ଜାତୀୟ ରାଜପଥ ସୂଚନା ଫଳକରେ ତ୍ରୁଟି

ରସୁଲପୁର,୭ା୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କ ସୂଚନା ନିମନ୍ତେ ଲାଗୁଥିବା ସୂଚନା ଫଳକଗୁଡ଼ିକରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ଫଳକରେ ଓଡ଼ିଆ ଭାଷାକୁ କଦର୍ଥ କରି ଲେଖାଯାଇଛି, ଯାହାକି ଓଡ଼ିଆଙ୍କ ସ୍ବାଭିମାନ ଓ ସମ୍ମାନ ପ୍ରତି ଆଘାତ ଦେଇଛି। ଏହିଭଳି ଲେଖାକୁ ଭାଷାବିତ୍‌ଙ୍କ ପକ୍ଷରୁ ନିନ୍ଦା କରାଯିବା ସହ ତ୍ରୁଟି ସୁଧାରିବାକୁ ଦାବି ହେଉଛି। ଏଥିରେ ବ୍ୟତିକ୍ରମ ହେଲେ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ସାମାଜିକ କର୍ମୀ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ମୁତାବକ, ରସୁଲପୁର ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥର ବାରବାଟୀଠାରୁ ଖଣ୍ଡିତର ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗାଁଗୁଡ଼ିକ ସମ୍ପର୍କରେ ସୂଚନା ଫଳକ ଲଗାଯାଇଛି। ରାଜପଥ ପାର୍ଶ୍ୱସ୍ଥ ଗାଁ ଓରାଳି ନିକଟରେ ଲାଗିଥିବା ସୂଚନା ଫଳକରେ ପାଞ୍ଚନଗୋଛିଆ ବୋଲି ଲେଖାଯାଇଛି। ହେଲେ ଏହିଭଳି ଗାଁ ରସୁଲପୁର ବ୍ଲକ ଅଞ୍ଚଳରେ ନାହିଁ। ବଡ଼କଇଞ୍ଚତ୍ ପଞ୍ଚାୟତରେ ପାଞ୍ଚଗୋଛିଆ ଗ୍ରାମ ରହିଛି। ମାତ୍ର ଏହି ଗାଁଟି ରାଜପଥ ପାର୍ଶ୍ୱରେ ଅବସ୍ଥିତ ନୁହେଁ। ଏହାଛଡ଼ା ଭୋଟକା ପଞ୍ଚାୟତର ରାଜପଥ ପାର୍ଶ୍ୱସ୍ଥ ବିଲିପଡ଼ା ଗ୍ରାମ ନିକଟରେ ଲାଗିଥିବା ଫଳକରେ ଗାଁର ନାମ ବିଲିପଦା ଲେଖାଯାଇଛି। ଆଉ କେତେକ ସ୍ଥାନରେ ଲେଖାଯାଇଥିବା ଗାଁ ଓ ତୀରଚିହ୍ନରେ ସୂଚା ଯାଇଥିବା ଦିଗରେ ତ୍ରୁଟି ରହିଛି। ଅନ୍ୟକେତେକ ସ୍ଥାନରେ ଗାଁର ନାମ ଲେଖାଯାଇଛି, ହେଲେ ସେଠାରେ ସେଭଳି କୌଣସି ଗାଁ ନ ଥିବା ଜଣାଯାଇଛି। ଏଭଳି ତ୍ରୁଟି ବିଚ୍ୟୁତି ବାରମ୍ବାର ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଉଛି, ଯାହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ପରେ ସେଥିରେ ସଂଶୋଧନ କରାଯାଉଛି। ମାତ୍ର ଏହାର ସ୍ଥାୟୀ ସମାଧାନ ପାଇଁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଏନେଇ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ(ସିଜିଏମ) ରାମପ୍ରସାଦ ପଣ୍ଡା କହିଛନ୍ତି, ଅଣଓଡ଼ିଆ ଅଧିକାରୀଙ୍କ ଦ୍ୱାରା ସୂଚନା ଫଳକ ନିର୍ମାଣ କାର୍ଯ୍ୟ ତଦାରଖ କରାଯାଉଥିବାରୁ ଏଭଳି ତ୍ରୁଟି ହେଉଛି। ଏ ନେଇ ସେ ଅବଗତ ହେଲାପରେ ଯେଉଁ ସବୁସ୍ଥାନରେ ତ୍ରୁଟି ବିଚ୍ୟୁତି ଥିବ ତାହାକୁ ତୁରନ୍ତ ସଂଶୋଧନ କରାଇବେ ବୋଲି ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ତ୍ରୁଟି ସଂଶୋଧନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri