ଆମ ଜିଲା ଖବର

କରୁଥିଲେ ଡକାୟତି ଯୋଜନା: ୬ ଜଣଙ୍କୁ ବାନ୍ଧିଲା ପୋଲିସ

  ବଲାଙ୍ଗୀର ଅଫିସ,୮ା୧୧: ବଲାଙ୍ଗୀର ସହରରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ପୋଲିସକୁ ଅଭିଯୁକ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି । ଏଭଳି ସମୟରେ ପୋଲିସ ମଧ୍ୟ ତତ୍ପରତା ଦେଖାଇଛି। ବଲାଙ୍ଗୀର ଟାଉନ ଥାନା ପୋଲିସ…

ମହାନଦୀରେ ବୁଡିଯାଇ ଜଣେ ବ୍ୟକ୍ତି ନିଖୋଜ

କଟକ ଅଫିସ,୮।୧୧: ମହାନଦୀରେ ଗାଧେଇବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ବ୍ୟକ୍ତି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ବାଲିଯାତ୍ରାରେ ବ୍ୟବସାୟ କରିବା ପାଇଁ ଆସିଥିଲେ ବୋଲି କୁହାଯାଉଛି।

ଗାଡ଼ି ଅଟକାଇ ଆହତଙ୍କୁ ହସ୍ପିଟାଲ ନେଲେ ବ୍ଲକ ଅଧ୍ୟକ୍ଷ

ଆର. ଉଦୟଗିର,୮।୧୧(ଡି.ଏନ୍‌.ଏ): ମାନବିକତା ଦେଖାଇଲେ ଗଜପତି ଜିଲା ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର । ଜଣେ ଯୁବକ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏହି ସମୟରେ ଅଧ୍ୟକ୍ଷ ଗାଡ଼ି ଅଟକାଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ…

ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପୁଅ

ଆନନ୍ଦପୁର,୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୨ ନଂ ଓାର୍ଡ଼ ଶାଳପଡା ନୂଆ କଲୋନୀ ସାହିର ସୁରେଶ ସ୍ବାଇଁ ଓ ପ୍ରମିଳା ସ୍ବାଇଁଙ୍କ ନିଖୋଜ ପୁଅ ପିଣ୍ଟୁ ଗତ ୬ ବର୍ଷ ପରେ ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଗତ ୪.୧୧.୨୦୧୬ରେ ପିଣ୍ଟୁ…

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଣ୍ଟାବାଞ୍ଜ,୮।୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣିମା ଉତ୍ସବ ଧୂମଧାମ୍‌ରେ ପାଳନ ହେଉଥିବା ବେଳେ ମୀନାବଜାର ଦୋଳିରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲା ତୁରକେଲାରେ। ମୃତକ ହେଲେ ତୁରକେଲା ଗାଁର ଦେବରାଜ ସାହୁ । ସୋମବାର ବିଳମ୍ବିତ…

ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ

ଛତ୍ରପୁର,୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି…

ଗାଁ ବୁଡ଼ିଗଲେ ଚାକିରି ଯିବ

ବଲାଙ୍ଗୀର ଅଫିସ, ୭ା୧୧: ବଲାଙ୍ଗୀର ଜିଲାରେ ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ କାମ ଜୋରସୋରରେ ଚାଲିଛି। ଏହି ପ୍ରକଳ୍ପରେ ୨୯ଟି ଗାଁ ପ୍ରଭାବିତ ହେବ। ସେଥିରୁ କେତେକ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଏବଂ କିଛି ଗାଁ ଆଂଶିକ…

କଳାକାରଙ୍କ ଅଡିଶନ ଆରମ୍ଭ

ବରଗଡ଼ ଅଫିସ୍‌,୮।୧୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଅନ୍ୟବର୍ଷ ଅପେକ୍ଷା ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚଳିତବର୍ଷ ଧନୁଯାତ୍ରା କଳାକାର ଚୟନ…

୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍‌ ମେଳା

ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବ ବୋଲି…

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା

ବଡ଼ବିଲ,୮।୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ କାରୁବାକୀଠାରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଆକର୍ଷଣୀୟ ବୋଇତ ନିର୍ମାଣ କରି ଅର୍ପିତା ନାଏକ ପ୍ରଥମ, ଋତୁପର୍ଣ୍ଣା ମହାନ୍ତି ଦ୍ୱିତୀୟ ଏବଂ ତନିଷା ପତି…

ଠିକ୍‌ ସମୟରେ ଆସୁନାହାନ୍ତି କର୍ମଚାରୀ

କାମାକ୍ଷାନଗର,୮।୧୧(ଡି.ଏନ.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଅଧିକାରୀ, କର୍ମଚାରୀମାନେ ଆସୁ ନ ଥିବା ଅଭିଯୋଗ ହେଉଛି। ଅଧିକାରୀ ଓ କର୍ମଚାରୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକେ…

ଗଡ଼ସନ୍ତ୍ରୀ, ତୁଳସୀପାଳ ଉତ୍ସବମୁଖର

ବଅଁରପାଳ,୭।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତୁଳସୀପାଳ ଓ ଗଡସନ୍ତ୍ରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ପାଇଁ ଉଭୟ ଗ୍ରାମ ବେଶ ଉତ୍ସବ ମୁଖର ହୋଇପଡ଼ିଛି। ପ୍ରତ୍ୟେକ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?