ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦ରୁ ଆମରଣ ଅନଶନ

ରାଜନଗର,୭ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ କିମ୍ବଦନ୍ତୀର ଅନନ୍ୟ ସ୍ବାକ୍ଷର ସାତଭାଇର ଗାଁ ସାତଭାୟାର ସମସ୍ତ ପରିବାର ଭିଟାମାଟି ହରାଇବା ପରେ ଏବେ ବଗପାଟିଆଠାରେ ନୂଆ ଠିକଣାରେ ବସବାସ କରୁଛନ୍ତି। ବାପ ଅଜା ଅମଳର ଭିଟାମାଟିକୁ ବଙ୍ଗୋପସାଗର ନିଜ ଗର୍ଭକୁ ନେଇଯିବା ପରେ ସବୁକିଛି ହରାଇଛନ୍ତି। ସେମାନଙ୍କୁ ଥଇଥାନ କରାଯାଇଥିଲେ ହେଁ ଜୀବିକା ଲାଗି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏଥିଲାଗି ବିବାଦ ବଢିବାରେ ଲାଗିଛି। କେତେଗୋଟି ପରିବାର ଥଇଥାନ ଅପେକ୍ଷା ରହିଯାଇଛନ୍ତି। ସେମାନଙ୍କ ଥଇଥାନ ଓ କେତେକ ଦାବି ପୂରଣ ନ ହେଲେ ସାତଭାୟା ପୁର୍ନବସତି ଓ ଥଇଥାନ ମଞ୍ଚ ପକ୍ଷରୁ ଆସନ୍ତା ୨୦ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି କୁହାଯାଇଛି।
୨୦୧୪ରୁ ସାତଭାୟାବାସୀଙ୍କୁ ଥଇଥାନ ପକ୍ରିୟା ଆରମ୍ଭ ହୋଇଛି। ୨୦୧୪ରେ ୫୭୧ ପରିବାରଙ୍କୁ ୧୦ ଡେସିମିଲ ଲେଖାଏ ଜମି ସହ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା। ୨୦୧୭ରୁ ସାତଭାୟାରୁ ଲୋକେ ଥଇଥାନ କଲୋନୀକୁ ଆସିବା ଆରମ୍ଭ କରିଥିଲେ। ସାତଭାୟାର ଆରାଧ୍ୟା ଦେବୀ ମା’ ପଞ୍ଚୁବରାହୀଙ୍କୁ ୨୦ ଏପ୍ରିଲ ୨୦୧୮ରେ ଥଇଥାନ କଲୋନୀକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସମସ୍ତ ୫୭୧ ପରିବାର ଥଇଥାନ କଲୋନୀରେ ବସବାସ କରୁଛନ୍ତି। ୫୭୧ ପରିବାରର ଜୀବନ ବଞ୍ଚତ୍ ଯାଇଥିଲେ ମଧ୍ୟ ଜୀବିକା ଉଜୁଡି ଯାଇଛି। ସେମାନଙ୍କୁ ଜୀବିକା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଆଜି ଯାଏଁ ସେପରି କିଛି ଠୋସ ପଦକ୍ଷେପ ନିଆଯାଇନି। ଅନ୍ୟପକ୍ଷେ ବାଉଁଶଗଡ ନଦୀ ସେପଟେ ମଗରକନ୍ଦାରେ ସାତଭାୟା ଓ କାନପୁରର କେତେଗୋଟି ପରିବାର ଏବେ ବି ଥଇଥାନ ଅପେକ୍ଷାରେ ରହିଛନ୍ତି। ଜଙ୍ଗଲ ଓ ନଦୀ ସମୁଦ୍ର ଘେରା ଅଞ୍ଚଳ ମଧ୍ୟରେ ସଂତ୍ରସ୍ତ ଅବସ୍ଥାରେ ସେମାନେ କାଳ କାଟୁଛନ୍ତି। ସେମାନଙ୍କୁ ଥଇଥାନ କରାଯିବ ବୋଲି ବାରମ୍ବାର ସମୟ ଗଡାଇଯିବା ପରେ ଅଗଷ୍ଟରେ ସାତଭାୟାର ଆଉ ୧୪୮ ପରିବାରକୁ ଥଇଥାନ ପାଇଁ ବଗପାଟିଆ ଥଇଥାନସ୍ଥଳରେ ଜାଗା ଚିହ୍ନଟ ଦିଆଯାଇଛି। ଏହାବାଦେ ବାଉଁଶଗଡ ନଈ ନିକଟରେ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଚାରିଘରିଆର ୯୯ ପରିବାର ଦୟନୀୟ ଅବସ୍ଥାରେ ବସବାସ କରୁଥିଲେ। ସାତଭାୟାର ୧୪୮ ପରିବାର ସହ ଚାରିଘରିଆର ୯୯ ପରିବାରକୁ ଏହି କଲୋନୀରେ ଥଇଥାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଥଇଥାନ ପରେ ବି ସାତଭାୟାର ଆହୁରି ୫୦ରୁ ଊର୍ଦ୍ଧ୍ୱ ପରିବାର ଥଇଥାନରୁ ବଞ୍ଚତ୍ତ ହୋଇଥିବା ନେଇ ଦାବି ହୋଇଛି। ଏହି ୫୦ ପରିବାର ମଧ୍ୟରେ ୩୦ ଦଳିତ ପରିବାର ରହିଛନ୍ତି। ସାତଭାୟା ପୁର୍ନବସତି ଓ ଥଇଥାନ ମଞ୍ଚ ପକ୍ଷରୁ ତଦନ୍ତ କରି ବାଦ୍‌ ପଡିଥିବା ଅନୁସୂଚିତ ଜାତିର ପରିବାରକୁ ଘର ଢିଅ ସହ ପ୍ରଥମ ପର୍ଯ୍ୟାୟରେ ପରିବାରଗୁଡିକୁ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା ପ୍ରଦାନ କରାଯାଇଛି, ସେ ସବୁ ସୁବିଧା ଯୋଗାଇ ଦେବା, ସମସ୍ତ ଲେନର ଗ୍ରାମ୍ୟ ରାସ୍ତାଗୁଡିକୁ କଂକ୍ରିଟ କରିବା, ଥଇଥାନ କଲୋନୀରେ ହାଇସ୍କୁଲରେ ୧୦ବର୍ଷ ହେବ ଛାତ୍ରୀଛାତ୍ରମାନେ ବିନା ଶିକ୍ଷକରେ ପରୀକ୍ଷା ଦେଇ ଆସୁଛନ୍ତି, ଶିକ୍ଷକ ପଦବୀ ମଞ୍ଜୁର ହୋଇଥିଲେ ମଧ୍ୟ ଜଣେ ହେଲେ ବି ଶିକ୍ଷକ ନିଯୁକ୍ତି ପାଇନାହାନ୍ତି। ତୁରନ୍ତ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଏବଂ ବଗପାଟିଆ ଥଇଥାନ କଲୋନୀ ନିକଟରେ ବହି ଯାଇଥିବା ପାଟ୍ଟଶାଳା ନଦୀରେ ସ୍ପର ନିର୍ମାଣ ପାଇଁ ଦାବି କରାଯାଇଛି। ୨୦ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି କେନ୍ଦ୍ରାପଡା ଜିଲାପାଳଙ୍କୁ ସାତଭାୟା ପୁର୍ନବସତି ଓ ଥଇଥାନ ମଞ୍ଚର ଆବାହକ ପ୍ରଫେସର ଧରଣୀଧର ରାଉତ, ସଶ୍ମିତା ମଳିକ, ସୀତା ମଳିକ, ମେଘନାଦ ମଳିକ, କରୁଣାକର ମଳିକ, ମୂରଲୀ ମଳିକ, ସର୍ବେଶ୍ୱର ମଳିକ, ଯୁଧିଷ୍ଠିର ମଳିକ ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?