ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦ରୁ ଆମରଣ ଅନଶନ

ରାଜନଗର,୭ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ କିମ୍ବଦନ୍ତୀର ଅନନ୍ୟ ସ୍ବାକ୍ଷର ସାତଭାଇର ଗାଁ ସାତଭାୟାର ସମସ୍ତ ପରିବାର ଭିଟାମାଟି ହରାଇବା ପରେ ଏବେ ବଗପାଟିଆଠାରେ ନୂଆ ଠିକଣାରେ ବସବାସ କରୁଛନ୍ତି। ବାପ ଅଜା ଅମଳର ଭିଟାମାଟିକୁ ବଙ୍ଗୋପସାଗର ନିଜ ଗର୍ଭକୁ ନେଇଯିବା ପରେ ସବୁକିଛି ହରାଇଛନ୍ତି। ସେମାନଙ୍କୁ ଥଇଥାନ କରାଯାଇଥିଲେ ହେଁ ଜୀବିକା ଲାଗି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏଥିଲାଗି ବିବାଦ ବଢିବାରେ ଲାଗିଛି। କେତେଗୋଟି ପରିବାର ଥଇଥାନ ଅପେକ୍ଷା ରହିଯାଇଛନ୍ତି। ସେମାନଙ୍କ ଥଇଥାନ ଓ କେତେକ ଦାବି ପୂରଣ ନ ହେଲେ ସାତଭାୟା ପୁର୍ନବସତି ଓ ଥଇଥାନ ମଞ୍ଚ ପକ୍ଷରୁ ଆସନ୍ତା ୨୦ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି କୁହାଯାଇଛି।
୨୦୧୪ରୁ ସାତଭାୟାବାସୀଙ୍କୁ ଥଇଥାନ ପକ୍ରିୟା ଆରମ୍ଭ ହୋଇଛି। ୨୦୧୪ରେ ୫୭୧ ପରିବାରଙ୍କୁ ୧୦ ଡେସିମିଲ ଲେଖାଏ ଜମି ସହ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା। ୨୦୧୭ରୁ ସାତଭାୟାରୁ ଲୋକେ ଥଇଥାନ କଲୋନୀକୁ ଆସିବା ଆରମ୍ଭ କରିଥିଲେ। ସାତଭାୟାର ଆରାଧ୍ୟା ଦେବୀ ମା’ ପଞ୍ଚୁବରାହୀଙ୍କୁ ୨୦ ଏପ୍ରିଲ ୨୦୧୮ରେ ଥଇଥାନ କଲୋନୀକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସମସ୍ତ ୫୭୧ ପରିବାର ଥଇଥାନ କଲୋନୀରେ ବସବାସ କରୁଛନ୍ତି। ୫୭୧ ପରିବାରର ଜୀବନ ବଞ୍ଚତ୍ ଯାଇଥିଲେ ମଧ୍ୟ ଜୀବିକା ଉଜୁଡି ଯାଇଛି। ସେମାନଙ୍କୁ ଜୀବିକା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଆଜି ଯାଏଁ ସେପରି କିଛି ଠୋସ ପଦକ୍ଷେପ ନିଆଯାଇନି। ଅନ୍ୟପକ୍ଷେ ବାଉଁଶଗଡ ନଦୀ ସେପଟେ ମଗରକନ୍ଦାରେ ସାତଭାୟା ଓ କାନପୁରର କେତେଗୋଟି ପରିବାର ଏବେ ବି ଥଇଥାନ ଅପେକ୍ଷାରେ ରହିଛନ୍ତି। ଜଙ୍ଗଲ ଓ ନଦୀ ସମୁଦ୍ର ଘେରା ଅଞ୍ଚଳ ମଧ୍ୟରେ ସଂତ୍ରସ୍ତ ଅବସ୍ଥାରେ ସେମାନେ କାଳ କାଟୁଛନ୍ତି। ସେମାନଙ୍କୁ ଥଇଥାନ କରାଯିବ ବୋଲି ବାରମ୍ବାର ସମୟ ଗଡାଇଯିବା ପରେ ଅଗଷ୍ଟରେ ସାତଭାୟାର ଆଉ ୧୪୮ ପରିବାରକୁ ଥଇଥାନ ପାଇଁ ବଗପାଟିଆ ଥଇଥାନସ୍ଥଳରେ ଜାଗା ଚିହ୍ନଟ ଦିଆଯାଇଛି। ଏହାବାଦେ ବାଉଁଶଗଡ ନଈ ନିକଟରେ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଚାରିଘରିଆର ୯୯ ପରିବାର ଦୟନୀୟ ଅବସ୍ଥାରେ ବସବାସ କରୁଥିଲେ। ସାତଭାୟାର ୧୪୮ ପରିବାର ସହ ଚାରିଘରିଆର ୯୯ ପରିବାରକୁ ଏହି କଲୋନୀରେ ଥଇଥାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଥଇଥାନ ପରେ ବି ସାତଭାୟାର ଆହୁରି ୫୦ରୁ ଊର୍ଦ୍ଧ୍ୱ ପରିବାର ଥଇଥାନରୁ ବଞ୍ଚତ୍ତ ହୋଇଥିବା ନେଇ ଦାବି ହୋଇଛି। ଏହି ୫୦ ପରିବାର ମଧ୍ୟରେ ୩୦ ଦଳିତ ପରିବାର ରହିଛନ୍ତି। ସାତଭାୟା ପୁର୍ନବସତି ଓ ଥଇଥାନ ମଞ୍ଚ ପକ୍ଷରୁ ତଦନ୍ତ କରି ବାଦ୍‌ ପଡିଥିବା ଅନୁସୂଚିତ ଜାତିର ପରିବାରକୁ ଘର ଢିଅ ସହ ପ୍ରଥମ ପର୍ଯ୍ୟାୟରେ ପରିବାରଗୁଡିକୁ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା ପ୍ରଦାନ କରାଯାଇଛି, ସେ ସବୁ ସୁବିଧା ଯୋଗାଇ ଦେବା, ସମସ୍ତ ଲେନର ଗ୍ରାମ୍ୟ ରାସ୍ତାଗୁଡିକୁ କଂକ୍ରିଟ କରିବା, ଥଇଥାନ କଲୋନୀରେ ହାଇସ୍କୁଲରେ ୧୦ବର୍ଷ ହେବ ଛାତ୍ରୀଛାତ୍ରମାନେ ବିନା ଶିକ୍ଷକରେ ପରୀକ୍ଷା ଦେଇ ଆସୁଛନ୍ତି, ଶିକ୍ଷକ ପଦବୀ ମଞ୍ଜୁର ହୋଇଥିଲେ ମଧ୍ୟ ଜଣେ ହେଲେ ବି ଶିକ୍ଷକ ନିଯୁକ୍ତି ପାଇନାହାନ୍ତି। ତୁରନ୍ତ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଏବଂ ବଗପାଟିଆ ଥଇଥାନ କଲୋନୀ ନିକଟରେ ବହି ଯାଇଥିବା ପାଟ୍ଟଶାଳା ନଦୀରେ ସ୍ପର ନିର୍ମାଣ ପାଇଁ ଦାବି କରାଯାଇଛି। ୨୦ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି କେନ୍ଦ୍ରାପଡା ଜିଲାପାଳଙ୍କୁ ସାତଭାୟା ପୁର୍ନବସତି ଓ ଥଇଥାନ ମଞ୍ଚର ଆବାହକ ପ୍ରଫେସର ଧରଣୀଧର ରାଉତ, ସଶ୍ମିତା ମଳିକ, ସୀତା ମଳିକ, ମେଘନାଦ ମଳିକ, କରୁଣାକର ମଳିକ, ମୂରଲୀ ମଳିକ, ସର୍ବେଶ୍ୱର ମଳିକ, ଯୁଧିଷ୍ଠିର ମଳିକ ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri