକରେ ୧୩ଟି କୋ-ଅପରେଟିଭ ସୋସାଇଟି ମାଧ୍ୟମରେ ସବ୍‌ସିଡ୍‌ ସାର ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସାର ସବ୍‌ସିଡି ସାର ବିକ୍ରି କରିବା ପରେ ଏବେ ଆଉ ୭ରୁ ଅଧିକ ସୋସାଇଟିରେ ସାର ଗଚ୍ଛିତ ନାହିଁ। ସେହିପରି ଏହି ବ୍ଲକ ପାଇଁ ଗୋଟିଏ ସାର ହୋଲ୍‌ସେଲ୍‌ କେନ୍ଦ୍ର ରହିଥିବା ବେଳେ ୩୪ଟି ସ୍ବୀକୃତିପ୍ରାପ୍ତ ଖୁଚୁରା ବିକ୍ରୟ କେନ୍ଦ୍ର କେବଳ କାଗଜକଲମରେ ସୀମିତ ରହିଛି। ସେଥିମଧ୍ୟରୁ ୧୨ଟି ବିକ୍ରୟ କେନ୍ଦ୍ର ୩ବର୍ଷ ହେବ ସାର ବିକ୍ରି କରୁ ନାହାନ୍ତି। ୭ରୁ ଅଧିକ ବିକ୍ରୟ କେନ୍ଦ୍ରର ସ୍ବୀକୃତି ପତ୍ର ରଦ୍ଦ କରାଯାଇଥିଲେ ମଧ୍ୟ ସେମାନେ ବେଆଇନ ବିକ୍ରି କରି ଚାଲିଛନ୍ତ। ତେବେ ଚଢା ଦରରେ ବିକ୍ରିକୁ ରୋକ୍‌ ଲଗାଇବା ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?