‘ସାଧାରଣ ଓ ଧର୍ମୀୟ ଶିକ୍ଷା ମଧ୍ୟରେ ଅନ୍ତର କମିବ’

ପୁରୀ ଅଫିସ,୭ା୧୦: ପୁରୀରେ ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଛି। ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସଦାଶିବ ପରିସରରେ ଆଦର୍ଶ ବେଦ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ସଦାଶିବ ପରିସରରେ ହିନ୍ଦୁ ଷ୍ଟଡିଜ୍‌ ନାମରେ ଏକ ସ୍ନାତକୋତ୍ତର ବିଭାଗ ଖୋଲାଯିବା ନେଇ ସେ ଘୋଷଣା କରିଛନ୍ତି। ଆଧୁନିକ କୌଶଳରେ ଏହି ଶିକ୍ଷା ଦ୍ୱାରା ସାଧାରଣ ଏବଂ ଧର୍ମୀୟ ଶିକ୍ଷା ମଧ୍ୟରେ ଥିବା ଅନ୍ତର କମିବା ସହ ଭାରତୀୟ ଜ୍ଞାନ କୌଶଳର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ମନ୍ତ୍ରୀ ପ୍ରଧାନ କହିଛନ୍ତି।
ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନର ଉପାଧ୍ୟକ୍ଷ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀସଦାଶିବ ପରିସରର ନିର୍ଦ୍ଦେଶକ ଆଚାର୍ଯ୍ୟ ଖଗେଶ୍ୱର ମିଶ୍ର, ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ଶ୍ରୀନିବାସ ବରଖେଡ଼ି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଉଦ୍‌ବୋଧନ ଦେଇ କହିଥିଲେ, ବେଦ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଭାରତରେ ଉଚ୍ଚତର ଜ୍ଞାନ ପରମ୍ପରା ସହିତ ଉଚ୍ଚତର ମୂଲ୍ୟବୋଧ ଓ ଜୀବନର ବିକାଶ ହୋଇପାରିବ। ଏଠାରେ ବେଦ, ସଂସ୍କୃତ, ଯୋଗ, ବିଜ୍ଞାନ, କମ୍ପ୍ୟୁଟର ଓ କୃଷି ପ୍ରଭୃତି ବିଦ୍ୟା ଅଧ୍ୟୟନ କରାଯିବ। ବିଦ୍ୟାର୍ଥୀମାନଙ୍କୁ ନିଃଶୁଳ୍କ ଭୋଜନ ଓ ଆବାସ ସୁବିଧା ମିଳିବ। ଉଜ୍ଜୟିନୀସ୍ଥିତ ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ବ୍ୟତୀତ ବାହାରେ ୫ଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସଦାଶିବ ପରିସରରେ ହିନ୍ଦୁ ଷ୍ଟଡିଜ୍‌ର ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯିବ। ପରେ ପର୍ଯ୍ୟାୟ କ୍ରମେ ଉଚ୍ଚ ଡିଗ୍ରୀଗୁଡ଼ିକୁ ପାଠ୍ୟକ୍ରମରେ ସାମିଲ କରାଯିବ। ହିନ୍ଦୁ ଅଧ୍ୟୟନ ବିଭାଗରେ ୪୦ ସିଟ୍‌ ରହୁଥିବାବେଳେ ବେଦ ଦର୍ଶନ, ପାରମ୍ପରିକ ଧର୍ମଶାସ୍ତ୍ର ଓ ହିନ୍ଦୁ ଆଇନ ସମ୍ପର୍କରେ ଶିକ୍ଷାଦାନ କରାଯିବ। ଅନୁସନ୍ଧାନ ଜରିଆରେ ବିଭିନ୍ନ ଧର୍ମୀୟ ପୁସ୍ତକ ପ୍ରଣୟନ କରାଯାଇ ହିନ୍ଦୁ ଧର୍ମର ଆଦର୍ଶ, ଆଚରଣ, ବିଧି, ସଂସ୍କୃତି ଓ ସଭ୍ୟତା ବିଷୟରେ ପ୍ରଚାର କରାଯିବ। ଏହି ଅବସରରେ ମନ୍ତ୍ରୀ ପ୍ରଧାନ ଅଧ୍ୟୟନ କେନ୍ଦ୍ର ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହିତ ଆଲୋଚନା କରିଥିଲେ। ଏହି ପ୍ରତିଷ୍ଠାନର ଛାତ୍ରମାନେ ବୈଦିକ ଶିକ୍ଷା, ଭାରତୀୟ ଜ୍ଞାନ କୌଶଳକୁ ବିଶ୍ୱରେ ପ୍ରଚାର ଓ ପ୍ରସାର କରିପାରିବେ ବୋଲି ହିନ୍ଦୁ ଷ୍ଟଡିଜର ସଂଯୋଜକ ଅତୁଲ ନନ୍ଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri