୨୪ ଘଣ୍ଟା ବିତିଲା, ମିଳୁନାହିଁ ସୁରାକ

ଭୁବନ, ୧୭।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୀଳକଣ୍ଠପୁର ଗ୍ରାମ ନିକଟ ସାଇ ନର୍ସରି ମାଲିକ ଅଲେଖ ଚନ୍ଦ୍ର ସେନାପତି (୪୩) ହତ୍ୟାକାଣ୍ଡକୁ ୨୪ ଘଣ୍ଟା ବିତିଯାଇଥିବାବେଳେ ପୋଲିସ ହାତରେ କୌଣସି ସୁରାକ ଲାଗିନାହିଁ। କିଏ, କାହିଁକି ଅଲେଖଙ୍କୁ ହତ୍ୟାକଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। ଶୁକ୍ରବାର ଭୁବନ ପୋଲିସ, ଢେଙ୍କାନାଳରୁ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହାୟତାରେ ନର୍ସରି, ନିକଟବର୍ତ୍ତୀ ବ୍ରାହ୍ମଣୀ ନଦୀ ପଠାରେ ଛାନ୍‌ଭିନ୍‌ କରିଥିଲେ ମଧ୍ୟ ପ୍ରମାଣ ମିଳିନାହିଁ। ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ହତ୍ୟାର ଶିକାର ହୋଇଥିବା ଅଲେଖଙ୍କ ସାନଭାଇ ଚକ୍ରଧର ସେନାପତିଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୫୧୩/୨୨, ଦଫା ୩୦୨ ଏକ ମାମଲା ରୁଜୁ କରିଛି।
ଚକ୍ରଧର ଏତଲାରେ ଦର୍ଶାଇଛନ୍ତି, ଗୁରୁବାର ବଡ଼ଭାଇ ଅଲେଖଙ୍କ ସହ ସେ ନର୍ସରିରେ କାମ କରୁଥିଲେ। ତେବେ ସନ୍ଧ୍ୟା ପୂର୍ବରୁ ସେ ଘରକୁ ପଳାଇ ଆସିଥିଲେ। ଭାଇ ଫେରିବାରେ ବିଳମ୍ବ ହେବାରୁ ଭାଉଜ ତାଙ୍କ ମୋବାଇଲ୍‌କୁ ବାରମ୍ବାର ଫୋନ୍‌ କରିଥିଲେ। ହେଲେ ସେପଟୁ କୌଣସି ଉତ୍ତର ମିଳି ନ ଥିଲା। ସେ ବ୍ୟସ୍ତ ହେବାରୁ ଜଣେ ଶ୍ରମିକଙ୍କୁ ଧରି ଚକ୍ରଧର ନର୍ସରିକୁ ଯାଇଥିଲେ। ସେଠାରେ ଅଲେଖଙ୍କ କାର୍‌ ଥିବାବେଳେ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ମେଡିକାଲକୁ ନେଇ ଆସିଥିଲୁ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଯେହେତୁ ତାଙ୍କ ଶରୀରରେ ମାରଣାସ୍ତ୍ରରେ ଆକ୍ରମଣ କରିବାର କ୍ଷତ ଚିହ୍ନ ରହିଛି, ତେଣୁ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଚକ୍ରଧର କହିଛନ୍ତି। ଅନ୍ୟପଟେ ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ସକାଳ ୬ଟାରୁ ୮ଟା ଯାଏ ନୀଳକଣ୍ଠପୁର ଛକରେ ରାସ୍ତାରୋକୋ କରିଥିଲେ। ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ, ନଗରପାଳ ଶୁଭେନ୍ଦୁ କୁମାର ସାହୁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏ ସଂକ୍ରାନ୍ତରେ ଥାନାଧିକାରୀ କୁହନ୍ତି, ଏହି ହତ୍ୟାକାଣ୍ଡ ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଅତିଶୀଘ୍ର ଘଟଣାର ରହସ୍ୟ ଉନ୍ମୋଚନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ଭଙ୍ଗକାରୀଙ୍କ ପ୍ରତି କଠୋର

ଢେଙ୍କାନାଳ ଅଫିସ, ୭।୧୨-କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ...

ଏମାର ମଠ ପରିସରରେ ଖନନ:ମିଳିଲା ଭଗ୍ନ ସିଂହ ମୂର୍ତ୍ତି

ପୁରୀ ଅଫିସ,୧୭।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିଛି। ପରିତ୍ୟକ୍ତ ଅବସ୍ଥାରେ ଖନନସ୍ଥଳୀରେ ଦୁଇଖଣ୍ଡ ହୋଇ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ

ସଜନାଗଡ଼,୨୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଗାଧୁଆ ଘରେ ବଳାତ୍କାର ଉଦ୍ୟମ...

ମଦ, ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭୦ ହଜାର ଜବତ

ଛତ୍ରପୁର,୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ ପୋଲିସର ଧରପଗଡ଼ ଜାରି ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଦି...

ବିଛାଖଣ୍ଡିରେ ଚାଲିଥିବା ବେଆଇନ କ୍ରଶର ଉଚ୍ଛେଦ: ପ୍ରଶାସନ ନିକଟରେ ପୈଠ କରିପାରିଲେନି ଗୁରୁତ୍ୱପୂର୍ଣ୍ଣ କାଗଜ

ଜେନାପୁର,୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରଶରକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ତେବେ ପୂର୍ବରୁ...

ଯୁବକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ଛତ୍ରପୁର ଥାନା ସିଙ୍ଗିପୁର ଗ୍ରାମର ସୁଶାନ୍ତ ପାତ୍ର (୪୫)ଉପରେ ଶୁକ୍ରବାର ରାତିରେ ଗୁଳିମାଡ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଛତ୍ରପୁର ହସ୍‌ପିଟାଲକୁ...

ବାଳିକା ଉଚ୍ଚ ବିଦ୍ୟାଳୟରୁ ଚୋରି କରି ୨ଗିରଫ

ବଡ଼ବିଲ,୧।୧୦(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ନଗର ବାଳିକା ଉଚ୍ଚ ବିଦ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରୀ ଅଭିଯୋଗରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ...

କେନ୍ଦ୍ରାପଡ଼ା: ୩୧୨ ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୫ା୫: ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ ଏହି ଆକଳନ କରିଛନ୍ତି। ଏହାକୁ ନେଇ...

Advertisement
Archives

Model This Week